Posted inଖେଳ

ପଦାର୍ପଣ ଫୁଟବଲ ମ୍ୟାଚ୍‌ରେ ଗୋଲ କଲେ ବୟୋଜ୍ୟେଷ୍ଠ ଖେଳାଳି

କାହିରା,୧୧।୩- ଜଣେ ୭୪ ବର୍ଷୀୟ ଖେଳାଳି ଇଜିପ୍ଟର ତୃତୀୟ ଶ୍ରେଣୀ ଲିଗ୍‌ରେ ଗୋଲ ସ୍କୋର କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫୁଟବଲ ଇତିହାସରେ ଯେକୌଣସି ଅଫିସିଆଲ ମ୍ୟାଚ୍‌ରେ ଗୋଲ କରିବାରେ ଇଜେଲଦିନ ବାହାଦର ବୟୋଜ୍ୟେଷ୍ଠ ଖେଳାଳି। ସେ ଗିନିଜ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସ୍ଥାନ ପାଇବେ। ତାଙ୍କୁ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇବା ପାଇଁ ଚଳିତ ମାସ ୨୧ ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ। ଦୁଇଟି ସମ୍ପୂର୍ଣ୍ଣ ଅଫିସିଆଲ ମ୍ୟାଚ୍‌ ଖେଳିବା ପରେ ହିଁ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇପାରିବେ। ବର୍ତ୍ତମାନ ଏହି ରେକର୍ଡ ଇସ୍ରାଏଲର ୭୩ ବର୍ଷୀୟ ଗୋଲକିପର ଆଇଜାକ ହାୟିକଙ୍କ ନାମରେ ଅଛି। ସେ ଗତବର୍ଷ ଏପ୍ରିଲରେ ଏଫ୍‌ସି ଆରନିକ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। କିନ୍ତୁ ତାଙ୍କ ରେକର୍ଡ ୧୯୪୫ରେ ଜନ୍ମିତ ବାହାଦର ଭାଙ୍ଗିବା ନିଶ୍ଚିତ। ଆଟାକିଂ ମିଡ୍‌ଫିଲ୍ଡର ୬ ବର୍ଷ ବୟସରେ ପ୍ରଥମେ ଫୁଟବଲ ଖେଳିଥିଲେ। ଦଳକୁ ମିଳିଥିବା ପେନାଲ୍ଟିକୁ ସେ ଗୋଲରେ ପରିଣତ କରିଥିଲେ। ଫଳରେ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଥିଲା। ଗତ ଜାନୁୟାରୀରେ ବାହାଦର ଇଜିପ୍ଟ ଫୁଟବଲ ଆସୋସିଏଶନ ସହ ପ୍ରଫେଶନାଲ ଖେଳାଳି ଭାବେ ଯୋଡ଼ି ହୋଇଥିଲେ। ପୂର୍ବରୁ ସେ ସିଭିଲ ଇଞ୍ଜିନିୟର ଭାବେ ଅବସର ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେଲ୍‌ ମାରିଲା ତାରକା ଖଚିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍‌

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅଫ୍‌। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...

ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ

ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ...

ସ୍ତ୍ରୀ ସାକ୍ଷୀଙ୍କ ସହ କେମିତି ଖୁସିରେ ଅଛନ୍ତି, ରାଜ୍‌ ଖୋଲିଲେ ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନୀ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ...

‘ଭାରତୀୟ କ୍ରିକେଟକୁ ଭଗବାନ ସାହା’

ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ)...

କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ

କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ...

କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ...

Advertisement
Archives

Model This Week