ପଦବୀ ପାଇଁ ଚାଲିଛି ଅଙ୍କକଷା

ଅନୁଗୋଳ ଅଫିସ, ୨୭।୨ – ଅନୁଗୋଳ ପୌରପାଳିକାରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଘଣ୍ଟାକୁ ଘଣ୍ଟା ସେମାନେ ମେଳି ବାନ୍ଧି କାହାକୁ କେଉଁ ଚୌକି ମିଳିବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି। ଗତ ସପ୍ତାହେ ହେଲା ପୌରପାଳିକାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଅନୁଗୋଳ ପୌରପାଳିକାରେ ଦୀର୍ଘ ୩୦ ବର୍ଷ ଧରି ଟ୍ୟାକ୍ସ ଦାରୋଗା ଓ ବିଜୁଳି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ କର୍ମଚାରୀ ଚିତ୍ତରଞ୍ଜନ ପ୍ରଧାନଙ୍କ ତାଳଚେର ପୌରପାଳିକାକୁ ପଦୋନ୍ନତି ସହ ବଦଳି ହୋଇଛି। ସେହିପରି ପରିମଳ ବିଭାଗରେ ଥିବା ଆଶିଷ ଦାସଙ୍କ ପାରାଦୀପ ପୌରପାଳିକାକୁ ପଦୋନ୍ନତି ସହ ବଦଳି ହୋଇଛି। ଚଳିତମାସ ଶେଷ ସୁଦ୍ଧା ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଏଠାରୁ ରିଲିଭ କରାଯିବ। ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଦୁଇ ଅଧିକାରୀ ଓ ପୌର ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ସେମାନଙ୍କ ବିଭାଗ ଦାୟିତ୍ୱ କେଉଁ କର୍ମଚାରୀଙ୍କୁ ମିଳିବ ତାହା ହିଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଏ ନେଇ ପୌର କର୍ମଚାରୀଙ୍କ ମଧ୍ୟରେ ଏବେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଅନ୍ୟପଟେ ପୌର ନିର୍ବାହୀ ଅଧିକାରୀ ମଧ୍ୟ ଖାଲି ପଡ଼ିବାକୁ ଥିବା ବିଭିନ୍ନ ବିଭାଗର ଦାୟିତ୍ୱ କାହାକୁ ପ୍ରଦାନ କରିବେ ସେ ସମ୍ପର୍କରେ ଚିନ୍ତା କରିବା ସହ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପରଖୁଛନ୍ତି। କେଉଁ ବରିଷ୍ଠ କର୍ମଚାରୀ ଏହି ବିଭାଗଗୁଡ଼ିକ ସମ୍ଭାଳିଲେ ସହରବାସୀ ଉତ୍ତମ ସେବା ପାଇପାରିବେ ତାହାର ସମୀକ୍ଷା ଚଳାଇଛନ୍ତି। ସବୁଠୁ ଚିନ୍ତାଜନକ ହେଉଛି ପରିମଳ ବିଭାଗ କାହାକୁ ଦିଆଯିବ। ଏହାକୁ ନେଇ ମୁଖ୍ୟ ଅଡ଼ୁଆ ଥିବାରୁ ଶୀର୍ଷସ୍ତରରେ ବିଚାର ବିମର୍ଶ କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅନୁଗୋଳ ପୌରପାଳିକାରେ ବରିଷ୍ଠ କିରାଣି ଥିବା ବିଜୟ କୁମାର ତ୍ରିପାଠୀଙ୍କ ଆଠମଲ୍ଲିକ ଏନ୍‌ଏସିକୁ ନିର୍ବାହୀ ଅଧିକାରୀ ଭାବେ ବଦଳି ପରଠାରୁ ଗତ ୩ ବର୍ଷରୁ ଅଧିକ ସମୟ ହେବ ଏଠାରେ ଉକ୍ତ ପଦବୀ ଖାଲି ପଡ଼ିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଦୁଇ ଅଧିକାରୀଙ୍କ ବଦଳି ପରେ ୩ଟି ବିଭାଗରେ ନୂତନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏ ସମ୍ପର୍କିତ ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯିବ ବୋଲି ସେ କହିଛନ୍ତି। ତେବେ ଜଣେ ବରିଷ୍ଠ କିରାଣି ପୌରପାଳିକାକୁ ଦେବା ପାଇଁ ସରକାରଙ୍କୁ କୁହାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri