Posted inଖେଳ

ପନ୍ତ, ଗିଲଙ୍କୁ ରିଲିଜ୍‌ କଲା ଟିମ୍‌ ଇଣ୍ଡିଆ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଶୁବମନ ଗିଲଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସେମାନଙ୍କୁ ଘରୋଇ କ୍ରିକେଟରେ ଟାଇମ୍‌ ଦେବା ଲାଗି ଏହି ନିଷ୍ପତ୍ତି ହୋଇଛି। ଆନ୍ଧ୍ର ଉଇକେଟକିପର କୋନା ଶିଖର ଭରତ ଭାରତୀୟ ଦଳ ସହ ରହିବେ। ସେ ଉଇକେଟକିପର ରିଦ୍ଧିମାନ ଶାହାଙ୍କ କଭର ଭାବେ ଚଳିତ ବାଂଲାଦେଶ ବିପକ୍ଷ ପିଙ୍କ ବଲ୍‌ ଟେଷ୍ଟର ଅବଶିଷ୍ଟାଂଶ ମ୍ୟାଚରେ ଖେଳିବେ। ପନ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସମସ୍ତ ମ୍ୟାଚ୍‌ (୩ ଟି୨୦ ଓ ୩ ଦିନିକିଆ)ରେ ଖେଳିବେ। ଏଥିନେଇ ତାଙ୍କୁ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିବା ଦରକାର ଥିବା ସିଲେକ୍ଟର୍ସ ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ରିଷଭ ଦିଲ୍ଲୀର ପରବର୍ତ୍ତୀ ଦୁଇ ସୁପର ଲିଗ୍‌ ମ୍ୟାଚ୍‌ ହରିୟାଣା (୨୪ ତାରିଖରେ) ଓ ରାଜସ୍ଥାନ (୨୭ରେ) ବିପକ୍ଷରେ ଖେଳିବେ। ଅନ୍ୟପକ୍ଷରେ ଶୁବମନ ପଞ୍ଜାବ ପକ୍ଷରୁ କର୍ନାଟକ ଓ ତାମିଲନାଡୁ ବିପକ୍ଷ ମୁକାବିଲାରେ ଅଂଶଗ୍ରହଣ କରିବେ। ଭାରତ ଏ’ ଦଳରେ ନିୟମିତ ପ୍ରଦର୍ଶନ କରୁଥିବା ଭରତଙ୍କୁ ସାନ୍ତ୍ୱନାମୂଳକ ସୁଯୋଗ ମିଳିଛି। ସେ ୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮ ଶତକ ଓ ୨୦ ଅର୍ଦ୍ଧଶତକ ସହ ୩,୯୦୯ ରନ୍‌ କରିଛନ୍ତି। ମୋତେ ସକାଳେ ଦଳରେ ଯୋଗଦେବାକୁ କୁହାଯାଇଥିଲା। ଆଇକନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବାକୁ ମୁଁ ଉତ୍ସାହିତ ଅଛି ବୋଲି ଭରତ କହିଛନ୍ତି। ୨୦୧୭ରେ ଲାଗୁ ହୋଇଥିବା ଆଇସିସି ନିୟମ ଅନୁଯାୟୀ, ପ୍ରଥମ ଉଇକେଟକିପର ଫିଲ୍ଡରେ ଆହତ ହେଲେ ତାଙ୍କ ବଦଳରେ ସବ୍‌ଷ୍ଟିଚ୍ୟୁଟ୍‌ ଉଇକେଟକିପର ଖେଳିପାରିବେ। ରିଦ୍ଧିମାନ ଏବେ ସମ୍ପୂର୍ଣ୍ଣ ଭାବେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ତାଙ୍କ ଆହତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଭରତଙ୍କୁ ଡାକରା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri