Posted inଫୁରସତ

କେତେ ଝାଳ ବାହାରୁଛି ଜଣାଇଦେବ ସେନ୍‌ସର

ଆମେରିକାର ବୈଜ୍ଞାନିକମାନେ ଏକ ଛୋଟ ସେନ୍‌ସର ବିକାଶ କରିଛନ୍ତି ଯାହାକୁ ପିନ୍ଧିଲେ ବା ଲଗାଇଲେ ଶରୀରରୁ କେତେ ଝାଳ ବାହାରୁଛି ଜାଣିହେବ। ଏହାଦ୍ୱାରା ଡିହାଇଡ୍ରେଶନ ହେବ କି ନାହିଁ ତାହା ମଧ୍ୟ ଏଥିରୁ ଜାଣିହେବ । ଏହି ତଥ୍ୟ ସାଇନ୍ସ ଆଡ୍‌ଭାନ୍‌ସେସ୍‌ରେ ପ୍ରକାଶ ପାଇଛି। ସେନ୍‌ସରରେ ଏକ ସ୍ପାଇରାଲ ମାଇକ୍ରୋସ୍କୋପିକ ଟ୍ୟୁବ୍‌ ରହିଛି , ଯାହା ତ୍ୱଚାରୁ ଝାଳ ଶୋଷି ଆଣେ। ଶୋଷିବା ସମୟରେ ଟ୍ୟୁବ୍‌ ମଧ୍ୟରେ ଝାଳ ଯେଉଁ ବେଗରେ ଯାଏ ତାହାକୁ ମାପ କରି ସେନ୍‌ସର ଆମ ଶରୀରରୁ କେତେ ଝାଳ ବାହାରୁଛି ତାହା ଜଣାଇଦିଏ। ଏହା ସହ ଲଗାଯାଇଥିବା ଏକ କେମିକାଲ ସେନ୍‌ସର ଝାଳରେ ଥିବା ପୋଟାସିୟମ ଓ ସେଡିୟମର ସାନ୍ଧ୍ରତା ମାପ କରିଥାଏ। ଏହା ମଧ୍ୟ ଝାଳରୁ ସୁଇଟ ଗ୍ଲୁକୋଜ ସ୍ତର ମାପ କରିଥାଏ। କିନ୍ତୁ ଜଣେ ବ୍ୟକ୍ତିର ଝାଳରେ ଥିବା ସୁଇଟ ଗ୍ଲୁକୋଜ ସ୍ତରରୁ ବ୍ଲଡ୍‌ ଗ୍ଲୁକୋଜ ସ୍ତର ଜାଣିହେବନାହିଁ। ଏଣୁ କେମିତି ସୁଇଟ୍‌ ଗ୍ଲୁକୋଜ ସ୍ତରରୁ ବ୍ଲଡ୍‌ ଗ୍ଲୁକୋଜ ସ୍ତର ଜାଣିିହେବ ସେଥିପାଇଁ ଗବେଷଣା ଜାରି ରହିଛି। ସେନ୍‌ସରକୁ କପାଳ, ବାହୁ, ରିଷ୍ଟ୍‌ କିମ୍ବା ପିଠିର ଉପରଭାଗରେ ଲଗାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri