ପଠାଣି ସାମନ୍ତ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ୧୮୫ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ତିଥି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ୩୦ ତମ ଶିଶୁମେଳା ମଧ୍ୟ ଆୟୋଜିତ ହୋଇଥିଲା। ଉତ୍ସବରେ ପଠାଣି ସାମନ୍ତ ମେମୋରିଆଲ ପରିଷଦର ସମ୍ପାଦକ ତଥା ଆଇନଜୀବୀ ଗିରିଜା ଶଙ୍କର ତରାସିଆ ଅଧ୍ୟକ୍ଷତା କରି ପଠାଣି ସାମନ୍ତଙ୍କ ଜୀବନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ା ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଉକତ୍ଳ ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର ଡ. ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ସେହିପରି ସମ୍ମାନିତ ବକ୍ତା ଭାବେ କଟକ ଜିଲା ବିଜ୍ଞାନ ତତ୍ତ୍ୱାବଧାରକ ଅକ୍ଷୟ କୁମାର ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନିର୍ମଳଚନ୍ଦ୍ର ଶୂରଦେଓ, ଅବସରପ୍ରାପ୍ତ ପ୍ରଶାସକ ଭାରତୀ ଭୂଷଣ ମିଶ୍ର, ଶିଶୁ କବି କାଶୀନାଥ ଦାସ ଓ କୁନି ପ୍ରତିଭା ରୁପାଲୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସାମନ୍ତଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ ଖଣ୍ଡପଡା ସହରର ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁ କିଶୋର ସିଂହ ସାମନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସାଇବାବାଙ୍କ ଏକ ତୈଳଚିତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ା ପଠାଣି ସାମନ୍ତ ସାରା ବିଶ୍ୱରେ ଜଣେ ବିଶିଷ୍ଟ ବୈଜ୍ଞାନିକ ଥିଲେ ା ସାମନ୍ତ ଚନ୍ଦ୍ର ଶେଖର ଦୁଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରର ଗତିବିଧି ଲକ୍ଷ୍ୟ କରି ପାରୁଥିବା ବେଳେ ଦୂର ପାହାଡକୁ ମାପି ତାହାର ଉଚ୍ଚତା ନିରୂପଣ କରି ପାରୁଥିଲେ ା ସେ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ ା ଗଭୀର ଆମତ୍ବିଶ୍ୱାସରୁ ତାଙ୍କୁ ସଫଳତା ମିଳିଥିଲା ା ପଠାଣି ସାମନ୍ତ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ା ଏଭଳି ଜଣେ ପ୍ରତିଭାବାନ୍‌ ବ୍ୟକ୍ତି ଖଣ୍ଡପଡ଼ା ମାଟିରେ ଜନ୍ମଗ୍ରହଣ କରି ସାରା ବିଶ୍ୱବାସୀଙ୍କୁ ଦିଗ୍‌ଦର୍ଶନ ଦେଇଥିବାରୁ ଖଣ୍ଡପଡା ମାଟି ଆଜି ଧନ୍ୟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା ଏହି ଅବସରରେ ଆୟୋଜିତ ଶିଶୁମେଳାରେ ସରସ୍ବତୀ ଶିଶୁମନ୍ଦିର ଖଣ୍ଡପଡା ଓ ଖଳିସାହିର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ା ଖଣ୍ଡପଡା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ରମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ପଦାରବିନ୍ଦ ଦାଶ ଓ କ୍ରିଷ୍ଣା ପଣ୍ଡା ଗୀତା ଶ୍ଳୋକ ଆବୃତ୍ତି କରିଥିବା ବେଳେ କୁନି ପ୍ରତିଭା ରୁପାଲୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ା ଏହି ଉତ୍ସବରେ ଖଣ୍ଡପଡା ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସାମନ୍ତଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାନବେଦୀରେ ଶ୍ରୀଜୀଉ

ପୁରୀ ଅଫିସ,୧୪ା୬: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ନୀତିକାନ୍ତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳବାର ଭୋର ୩ଟା...

୨୧ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି

ପୁରୁଷୋତ୍ତମପୁର,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୨୧ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ମିଳିଛି। ଏହି...

କରୋନା ମୁକାବିଲା: ତିଲେଇବଣି ବ୍ଲକ ଶିକ୍ଷକ ପ୍ରାଥମିକ ସଂଘ ପକ୍ଷରୁ ସହାୟତା

ଦେବଗଡ,୭ା୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଗୁରୁବାର ତିଳେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଲକ୍ଷ ୯୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା

କେସିଙ୍ଗା,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ...

ସୁଧୁରୁନି ସମସ୍ୟା, ଅଣନିଃଶ୍ୱାସୀ ଲୋକେ

ଫୁଲବାଣୀ ଅଫିସ, ୩୧।୧୨: କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ...

ଅଧାରେ ଅଟକିଛି ୫-ଟି ସ୍କୁଲ କାମ

ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍‌ଘାଟର ୬...

ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର...

୩୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ପୁରୀ ଅଫିସ, ୧୬।୨: ବହୁଦିନ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା। ବାସେଳି ସାହି ଥାନା ପୋଲିସ ଏବଂ...

Advertisement
Archives

Model This Week