‘ପଥ ବିକ୍ରେତାଙ୍କୁ ଦିଆଯାଉ ସହାୟତା’

ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଷ୍ଟେଶନ ଛକଠାରେ ନ୍ୟାଶନାଲ ହକର ଫେଡ଼େରେଶନ ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସଭାପତି ତଥା ଫେଡ଼େରେଶନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ ଅଧ୍ୟକ୍ଷତା କରି ସମସ୍ତ ଆବଶ୍ୟକ ସାମଗ୍ରୀ ସ୍ବଳ୍ପ ମୂଲ୍ୟରେ ଯୋଗାଇ ସେବା କରିଆସୁଛନ୍ତି। ‘ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ-୨୦୧୪’ ପ୍ରଣୟନ କରିଥିବା ବେଳେ ଓଡ଼ିଶା ସରକାର ପଥବିକ୍ରେତାଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପଥ ବିକ୍ରେତାଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲକ୍‌ଡାଉନ୍‌ ଆରମ୍ଭଠାରୁ ଲକ୍‌ଡାଉନ୍‌ ଚାଲିଥିବା ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ହାରରେ ରିଲିଫ ସହାୟତା ପ୍ରଦାନ ସହ କରୋନା ନିୟନ୍ତ୍ରଣ ବ୍ୟବସ୍ଥା ପୂର୍ବକ ଲକ୍‌ଡାଉନ୍‌ ପ୍ରତ୍ୟାହାର ଦାବି କରିଥିଲେ। କାର୍ଯ୍ୟକ୍ରମରେ ସଂଘର ବାଲେଶ୍ୱର ପୌରାଞ୍ଚଳ କମିଟି ସମ୍ପାଦକ ମୋହିନୀମୋହନ ପରିଡ଼ା, ଉପସଭାପତି ଆବିଦ ଖାନ ରାଜ୍ୟ ସରକାର ଘୋଷଣା କରିଥିବା ପଥ ବିକ୍ରେତାଙ୍କ ପାଇଁ ରିଲିଫ୍‌ରୁ ବାଲେଶ୍ୱର ପୌର ଓ ଜିଲାପ୍ରଶାସନ ବଞ୍ଚତ୍ତ କରିଥିବାରୁ ମେ’ ୩୧ ପରେ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଟିପିରି ସିଂ, ରାମ ଚନ୍ଦ୍ର ପରିଡ଼ା, ଜୟନ୍ତୀ ଦାସ, ସେକ ଇସଲାମ୍‌, ମହମଦ ଆସଲାମ, ମନୋରଞ୍ଜନ ବାରିକ, ନିତ୍ୟାନନ୍ଦ ସାହୁ, ମନୋଜ ରାଠୋର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା।...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା...

ଈଶାଣପୁରରେ ହେବ ଅଣ୍ଡର ପାସ୍‌

ବୈଶିଙ୍ଗା,୨୮ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଓ ଯୁଗପୁରା ଅଞ୍ଚଳର ବାସିନ୍ଦାଙ୍କ...

ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା...

ଲକ୍‌ଡାଉନ୍‌ ଊଲ୍ଲଂଘନ କରି ୫ ଗିରଫ

ଭଣ୍ଡାରିପୋଖରୀ, ୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପିରିପୁର ଗ୍ରାମର...

ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ...

ଫାର୍ମାସିଷ୍ଟଙ୍କ ଭରସାରେ ୧୨ ପଞ୍ଚାୟତବାସୀ

ବଇଣ୍ଡା, ୧୮ା୬(ଡି.ଏନ.ଏ.)  ସ୍ବାସ୍ଥ୍ୟକେନ୍ଦ୍ର ଅଛି। ହେଲେ ସେବା ଯୋଗାଇବାକୁ ୮ମାସ ହେଲା ଡାକ୍ତର ନାହାନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପଦକ୍ଷେପ ନେଉ ନ...

ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ....

Advertisement
Archives

Model This Week