ନୟାଗଡ଼ ଜିଲାରେ ପାସ୍‌ ହାର ୭୨ ପ୍ରତିଶତ

ନୟାଗଡ଼ ଅଫିସ,୨୨।୫-ମାଟ୍ରିକ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ନୟାଗଡ଼ ଜିଲାରେ ପାସ୍‌ ହାର ୭୧.୮୫ ପ୍ରତିଶତ ରହିଛି। ୫୨ ଜଣ ଏ-୧, ୩୯୮ ଏ-୨, ୮୨୫ ବି-୧, ୧୩୮୮ ବି-୨, ୨୦୬୦ ଜଣ ସି, ୨୮୫୭ ଡି, ୨୨୯୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଜିଲାର ୨୩୫ ହାଇସ୍କୁଲର ୧୩,୯୦୨ ଜଣ ଛାତ୍ରୀଛାତ୍ର ଫର୍ମ ଫିଲପ୍‌ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୫ କେନ୍ଦ୍ରରେ ୧୩,୭୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ମାଲପ୍ରାକ୍ଟିସ(ଏମ୍‌ପି) ହୋଇଥିବା ବେଳେ ଅବଶିଷ୍ଟ ୧୩୭୪୭ ଜଣଙ୍କ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୮୭୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩୮୭୦ ଜଣ ଏଫ ଗ୍ରେଡ଼୍‌ ପାଇ ଅକୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀଙ୍କ ସଂଖ୍ୟ ୫୦୬୩ ଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪୮୧୪। ଚଳିତବର୍ଷ ପାସ୍‌ ହାର କମିଥିବା ବେଳେ ଏ-୧ ଗ୍ରେଡ଼ ଛାତ୍ରୀଛାତ୍ରଙ୍କ ସଂଖା ମଧ୍ୟ କମିଯାଇଛି। ଗତବର୍ଷ ଜିଲାରେ ପାସ୍‌୍‌ ହାର ୭୪ ପ୍ରତିଶତ ହୋଇଥିବା ବେଳେ ୬୦ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼୍‌ ପାଇଥିଲେ। ଚଳିତ ବର୍ଷ ପାସ୍‌ ହାର ୭୨ ପ୍ରତିଶତ ରହିଥିବା ବେଳେ ୫୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ଼ ପାଇଛନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଘରୋଇ ବିଦ୍ୟାଳୟ ବାଜିମାତ୍‌ କରିଥିବା ଜଣାପଡ଼ିଛି। ୫୨ ଜଣ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫ ଜଣ ପିିଲା ଘରୋଇ ବିଦ୍ୟାଳୟର ବୋଲି ଜଣାପଡ଼ିଛି।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୩୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଏ-୧, ୪୫ ଜଣ ଏ-୨, ୫୫ ଜଣ ବି-୧, ୫୮ ଜଣ ବି-୨, ୩୪ ଜଣ ସି , ୧୮ ଜଣ ଡି ଓ ୪ ଜଣ ଇ ଗ୍ରେଡ଼୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ ସହରସ୍ଥିତ ବଜେନ୍ଦ୍ର ହାଇସ୍କୁଲରେ ୧୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬ ଜଣ ଏ-୨, ୯ ଜଣ ବି-୧, ୮ ଜଣ ବି-୨, ୬ ଜଣ ସି, ୧୩ ଜଣ ଡି, ୬ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି। ଏନ୍‌ଏସି ହାଇସ୍କୁଲରେ ୮୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୨ ଜଣ ଏ-୨, ୩ ଜଣ ବି-୧, ୧୮ ଜଣ ବି-୨, ୨୬ ଜଣ ସି, ୨୦ ଜଣ ଡି ଓ ୭ ଜଣ ଇ ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ ତୁଟିଲା

କଟକ ଅଫିସ,୩୦ା୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦ ତୁଟିଥିବା ନେଇ ଏସ୍‌ପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ...

ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ...

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର) ରାଜ୍ୟ ସରକାର ଲକଡାଉନ ସମୟରେ ଗରିବ ଖଟିଖିଆଙ୍କ ପାଇଁ ସହାୟତା ଘୋଷାଣା କରିଛନ୍ତି। ଏହିକ୍ରମରେ ବୌଦ୍ଧ ଜିଲାରେ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା...

ସହରରୁ ଅଳିଆ ସଫା କରା ନ ଯିବା ଘଟଣା : ଏନ୍‌ଏସି କର୍ମଚାରୀଙ୍କୁ ତାଗିଦ୍‌ କଲେ ଉପଜିଲାପାଳ

ଭଞ୍ଜନଗର,୪।୬(ଡି.ଏନ.ଏ)-କିଛିଦିନ ପୂର୍ବେ ସହରଗୁଡ଼ିକର ପରିମଳ ସେବାକୁ ସୁଧାରିବା ପାଇଁ ଜିଲାସ୍ତରୀୟ ଏକ ସମୀକ୍ଷା ହୋଇଥିଲା। ମାତ୍ର ଭଞ୍ଜନଗର ସହରରେ ୪ ମାସ ହେବ ପରିମଳ ସେବା...

ମନ୍ଦିର କାନ୍ଥରେ ପିଟିହେଲା କାର୍‌

କଣ୍ଟାମାଳ,୨୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର କାନ୍ଥରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ପିଟି ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା...

ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ...

ବ୍ଲକ୍‌ ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ

ତେଲକୋଇ,୨୨ା୧୧(ଡି.ଏନ.ଏ): ରାଜ୍ୟ ସରକାର ‘୫-ଟି’ ଜରିଆରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏକ ପ୍ରକାର ବିଫଳ...

Advertisement
Archives

Model This Week