Posted inଫୁରସତ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। ଏଇ ପକ୍ଷୀର ନାଁ କ୍ୟାସଓ୍ବାରୀ। ବିଶ୍ୱର ସବୁଠାରୁ ମାରାତ୍ମକ ଏହି ପକ୍ଷୀ। ଏହା ଉଡ଼ି ପାରେନାହିଁ। ମାତ୍ର ଖୁବ୍‌ ଜୋର୍‌ରେ ଦୌଡ଼ିଥାଏ। ଏପରି ପକ୍ଷୀ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ଆକାରରେ ବଡ଼ ଏବଂ ଓଜନିଆ ହୋଇଥିବାରୁ ଏହା ଆକାଶରେ ଉଡ଼ିପାରେ ନାହିଁ। ଏହି ପକ୍ଷୀର ମାଲିକ ବ୍ରିଡିଙ୍ଗ୍‌ ପାଇଁ ନେଇଯାଇଥିଲେ। ଯେତେବେଳେ ପକ୍ଷୀଟିକୁ ଓ୍ବାର୍ଡରେ ଭର୍ତ୍ତି କରିଥିଲେ ସେତେବେଳେ କୌଣସି କାରଣ ବଶତଃ ଏହାର ସନ୍ତୁଳନ ବିଗିଡ଼ିଗଲା।  ଫଳରେ ପକ୍ଷୀଟି ପଡ଼ିଗଲା। ଏହା ପରେ ପଞ୍ଝାରେ ତା’ର ମାଲିକଙ୍କ ଛାତିକୁ ଚିରିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?