ପଡ଼ିଆ ବ୍ଲକ୍‌ ଅଞ୍ଚଳରେ ମାତିଲେଣି ପଙ୍ଗପାଳ  

ପଡ଼ିଆ,୧ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ବ୍ଲକ ଅଞ୍ଚଳରେ ପଙ୍ଗପାଳଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପଙ୍ଗପାଳକୁ ନେଇ ସରକାର ଚାଷୀଙ୍କୁ ସତର୍କ ରହିବା ପାଇଁ କହିଥିବା ବେଳେ ଏହି ପଙ୍ଗପାଳ ଜିଲାର ସୀମାନ୍ତରେ ପହଞ୍ଚତ୍ ସାରିଛି। ତେବେ ବର୍ତ୍ତମାନ ଚାଷୀମାନଙ୍କର କୌଣସି ଫସଲ ନ ଥିବାରୁ ପଙ୍ଗପାଳଙ୍କ ଅରଖଗଛର ପତ୍ର ଖାଦ୍ୟ ପାଲଟିଛି। ରାସ୍ତାକଡରେ ଥିବା ଏହି ଗଛକୁ ଖାଇ ଲଣ୍ଡା କରିଦେଉଛନ୍ତି । ଏହି ଅରଖଗଛର ଗୋଟିଏ ବୁଦାରେ କୋଡ଼ିଏରୁ ୩୦ଟି ଡାଳ ବାହାରିଥାଏ। ପଙ୍ଗପାଳ ଏକାଠି ଗୋଟିଏ ବୁଦାରେ ବସି ଖାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପଙ୍ଗପାଳ ଯୋଗୁ ଅଞ୍ଚଳର ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି। ଏବେଠାରୁ ଏଗୁଡିକୁ ଦମନ ନ କଲେ ଆଗାମୀ ଦିନରେ ଚାଷକାମ ଆରମ୍ଭ କରିବା କଷ୍ଟକର ହୋଇପଡିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ଜିଲା କୃଷି ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ସେ କହିଛନ୍ତି ଯେ, ଆମେ ଏହା ଉପରେ ନଜର ରଖିଛୁ। ଏ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଛୁ। ଏହାକୁ କିପରି ଦମନ କରାଯାଇପାରିବ ପ୍ରତି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ମେସେଜ ମାଧ୍ୟମରେ ଜଣାଇଛୁ। ଏ ଦିଗରେ ଆଉ କ’ଣ ସବୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ବିଭାଗୀୟ ନିଷ୍ପତ୍ତି ଆସିଲେ ଚାଷୀଙ୍କୁ ଜଣାଇବୁ ବୋଲି କୃଷି ଅଧିକାରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ବିଲରୁ ଘରକୁ ଫେରିବା ବେଳେ ହେଲା ବଜ୍ରପାତ, ସ୍ଵାମୀ ଆଗରେ ଗଲା ସ୍ତ୍ରୀର ଜୀବନ

କାଲିମେଳା,୨୯।୫(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ସ୍ବାମୀ…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ

ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ମାଟ୍ରିକ ପରୀକ୍ଷାରେ ମାଲକାନଗିରିର ସଫଳତା:ଶୁଭଶ୍ରୀ ଜିଲା ଟପ୍ପର

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri