Posted inଖେଳ

ପଡୋଶୀ ଝିଅଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌, ବିବାହ ପାଇଁ ପରିବାର ରଖିଥିଲେ ସର୍ତ୍ତ

ଭାରତୀୟ କ୍ରିକେଟରମାନେ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। କିଏ ବଲିଉଡ୍‌ ଅଭିନେତ୍ରୀ ତ ଆଉ କିଏ ଫ୍ୟାଶନ୍‌ ଡିଜାଇନର୍‌କୁ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଭାରତୀୟ ଦଳର ଷ୍ଟାର୍‌ କ୍ରିକେଟର୍‌ ଅଜିଙ୍କେ ରାହାଣେ ପିଲାଦିନର ସାଥୀ ରାଧିକାଙ୍କୁ ପ୍ରେମ ବିବାହ କରିଛନ୍ତି। ମୁମ୍ବାଇରେ ରହୁଥିବା ରାହାଣେ ଏବଂ ରାଧିକା ଗୋଟିଏ କଲୋନୀରେ ରହୁଥିଲେ। ଉଭୟଙ୍କ ପରିବାର ମଧ୍ୟ ଜଣାଶୁଣା ଥଲେ। ଦୁହେଁ ଗୋଟିଏ ସ୍କୁଲ ଏବଂ କଲେଜରେ ପଢୁଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। କଲେଜରେ ପଢୁଥିବାବେଳେ ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ପରିବାରକୁ ଲୁଚେଇ ଡେଟ୍‌ରେ ଯାଉଥିଲେ। ଅନେକ ଦିନ ପରେ ରାହାଣେ ଧରାପଡିଯାଇଥିଲେ। ତାଙ୍କ ପରିବାର ରାଧିକାଙ୍କୁ ଗ୍ରହଣ କରିବାକୁ ରାଜି ଥିଲେ। କିନ୍ତୁ ଗୋଟିଏ ସର୍ତ୍ତରେ। ପିତା ରାହାଣେଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଭାବେ ଦେଖିବାକୁ ଚାହୁଁଥିଲେ। ତେଣୁ ସେ ସର୍ତ୍ତ ରଖିଥିଲେ ପ୍ରଥମେ ସେ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତୁ ତା’ପରେ ଯାଇ ବିବାହ କରିବେ। ଶେଷରେ ତାହା ହିଁ ଘଟିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ଖେଲିବା ପରେ ରାଧିକାଙ୍କ ସହ ରାହାଣେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୪ ପଦକ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)-  ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଶନିବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ସହିତ ୪ ପଦକ ମିଳିଛି। ପୁରୁଷ...

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ...

ଆଦାନୀ ଓ୍ବିଲ୍‌ମର ବିଜ୍ଞାପନରୁ ବାଦ୍‌ ପଡିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତର ଶିକାର ହେବାର ୩ ଦିନ ପରେ...

ଦିନିକିଆରୁ ମଲିକଙ୍କ ଅବସର

କରାଚୀ,୬।୭- ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆର ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ...

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା...

ମନୋଜଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରୋତ୍ତୋଳକ ମନୋଜ କୁମାର ସାହୁ। ସେ ପୁରୁଷ...

ଆଉଟ୍‌ ହେଲେ ନାହିଁ ରୁଟ୍‌; ୨୪ ରନ୍‌ରେ ଆଗୁଆ ଇଂଲଣ୍ଡ

ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍‌ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍‌ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍‌ର ଅଗ୍ରଣୀ।...

କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍‌

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍‌ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ...

Advertisement
Ten Cric Info


Archives

Model This Week