Posted inଜାତୀୟ

ପଞ୍ଜାବରେ ଆତଙ୍କବାଦୀଙ୍କ ଅନୁପ୍ରବେଶ: ବଡ଼ ଧରଣର ଆକ୍ରମଣ ଆଶଙ୍କା

ଚଣ୍ଡିଗଡ଼,୧୬।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଫଳରେ ପାକିସ୍ତାନ ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଛି। ଏଥିସହ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ବୁଧବାର ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ପଞ୍ଜାବ ଓ ଆଖପାଖ ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ସେମାନେ ସୁରକ୍ଷା ସ୍ଥାନଗୁଡ଼ିକରେ ଆକ୍ରମଣର ଯୋଜନା କରୁଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପଠାନକୋଟ, ଜମ୍ମୁ, ଶ୍ରୀନଗର ଓ ଅବନ୍ତିପୁରାର ସୁରକ୍ଷା ସ୍ଥାନଗୁଡିକରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ୨୦୧୬ରେ ପଠାନକୋଟର ଯୁଦ୍ଧ ବିମାନ ଘାଟିରେ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜୈସ-ଇ-ମହମ୍ମଦର ୪ ସଦସ୍ୟ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳି ନ ପାରନ୍ତି ଲାଲୁ

ରାଞ୍ଚି,୩୦ ।୧୦: ଗୋଟିଏ ପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ଜାମିନ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଦିନରେ ଶହେ କୋଟି ଦାନ!

ନୂଆଦିଲ୍ଲୀ,୧୮ ।୧: ରାମ ମନ୍ଦିର ନିର୍ମାଣକୁ ନେଇ ଦେଶବାସୀଙ୍କ ମନରେ କେତେ ଉତ୍ସାହ ତାହା ଏବେ ଦେଖିବାକୁ ମିଳିଛି । କାରଣ ୨ ଦିନ ମଧ୍ୟରେ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ସ୍କୁଲର ପ୍ରଧାନଶିକ୍ଷକ ହେବା ପାଇଁ ଦଙ୍ଗଲ

ପାଟନା,୧୫।୧୦: ସ୍କୁଲର ପ୍ରଧାନଶିକ୍ଷକ ପଦବୀ ପାଇଁ ହାତାହାତି ହୋଇଛନ୍ତି ଦୁଇ ଶିକ୍ଷକ। ତାହା ପୁଣି ରାଜ୍ୟର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ। ବିହାରର ମୋତିହାରି ଅଞ୍ଚଳରେ ଘଟିଥିବା...

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର

ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ...

ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ଶ୍ରାବସ୍ତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କ ଜୀବନ୍ତ ଜାଳିଦେଇଛନ୍ତି ସ୍ବାମୀ।...

୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍‌ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍‌

ଶ୍ରୀନଗର,୧୩।୧: ଡିଏସ୍‌ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍‌ରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର...

Advertisement
Archives

Model This Week