ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଏହିଭଳି ସ୍ଥଳେ ନୟାଗଡ଼ ବ୍ଲକ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଗ୍ରାମରେ ଏ ଦିଗରେ ସଚେତନତା ଯୋଗୁଁ ଗ୍ରାମରେ ଝିଅଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି।
ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ଗ୍ରାମରେ ୦ ରୁ ୬ବର୍ଷ ଭିତରେ ଝିଅଙ୍କ ସଂଖ୍ୟା ୩୫ ଥିବାବେଳେ ପୁଅଙ୍କ ସଂଖ୍ୟା ୩୪ ରହିଛି । ୩ରୁ ୬ବର୍ଷ ଭିତରେ ପୁଅ ଝିଅଙ୍କ ସଂଖ୍ୟା ହିସାବକୁ ନେଲେ ଝିଅଙ୍କ ସଂଖ୍ୟା ୨୧ ଥିବାବେଳେ ପୁଅଙ୍କ ସଂଖ୍ୟା ୧୬ ରହିଛି । ସେଥିମଧ୍ୟରୁ ୩ରୁ ୬ବର୍ଷ ଭିତରେ ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ଝିଅଙ୍କ ସଂଖ୍ୟା ୧୭ ଥିବାବେଳେ ପୁଅଙ୍କ ସଂଖ୍ୟା ୧୦ ରହିଛି, ଯାହାକି ପୂର୍ବରୁ ଏହି ଗ୍ରାମରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ଥିଲା । ଗ୍ରାମରେ ବର୍ତ୍ତମାନ ମୋଟ ଜନସଂଖ୍ୟା ୮୦୨ ଥିବାବେଳେ ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୩୦ ଓ ମହିଳାଙ୍କ ସଂଖ୍ୟା ୩୭୨ ରହିଛି ା ତେବେ ଲୋକମାନଙ୍କୁ ସଚେତନ କରିବା ପରେ ଏହି ଗ୍ରାମରେ କନ୍ୟା ସଂଖ୍ୟା ବୃଦ୍ଧି ପାଇଥିବା କଞ୍ଚନବିଲି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲାରେ କନ୍ୟା ସଂଖ୍ୟା ହ୍ରାସନେଇ ଉଦ୍‌ବେଗଜନକ ସ୍ଥିତି ଥିବାବେଳେ ଏପରି ସଚେତନତା ଯୋଗୁଁ କଞ୍ଚନବିଲି ଗ୍ରାମରେ କନ୍ୟାସଂଖ୍ୟା ବୃଦ୍ଧିକୁ ନେଇ ନୂଆ ଆଶା ସଞ୍ଚାର କରିଛି ା ଜିଲାର ଏକ ଭଲ ଗ୍ରାମ ଭାବେ କଞ୍ଚନବିଲି ପରିଚୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri