ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର

ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ ସ୍କଟଲାଣ୍ଡରେ ରହି ଆସୁଛନ୍ତି। ତେବେ ଚଳିତ ଥର ଦୀପାବଳି ସମସ୍ତଙ୍କ ସାଙ୍ଗରେ ଓ ନିଆରା ଭାବେ ପାଳନ କରିବାକୁ ଅଭିଷେକ, ତାଙ୍କ ସ୍ତ୍ରୀ ସ୍ନୋ, ଝିଅ ଏଲା ଏବଂ ପୁଅ ଏଡ୍‌ ଭାରତକୁ ଆସିଛନ୍ତି। ଆଲୋକର ପର୍ବ ଦୀପାବଳିକୁ ଗରିବ ପିଲାଙ୍କ ସହ ପାଳିବାକୁ ଯାଇ ନିଜ ପକେଟ ମନିରୁ ସଞ୍ଚୟ କରିଥିବା ଟଙ୍କାରେ ସେମାନଙ୍କୁ ଖାଇବା ଓ ଉପହାର ଭେଟି ଦେଇଛନ୍ତି। ସୂଚନାମୁତାବକ ମୂଳ ରୂପରେ ଦୀପାବଳି ଭାରତର ପର୍ବ ବୋଲି ଜାଣିବା ପରେ ଏଲା ଓ ଏଡ ଏହାକୁ ନିଆରା ଢ଼ଙ୍ଗରେ ଭାରତରେ ପାଳିବାକୁ ଇଛା ପ୍ରକାଶ କରିଥିଲେ। ଆଉ ଏଥିପାଇଁ ଦୀର୍ଘ ୩ବର୍ଷ ହେଲା ସେମାନେ ଉଦ୍ୟମ କରି ଆସୁଛନ୍ତି। ସ୍କଟଲାଣ୍ଡରେ ସ୍କୁଲ ଛୁଟି ହେବା ପରେ ଏଲା ଓ ଏଡ ସ୍କୁଲ ବାହାରେ ଏକ ଷ୍ଟଲ ପକାଇ ଘର ବଗିଚାରେ ଚାଷ ହୋଇଥିବା ପରିବା, ଗଛ ଓ ଚକୋଲେଟ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି। ଏଭଳି କରି ୩ବର୍ଷ ଭିତରେ ସେମାନେ ୫୦ ହଜାର ଟଙ୍କା ସଞ୍ଚୟ କରିଥିଲେ। ଏହି ଟଙ୍କାକୁ ନେଇ ସେମାନେ ଭାରତ ଆସିଥିବା ବେଳେ ଉତ୍ତରପ୍ରଦେଶ ଅଲିଗଡ଼ର ଶାନ୍ତି ନଗରରେ ଥିବା ଜ୍ଞାନ ଭାରତୀ ପ୍ରାଇମେରୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ଏହି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାୟ ୭୫ ଛାତ୍ର ପାଠ ପଢ଼ନ୍ତି। ଏଲା ଓ ଏଡ ଗୁରୁବାର ସ୍କୁଲରେ ପହଞ୍ଚି ପିଲାଙ୍କୁ ବିସ୍କୁଟ, ନିମକି, ଦହି, ଜିଲାବି ସହ ଭୋଜନ କରାଇଥିଲେ। ଏହାପରେ ଦୀପାବଳି ଛୁଟିରେ ପିଲାମାନେ ଘରକୁ ନେଇକି ଯିବା ପାଇଁ ଲଡୁର ଏକ ଡବ୍ବାକୁ ଉପହାର ସ୍ବରୂପ ଦେଇଥିଲେ। ଆଉ ଏହି ଡବ୍ବାକୁ ସେମାନେ ନିଜ ହାତରେ ତିଆରି କରିଥିବା ଜଣାପଡ଼ିଛି। ଏଭଳି କରି ସେମାନେ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇବା ସହ ଖୁସିକୁ ଦ୍ୱିଗଣିତ କରି ଦେଇଛନ୍ତି। ତେବେ ଏହି ବୟସରୁ ଏଲା ଓ ଏଡଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ସେମାନଙ୍କୁ ଏହି ଚ୍ୟାରିଟିର ପ୍ରେରଣା ସେମାନଙ୍କୁ ଉତ୍ତରାଧିକାରୀ ଭାବେ ମିଳିଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ଜେଜେବାପା, ବାପା ଓ ପିଉସୀ ଆବଶ୍ୟକୀୟ ଲୋକଙ୍କୁ ସାହଯ୍ୟ କରିବା ସହ ଚ୍ୟାରିଟେବୁଲ ଟ୍ରଷ୍ଟ ମଧ୍ୟ ଚଳାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri