ନ୍ୟାୟ ମିଳୁଛି କି

ଆକାର ପଟେଲ
ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରତିବାଦ ଯୋଗୁ ଗାଡ଼ି ଚଳାଚଳ ଅବରୁଦ୍ଧ ହେବା ଘଟଣାର ମଧ୍ୟ ଅଲଗା ଭାବେ ଫେବୃୟାରୀ ୧୦ ତାରିଖ ସୋମବାର ଶୁଣାଣି ହେବାକୁ ଯାଉଛି। ସୁପ୍ରିମ୍‌କୋର୍ଟ ପୋଲିସ ଦ୍ୱାରା ୨୫ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହେବା ମାମଲାର ଶୁଣାଣି କରିନାହାନ୍ତି। ଉତ୍ତରପ୍ରଦେଶ ସରକାର ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ବିରୋଧୀ ପ୍ରତିବାଦକାରୀଙ୍କ ସମ୍ପତ୍ତି ଜବତ କରିବାକୁ ଆରମ୍ଭ କରିଥିବା ବେଳେ ସୁପ୍ରିମ୍‌କୋର୍ଟ ଏହାର ଶୁଣାଣି କରିନାହାନ୍ତି। ବିଦାରଠାରେ ଏକ ସ୍କୁଲରେ ସିଏଏ-ବିରୋଧୀ ନାଟକ ପରିବେଷଣ କରାଯିବା ମାମଲାରେ ପୋଲିସ ପିଲାମାନଙ୍କୁ ବାରମ୍ବାର ଜେରା କରିବା ଘଟଣାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିନାହାନ୍ତି। ସର୍ବୋଚ୍ଚ କୋର୍ଟ ମଧ୍ୟ କଶ୍ମୀରରେ ବିନା ଅଭିଯୋଗରେ ନେତାମାନଙ୍କୁ ଅଟକ ରଖାଯିବା ମାମଲାର ଶୁଣାଣି କରିନାହାନ୍ତି। ସିଏଏ ଯୋଗୁ ଦେଶ ସାରା ଦଙ୍ଗାଗୋଳ ଓ ଅସ୍ଥିରତା ସୃଷ୍ଟି ହେଉଛି ବୋଲି ବିଚାରପତିମାନଙ୍କୁ କୁହାଯାଇଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିନାହାନ୍ତି। ଆସାମର ଅଟକ ଶିବିରଗୁଡ଼ିକରେ ରଖାଯାଇଥିବା ୧୦୦୦ ଲୋକଙ୍କୁ ଏବଂ ପରିବାରରୁ ବିଚ୍ଛିନ୍ନ କରିଦିଆଯାଇଥିବା ଲୋକମାନଙ୍କୁ ସୁପ୍ରିମ୍‌କୋର୍ଟ ନ୍ୟାୟ ପ୍ରଦାନ କରିନାହାନ୍ତି। ଏହି ଶିବିରଗୁଡ଼ିକରେ ରଖାଯାଇଥିବା ସମସ୍ତ ଅଣମୁସଲମାନଙ୍କୁ ମୁକ୍ତ କରିଦିଆଯିବ ବୋଲି ମୋଦି ସରକାର ଚଳିତ ସପ୍ତାହରେ ଘୋଷଣା କରିଥିବା ବେଳେ ସୁପ୍ରିମ୍‌କୋର୍ଟ ତାହା ଉପରେ ହସ୍ତକ୍ଷେପ କରିନାହାନ୍ତି। କେବଳ ମୁସଲମାନଙ୍କୁ ହିଁ ଜେଲରେ ରଖାଯିବ। ସୁପ୍ରିମ୍‌କୋର୍ଟ ଆସାମର ଜାତୀୟ ନାଗରିକ ପଞ୍ଜିକାରୁ ବାଦ୍‌ ପଡ଼ିଥିବା ୧୯ ଲକ୍ଷ ଲୋକଙ୍କ ମଧ୍ୟରୁ ମୁସଲମାନମାନଙ୍କୁ ନିଜ ନାଗରିକତ୍ୱର ପ୍ରମାଣ ଦେବାର ସୁଯୋଗ ଦିଆଯିବା ଲାଗି ଆଗତ ମାମଲାର ଶୁଣାଣି