Posted inଖେଳ

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ବିଜୟୀ ହୋଇଛି। ତେବେ ମ୍ୟାଚ୍‌ ଜିତିବା ପରେ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସୁପର ଓଭରରେ ଷ୍ଟୋକ୍ସ ପ୍ରଥମ ତିନିଟି ବଲ୍‌ରେ ୯ ରନ୍‌ କରିଥିଲେ। ଚତୁର୍ଥ ବଲରେ ଏକ ସଟ୍‌ ୨ ପାନ୍‌ ପାଇଁ ଦୌଡିଥିଲେ। ଏହି ସମୟରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗପ୍ଟିଲଙ୍କ ଏକ ଭୁଲ ଥ୍ରୋ ଯୋଗୁ ବଲ୍‌ଟି ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ଚୌକା ହୋଇଥିଲା। ଏହି ଚୌକା ଯୋଗୁ ହଁି ଇଂଲଣ୍ଡ ବିଶ୍ୱବିଜୟୀ ହୋଇପାରିଥିଲା। ଭୁଲରେ ବଲଟି ତାଙ୍କ ବ୍ୟାଟରେ ବାଜିଥିବାରୁ ଷ୍ଟୋକ୍ସ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ ମ୍ୟାଚ ଶେଷରେ ଟାଇରେ ଶେଷ ହୋଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ଠିକ ୫୦ ଓଭରରେ ସମାନ ୨୪୧ ରନ କରି ଅଲଆଉଟ ହୋଇଥିଲା। ମ୍ୟାଚ ଟାଇ ହେବାଫଳରେ ସୁପର ଓଭର ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବିନା ଉଇକେଟ ହରାଇ ୧୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହରାଇ ସମାନ ୧୫ ରନ କରିଥିଲା। ଶେଷ ବଲରେ ୨ ରନ ନେବାକୁ ଯାଇ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ। ସୁପର ଓଭର ମଧ୍ୟ ଟାଇରେ ଶେଷ ହୋଇଥିଲା। ତେବେ ଅଧିକ ସଂଖ୍ୟକ ଚୌକା ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର...

ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍‌କୁ ବିଗାଡି ଦେଲେ ରସେଲ

ଚେନ୍ନାଇ, ୧୩ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡି ଦେଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲରମାନେ। ଆନ୍ଧ୍ରେ ରସେଲ ଏହାର ପୂରା ଶ୍ରେୟ...

ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିଲେ କାନ୍ଦିଲେ ଏହି କ୍ରିକେଟର

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ ଶୁକ୍ରବାର ଓଟିଟ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ମାତ୍ରେ ସବୁ...

୧୩୫ ରନ୍‌ରେ ଅଟକିଲା ଗୁଜରାଟ

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ଅକ୍‌ଶନରେ ସ୍ଥାନ ପାଇବାରୁ ଏମିତି କହିଲେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍‌ଶନ ପାଇଁ...

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର...

ମହିଳା କ୍ରିକେଟର୍‌ଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର...

ଷ୍ଟେଇନଙ୍କ ସହ ଯୋଗାଯୋଗରେ ସନରାଇଜର୍ସ

ମୁମ୍ବାଇ,୧୬।୧୨: ଚଳିତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇସାରିଥିବା ଡେଲ ଷ୍ଟେଇନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ ଦାୟିତ୍ୱ ମିଳିବାକୁ...

Advertisement
Archives

Model This Week