ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ ଗୁରୁତର ହେଉଛନ୍ତି। ୨୬ ଜୁଲାଇ୨୦୧୮ରେ ନୟାଗଡ଼ ବ୍ଲକ ଗଦାଧରପ୍ରସାଦ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୬ ସେପ୍ଟେମ୍ବର ୨୦୧୮ରେ ନୂଆଗାଁ ବ୍ଲକ ଖାଲମଡ଼ା ଗ୍ରାମର ଦୟା ଦିହୁଡ଼ି ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ୨ଦିନ ତଳେ ଗୁରୁବାର ନୟାଗଡ଼ ବ୍ଲକ ବାଉଁଶିଆପଡ଼ା ଗ୍ରାମର ନିରଞ୍ଜନ ଦୀକ୍ଷିତ (୨୭) ବିଲରେ ଗାଈ ଚରାଉଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ। ଜିଲାରେ ବିଶେଷକରି ଏପ୍ରିଲ୍‌, ମେ, ଜୁନ୍‌ ମାସରେ ଅଧିକ ବଜ୍ରପାତ ଘଟୁଥିବା ଜଣାପଡ଼ିଛି। ଜିଲା ଜରୁରିକାଳୀନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪ବର୍ଷରେ ବଜ୍ରପାତରେ ୨୭ ଜଣଙ୍କ ଜୀବନ ହାନି ଘଟିଛି। ୨୦୧୬ରେ ୯, ୨୦୧୭ରେ ୭, ୨୦୧୮ରେ ୯ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ବ୍ଲକରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ। ବଜ୍ରପାତ ଯୋଗୁ କେବଳ ଯେ ମଣିଷଙ୍କ ମୃତ୍ୟୁ ଘଟୁଛି ତା’ନୁହେଁ, ପ୍ରାଣୀସମ୍ପଦ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି। ଦୁଇଦିନ ତଳେ ରଣପୁର ବ୍ଲକ ଚମ୍ପାପେଡ଼ି ଗ୍ରାମ ଆମ୍ବତୋଟାରେ ବଜ୍ରପାତରେ ଗୋଟିଏ ଷଣ୍ଢ ଓ ୩ଟି ଗାଈଙ୍କ ମୃତ୍ୟୁ ଘଟିଥିଲା। ୪ବର୍ଷରେ ପାଖାପାଖି ୩୦୦ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ମେ ୨୦ ତାରିଖରେ ବଜ୍ରପାତରେ ଓଡ଼ଗାଁ ସିନେମା ହଲ୍‌ ଛକରେ ଥିବା ଏକ ନଡ଼ିଆ ଗଛ ପୋଡିଯାଇଥିଲା। ପରିବେଶବିତ୍‌ଙ୍କ କହିବା ଅନୁସାରେ ଅଧିକାଂଶ ସମୟରେ ସଚେତନତା ଅଭାବରୁ ଜିଲାରେ ବଜ୍ରପାତ ମୃତ୍ୟୁ ଘଟୁଛି। ତେଣୁ ବିଭାଗ ପକ୍ଷରୁ ଏ ନେଇ ଗ୍ରାମ ଲୋକମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଶ୍ୱେତକୁମାର ମହାପାତ୍ର କହନ୍ତି, ଯଦି କୌଣସି ବ୍ୟକ୍ତି ବଜ୍ରପାତର ଶିକାର ହୁଅନ୍ତି ତେବେ ତୁରନ୍ତ ତାଙ୍କୁ ମେଡ଼ିକାଲ ଅଣାଯିବା ଦରକାର। ଯଦ୍ଦ୍ବାରା ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇପାରିବ। ସେହିପରି ବଜ୍ରପାତରେ ଯଦି କିଛି ଅଘଟଣ ଘଟିଛି ତା’ହେଲେ ମଧ୍ୟ ଚିକିତ୍ସାଳୟକୁ ଆଣିବା ଦରକାର। ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡା ବଜ୍ରପାତ ସମୟରେ ମୋବାଇଲ୍‌ରେ ବିଭିନ୍ନ ସୂଚନା ଆସୁଛି। କାଳବୈଶାଖୀ ନେଇ ମୋବାଇଲ୍‌ରେ ଯଦି ନିଜ ଅଞ୍ଚଳର ବଜ୍ରପାତର ଆଶଙ୍କା ଥିବା ସୂଚନା ଆସୁଛି ସେତେବେଳେ ଘରୁ ବାହାରିବା ଉଚିତ ନୁହେଁ। ସଚେତନ ହେଲେ ଆମେ ସୁରକ୍ଷିତ ରହିପାରିବା ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ...

ଲଜ୍‌, ହୋଟେଲରେ ଚାଲିଛି ଅସାମାଜିକ କାମ

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ଜିଲା ସଦର ମହକୁମାର କେତେକ ଲଜ୍‌ ଓ ହୋଟେଲରେ ଅସାମାଜିକ କାର୍ଯ୍ୟ ଚାଲିଛି । ଗତ ଡିସେମ୍ବରରେ ନୟାଗଡ଼ ସଦର ମହକୁମାରୁ ଦୁଇ...

ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି...

ଇକୋ ଟୁରିଜମର ରାସ୍ତାରେ ଗଛ ବାଡ଼

ନୟାଗଡ଼ ଅଫିସ,୧୨।୧: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଶରଣକୁଳ ଝାଡେଶ୍ୱରୀ ପୀଠର ସୌନ୍ଦର୍ଯ୍ୟ ବଢ଼ାଇବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୬୨ ଲକ୍ଷ ଟଙ୍କା...

ପରୀ ହତ୍ୟା ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ନୟାଗଡ଼(ଅଫିସ୍‌)/ନୂଆଦିଲ୍ଲୀ, ୬।୪: ନୟାଗଡ଼ର ୫ବର୍ଷୀୟା ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି...

ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ: ରାଜ୍ୟପାଳ

ନିରାକାରପୁର,୧୫ା୧(ଡି.ଏନ୍‌.ଏ.): ନିଜ ଦୀପ୍ତି ଓ ପ୍ରତିଭାକୁ ଚିହ୍ନିବାର ଅବକାଶ ଦେଇଥାଏ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ହିଁ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ। ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ...

ବିଦେଶରେ ଚାକିରି ଦେବାକୁ କହି ଠକେଇ ଘଟଣା: କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି ପୋଲିସ

ନୟାଗଡ଼ ଅଫିସ,୨୩ା୧୨: ବିଦେଶରେ ଚାକିରି କରାଇଦେବାକୁ କହି ଟଙ୍କା ଠକେଇ ଘଟଣାର ନୟାଗଡ଼ ଟାଉନ ପୋଲିସ କେବଳ କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି। ଘଟଣାର ମାସେ ବିତିଯାଇଥିଲେ...

ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ...

Advertisement
Archives

Model This Week