Posted inଫୁରସତ

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର ଓ୍ବାଟର ଆର୍ଥ ରିସୋର୍ସ( ଏସ୍‌ଏଡବ୍ଲ୍ୟୁଇଆର ବା ସାଓ୍ବେର )କୁହାଯାଉଛି। ଏହି ପଦ୍ଧତିରେ ସେମାନେ ଦିନକୁ ୧୦୦ ଲିଟର ପାନୀୟ ଜଳ ସଂଗ୍ରହ କରିପାରୁଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଏମିତି କି ମରୁଭୂମିରେ ମଧ୍ୟ ସାଓ୍ବେର ମାଧ୍ୟମରେ ଏହି ପରିମାଣର ଜଳ ସଂଗ୍ରହ କରାଯାଉଛି। ସାଓ୍ବେରର ପ୍ରଥମ ମଡେଲ ବା ପ୍ରତିକୃତିକୁ ଗବେଷକମାନେ ଆରବ ଏମିରେଟ୍‌ସର ଆବୁଧାବିଠାରୁ ୭୦ କିଲୋମିଟର ଦୂର ସ୍ବିହାନ ସହରରେ ଲଗାଯାଇଛି। ବିଭିନ୍ନ ଋତୁରେ ଏହା କିଭଳି ଜଳ ସଂଗ୍ରହ କରିପାରୁଛି ତାହା ଜାଣିବା ପାଇଁ ଏହାକୁ ୬ ମାସ ଯାଏ ସେଠାରେ ଲଗାଯାଇ ପରୀକ୍ଷା କରାଯିବ। ଲାବରେଟୋରିରେ ମଧ୍ୟ ଏହାର ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ସାଓ୍ବେର୍‌ରେ ଦୁଇଟି କଣ୍ଟେନର ରହିଛି। ଡିସ୍‌ଟିଲ୍‌ଡ ଓ୍ବାଟର ସହ ଏକ ପ୍ରଡକ୍ସନ ୟୁନିଟ ରହିଛି ଓ ଆଉ ଗୋଟିଏ କଣ୍ଟେନର୍‌ରେ ହିଟ୍‌ ଆଣ୍ଡ୍‌ କୋଲ୍ଡ ପ୍ରୋସେସ୍‌ ଲାଗି ଆକ୍ୟୁମୁଲେଟର ଲଗାଯାଇଛି। ଏଥିରେ ସୋଲାର ଶକ୍ତିକୁ ନିୟନ୍ତ୍ରଣ କରାଯିବାର ପଦ୍ଧତି ମଧ୍ୟ ରହିଛି । ସାଓ୍ବେର ମୂଲ୍ୟ ୪ ଲକ୍ଷ ଡଲାର ପାଖାପାଖି ରହିବ ଓ ଏଥିରୁ ଯେଉଁ ପାଣି ମିଳିବ ତାହାର ମୂଲ୍ୟ ପ୍ରଥମ ବର୍ଷ ୧ ଲିଟରକୁ ୧୦ ଡଲାର ରଖାଯିବ। ଏହି ପ୍ରୋଜେକ୍ଟକୁ ଦୁବାଇ ଏକ୍ସପୋରେ ୨୦୨୦ ଅକ୍ଟୋବରରୁ ଏପ୍ରିଲ ୨୦୨୧ ମଧ୍ୟରେ ପ୍ରଦର୍ଶନ କରାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri