Posted inଖେଳ

ନ୍ୟୁଜିଲାଣ୍ଡ ୭ ଉଇକେଟରେ ବିଜୟୀ

ଟଣ୍ଟନ,୯।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୩ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶନିବାର ୧୦୭ଟି ବଲ ବାକିଥାଇ ୭ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତାନ ୪୧.୧ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩୨.୧ ଓଭରରେ ୩ ଉଇକେଟ ହରାଇ ୧୭୩ ରନ କରି ବିଜୟୀ ହୋଇଛି। ଦଳ ତରଫରୁ ଅଧିନାୟକ କେନ୍‌ ଓ୍ବିଲିୟମସନ ଅପରାଜିତ ୭୯, ରସ ଟେଲର ୪୮, କଲିନ ମୁନରୋ ୨୨ରନ କରିଥିବାବେଳେ ଟମ ଲଥାମ ୧୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଅଫତାବ ଆଲମ ୩ଟି ଯାକ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା ଓ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓପନର ହଜରତୁଲ୍ଲା ଜାଜାଇ ୩୪, ନୁର ଅଲି ଜଡ୍ରାନ ୩୧, ଆଫତାବ ଆଲମ ୧୪ ରନ କରି ଆଉଟ ହୋଇଥିଲେ। ତେବେ ଦଳ ତରଫରୁ ହଶମାତୁଲ୍ଲା ଶାହିଦି ସର୍ବାଧିକ ୫୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନିଶାମ ସର୍ବାଧିକ ୫, ଲୋକି ଫର୍ଗୁଶନ ୪ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୪୧.୧ ଓଭରରେ ୧୭୨ ଅଲଆଉଟ୍‌
(ଶାହିଦି- ୫୯, ଜାଜାଇ- ୩୪, ଜଡ୍ରାନ- ୩୧, ଆଲମ- ୧୪, ନିଶାମ- ୫/୩୧, ଫର୍ଗୁସନ- ୪/୩୭, ଗ୍ରାଣ୍ଡହୋମ- ୧/୧୪)।
ନ୍ୟୁଜିଲାଣ୍ଡ ୩୨.୧ ଓଭରରେ ୧୭୩/୩
(ଓ୍ବିଲିୟମସନ- ୭୯*, ଟେଲର- ୪୮, ଆଲମ- ୩/୪୪)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ପାଲିକେଲ,୪।୯- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୨ଟି ବଲ୍‌ ଥାଇ ୪ ଉଇକେଟରେ ବିଜୟୀ ହୋଇଛି। ସ୍ଥାନୀୟ ପାଲିକେଲ ଅନ୍ତଜାତୀୟ ଷ୍ଟାଡିୟମରେ...

ବାଇଲ୍ସଙ୍କୁ ବିଶ୍ୱ ଜିମ୍ନାଷ୍ଟିକ୍ସ ଟାଇଟଲ

ଷ୍ଟୁଟଗାର୍ଟ(ଜର୍ମାନୀ), ୧୧।୧୦(ଏଏଫପି)-ଆମେରିକା ଜିମ୍ନାଷ୍ଟିକ୍ସ ସୁପରଷ୍ଟାର ସିମୋନେ ବାଇଲ୍ସ କ୍ୟାରିୟରରେ ୫ମ ଅଲ-ଆରାଉଣ୍ଡ ଟାଇଟଲ ସହ ୧୬ତମ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ଆମେରିକା-ଇଂଲଣ୍ଡ

ପ୍ୟାରିସ,୨୯।୬(ଏଏଫ୍‌ପି)- ମେଗନ ରାପିନୋଙ୍କ ଡବଲ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ଦେଇଛି। ପାର୍କ ଡେସ ପ୍ରିନ୍ସେସ ଷ୍ଟାଡିୟମରେ ଆୟୋଜିତ...

୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ

ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ପାକିସ୍ତାନ କ୍ରିକେଟରଙ୍କୁ ବିବାହ ପୂର୍ବରୁ ଏହିସବୁ ସେଲିବ୍ରିଟିଙ୍କ ସହ ଥିଲା ସାନିଆ ମିର୍ଜାଙ୍କ ଆଫେୟାର୍‌

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ମସିହା ନଭେମ୍ବର ୧୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସାନିଆ...

୨୦୨୧ ଆଇପିଏଲରେ ଖେଳିବେ ନାହିଁ ଷ୍ଟେଇନ

ନୂଆଦିଲ୍ଲୀ,୨ା୧- ଦକ୍ଷିଣ ଆଫ୍ରିକୀୟ ପେସର ଡେଲ ଷ୍ଟେଇନ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ...

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର...

ହାର୍ଦ୍ଦିକଙ୍କ କ୍ୟାଚ୍‌ ଯୋଗୁ ବଢ଼ିଥିଲା ମୁମ୍ବାଇ ଇଣ୍ଡିଆନ ଜିତିବାର ସମ୍ଭାବନା: ଚକିତ ହୋଇଥିଲେ କେକେଆର୍‌ ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍‌କୁ...

Advertisement
Archives

Model This Week