Posted inଖେଳ

‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ସିରିଜର ତୃତୀୟ ମ୍ୟାଚ ଶୁକ୍ରବାର ଖେଳାଯିବ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଛି।
ୱେଷ୍ଟଇଣ୍ଡିଜ ଦଳ ଗୋଟିଏ ସମୟରେ ୭୬ ରନ ପାଇଁ ଶ୍ରେଷ୍ଠ ପାଞ୍ଚଟି ଉଇକେଟ ହରାଇଥିଲା ଏବଂ ଭାରତୀୟ ଦଳ ଏକ ବଡ଼ ବିଜୟର ନିକଟତର ହୋଇଥିଲା। କିନ୍ତୁ ଏହା ପରେ ଓଡିନ ସ୍ମିଥ, ଶାମର ବ୍ରୁକ୍ସ ଏବଂ ଆକିଲ ହୋସେନ ଭାଗିଦାରୀ କରି ଦଳକୁ ଟାର୍ଗେଟର ନିକଟତର କରିଥିଲେ, କିନ୍ତୁ ଏହା ପରେ ବିରାଟଙ୍କ ଏକ କଷ୍ଟଦାୟକ ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା।
କିରନ ପୋଲାର୍ଡଙ୍କ ସ୍ଥାନରେ ମ୍ୟାଚ୍‌ରେ ସାମିଲ ହୋଇଥିବା ଓଡିନ ସ୍ମିଥ ଦ୍ରୁତ ଗତିରେ ସ୍କୋର କରିଥିଲେ। ସେ ଦୁଇଟି ଛକା ଏବଂ ଚୌକା ସାହାଯ୍ୟରେ ୨୦ଟି ବଲରେ ୨୪ ରନ୍‌ କରିଥିଲେ। ଏହି ସମୟରେ ସେ ୪୫ ତମ ଓଭରର ଶେଷ ବଲରେ ୱାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଏକ ବଡ ସଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। ମିଡ ଉଇକେଟ ଫଇଲ୍ଡିଂ କରୁଥିବା ବିରାଟ କୋହଲି କୌଣସି ଭୁଲ ନ କରି ଏକ କଷ୍ଟଦାୟକ କ୍ୟାଚ ନେଇଥିଲେ। କ୍ୟାଚ୍‌ ଧରିବା ପରେ ବିରାଟ ବହୁତ ଖୁସି ଦେଖାଯାଉଥିଲେ। ସେ ପଡିଆରେ ସୁପରହିଟ୍‌ ‘ପୁଷ୍ପା’ ଫିଲ୍ମର ‘ଶ୍ରୀବଲି’ ଗୀତରେ ନାଚିଥିଲେ। କୋହଲିଙ୍କ ଏହି ଚମତ୍କାର କ୍ୟାଚ ଧରିବାର ଭିଡିଓ ବିସିସିଆଇ ଏହାର ଅଫିସିଆଲ ଆକାଉଣ୍ଟରୁ ଶେୟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ଅଶୁଭ ମନାସି ଅଡୁଆରେ ଭାରତୀୟ କ୍ରିକେଟର୍‌

ସିଡନୀ,୧।୧୨: ଗୋଡରେ ଆଘାତ ଯୋଗୁ ଅଷ୍ଟ୍ରେଲୀୟ ରନ ମେସିନ ଡେଭିଡ ୱାର୍ଣ୍ଣରଙ୍କୁ ଗତ ଏକ ଦିନିକିଆ ଏବଂ ପୁରା ଟି -୨୦ ସିରିଜରୁ ବାଦ ଦିଆଯାଇଛି।...

ପଡୋଶୀଙ୍କୁ କ୍ଷମା ମାଗିଲେ ଏହି ଭାରତୀୟ କ୍ରିକେଟର: ଜାଣନ୍ତୁ କାହିଁକି…

କରୋନା ମହାମାରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତୀୟ ଖେଳାଳିମାନେ ବହୁତ ପରିଶ୍ରମ ମଧ୍ୟ...

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୮।୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପରିସମାପ୍ତି ପରେ ବଡ଼ ଧରଣର ପରିବର୍ତ୍ତନ ପରିଲଖିତ ହୋଇଛି ଆଇସିସି ଟେଷ୍ଟ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି।...

ରାଇନାଙ୍କୁ ଅତିକ୍ରମ କଲେ ଧୋନୀ

ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ...

ଟସ୍‌ ଜିତିଲା ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ...

ଶୋଏବଙ୍କଠାରୁ ଅଲଗା ହେବେ କି ସାନିଆ

ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଖୁବ୍‌ଶୀଘ୍ର ଆନୁଷ୍ଠାନିକ...

Advertisement
Archives

Model This Week