ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର

ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ ସ୍କଟଲାଣ୍ଡରେ ରହି ଆସୁଛନ୍ତି। ତେବେ ଚଳିତ ଥର ଦୀପାବଳି ସମସ୍ତଙ୍କ ସାଙ୍ଗରେ ଓ ନିଆରା ଭାବେ ପାଳନ କରିବାକୁ ଅଭିଷେକ, ତାଙ୍କ ସ୍ତ୍ରୀ ସ୍ନୋ, ଝିଅ ଏଲା ଏବଂ ପୁଅ ଏଡ୍‌ ଭାରତକୁ ଆସିଛନ୍ତି। ଆଲୋକର ପର୍ବ ଦୀପାବଳିକୁ ଗରିବ ପିଲାଙ୍କ ସହ ପାଳିବାକୁ ଯାଇ ନିଜ ପକେଟ ମନିରୁ ସଞ୍ଚୟ କରିଥିବା ଟଙ୍କାରେ ସେମାନଙ୍କୁ ଖାଇବା ଓ ଉପହାର ଭେଟି ଦେଇଛନ୍ତି। ସୂଚନାମୁତାବକ ମୂଳ ରୂପରେ ଦୀପାବଳି ଭାରତର ପର୍ବ ବୋଲି ଜାଣିବା ପରେ ଏଲା ଓ ଏଡ ଏହାକୁ ନିଆରା ଢ଼ଙ୍ଗରେ ଭାରତରେ ପାଳିବାକୁ ଇଛା ପ୍ରକାଶ କରିଥିଲେ। ଆଉ ଏଥିପାଇଁ ଦୀର୍ଘ ୩ବର୍ଷ ହେଲା ସେମାନେ ଉଦ୍ୟମ କରି ଆସୁଛନ୍ତି। ସ୍କଟଲାଣ୍ଡରେ ସ୍କୁଲ ଛୁଟି ହେବା ପରେ ଏଲା ଓ ଏଡ ସ୍କୁଲ ବାହାରେ ଏକ ଷ୍ଟଲ ପକାଇ ଘର ବଗିଚାରେ ଚାଷ ହୋଇଥିବା ପରିବା, ଗଛ ଓ ଚକୋଲେଟ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି। ଏଭଳି କରି ୩ବର୍ଷ ଭିତରେ ସେମାନେ ୫୦ ହଜାର ଟଙ୍କା ସଞ୍ଚୟ କରିଥିଲେ। ଏହି ଟଙ୍କାକୁ ନେଇ ସେମାନେ ଭାରତ ଆସିଥିବା ବେଳେ ଉତ୍ତରପ୍ରଦେଶ ଅଲିଗଡ଼ର ଶାନ୍ତି ନଗରରେ ଥିବା ଜ୍ଞାନ ଭାରତୀ ପ୍ରାଇମେରୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ଏହି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାୟ ୭୫ ଛାତ୍ର ପାଠ ପଢ଼ନ୍ତି। ଏଲା ଓ ଏଡ ଗୁରୁବାର ସ୍କୁଲରେ ପହଞ୍ଚି ପିଲାଙ୍କୁ ବିସ୍କୁଟ, ନିମକି, ଦହି, ଜିଲାବି ସହ ଭୋଜନ କରାଇଥିଲେ। ଏହାପରେ ଦୀପାବଳି ଛୁଟିରେ ପିଲାମାନେ ଘରକୁ ନେଇକି ଯିବା ପାଇଁ ଲଡୁର ଏକ ଡବ୍ବାକୁ ଉପହାର ସ୍ବରୂପ ଦେଇଥିଲେ। ଆଉ ଏହି ଡବ୍ବାକୁ ସେମାନେ ନିଜ ହାତରେ ତିଆରି କରିଥିବା ଜଣାପଡ଼ିଛି। ଏଭଳି କରି ସେମାନେ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇବା ସହ ଖୁସିକୁ ଦ୍ୱିଗଣିତ କରି ଦେଇଛନ୍ତି। ତେବେ ଏହି ବୟସରୁ ଏଲା ଓ ଏଡଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ସେମାନଙ୍କୁ ଏହି ଚ୍ୟାରିଟିର ପ୍ରେରଣା ସେମାନଙ୍କୁ ଉତ୍ତରାଧିକାରୀ ଭାବେ ମିଳିଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ଜେଜେବାପା, ବାପା ଓ ପିଉସୀ ଆବଶ୍ୟକୀୟ ଲୋକଙ୍କୁ ସାହଯ୍ୟ କରିବା ସହ ଚ୍ୟାରିଟେବୁଲ ଟ୍ରଷ୍ଟ ମଧ୍ୟ ଚଳାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ୍‌ ଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢୁଛି

ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍‌ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ଘଟଣା: ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବ। ଖୁବ ଶୀଘ୍ର କଂଗ୍ରେସ ଦ୍ୱାରା ଏକ...

ମହିଳାଙ୍କ ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧।୮: ମଣିପୁର ମହିଳାଙ୍କ ଭାଇରାଲ ଭିଡିଓ ମାମଲା ସମେତ ମଣିପୁର ଜାତି ହିଂସା ସହ ଜଡିତ ଅନେକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିବେ।...

ଡାକ୍ତରଙ୍କୁ ଠିକ୍‌ ସମୟରେ ଦରମା ଦିଅ

ନୂଆଦିଲ୍ଲୀ, ୧।୮(ପି.ଟି.): କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ପ୍ରଦାନ କରିବା ନିର୍ଦ୍ଦେଶନାମାକୁ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ...

ହାଜତ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ,୮।୧୧: ହାଜତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର...

ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି।...

କୁଲୁ-ମନାଲିରେ ଭୂସ୍ଖଳନ: ଜାତୀୟ ରାଜପଥ ଜାମ୍‌

ଶିମଲା,୨୭।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମଣ୍ଡି, କୁଲୁ ଓ ମନାଲି ଜାତୀୟ ରାଜପଥ ଅବରୋଧ ହେବା...

ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…

ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...

Advertisement
Archives

Model This Week