କରିନାହାନ୍ତି। ଆସାମ ଏନ୍‌ଆର୍‌ସିରେ ହୋଇଥିବା ଗୁରୁତର ଅନିୟମିତତା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ତାହାର ଶୁଣାଣି କରିନାହାନ୍ତି। ଯେଉଁ କର୍ମଚାରୀମାନେ ସର୍ବାଧିକ ଲୋକଙ୍କୁ ବେଆଇନ ଘୋଷଣା କରିଛନ୍ତି ଭାଜପା ସରକାର ସେମାନଙ୍କ କାର୍ଯ୍ୟକାଳ ୨ ବର୍ଷ ବଢ଼ାଇଛନ୍ତି ଏବଂ ପ୍ରଦତ୍ତ ଦଲିଲଗୁଡ଼ିକରେ ବନାନ ଅଶୁଦ୍ଧି ଓ ତାରିଖ ଅଲଗା ରହିବା ଯୋଗୁ ଯେଉଁମାନଙ୍କୁ ବିଦେଶୀ ଘୋଷଣା କରାଯାଇଛି, ସୁପ୍ରିମ୍‌କୋର୍ଟ ସେମାନଙ୍କ ମାମଲାର ଶୁଣାଣି କରିନାହାନ୍ତି। ଯେଉଁ ଜମିରେ ବାବ୍ରି ବସ୍‌ଜିଦ ଛିଡ଼ା ହୋଇଥିଲା ସୁପ୍ରିମ୍‌କୋର୍ଟ ତାକୁ ଛଡ଼ାଇନେଇ ଯେଉଁମାନେ ମସ୍‌ଜିଦକୁ ଭାଙ୍ଗିଥିଲେ ସେଇମାନଙ୍କୁ ଦେଇଛନ୍ତି। ମସ୍‌ଜିଦ ଭାଙ୍ଗିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଶୁଣାଣିକୁ କୋର୍ଟ ଗୁରୁତ୍ୱ ଦେଇନାହାନ୍ତି। ଏଲ୍‌.କେ. ଆଡ୍‌ଭାନୀଙ୍କ ବିରୋଧରେ ଏବେ ବି ମାମଲା ରହିଛି। ଏବେ ତାଙ୍କର ବୟସ ୯୦ ହେଲାଣି ଏବଂ ବାବ୍ରି ଭଙ୍ଗା ଘଟଣା ବି ତିନି ଦଶନ୍ଧିର ପୁରୁଣା ହେଲାଣି। ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ବେଆଇନଭାବେ ପରସ୍ପର ସହ ସମ୍ପୃକ୍ତ କରାଯାଇଛି ଏବଂ ସୁପ୍ରିମ୍‌କୋର୍ଟ ଏ ବାବଦରେ କିଛି ଶୁଣାଣି କରିନାହାନ୍ତି। ଏହିପରି ଲେଖିଲେ ତାଲିକା ଆହୁରି ଲମ୍ବା ହେବ, କିନ୍ତୁ ମୁଁ ଏତିକିରେ ରଖୁଛି।
ସତକଥା ହେଲା ସୁପ୍ରିମ୍‌କୋର୍ଟ ପକ୍ଷପାତଦୁଷ୍ଟ ହୋଇଥିବା ଅନେକେ ମନେକରୁଛନ୍ତି। ସୁପ୍ରିମ୍‌କୋର୍ଟ କେଉଁସବୁ ମାମଲାର ଶୁଣାଣି କରିବାକୁ ପ୍ରାଥମିକତା ଦେଉଛନ୍ତି ଓ କାହାର ଶୁଣାଣି କରିବାକୁ ଚାହୁଁନାହାନ୍ତି, ତାକୁ ଦେଖିଲେ ଏହା ସ୍ପଷ୍ଟ ବୁଝାପଡ଼ୁଛି। ସାଧାରଣ ସମୟରେ ଏହା ଏତେ ଉଦ୍‌ବେଗର ବିଷୟ ହୋଇ ନ ପାରେ। କିନ୍ତୁ ଯେତେବେଳେ ସାରା ବିଶ୍ୱ ଭାରତର କାର୍ଯ୍ୟଧାରାକୁ ନେଇ ଅସନ୍ତୁଷ୍ଟ, ଯେତେବେଳେ କୋଟି କୋଟି ଲୋକ ବଞ୍ଚିବା ପାଇଁ ରାସ୍ତା ଉପରକୁ ଆସି ଆନ୍ଦୋଳନ କରୁଛନ୍ତି ଏବଂ ଯେତେବେଳେ ସରକାର ନିଜ ଆଦର୍ଶବାଦୀ କାର୍ଯ୍ୟସୂଚୀକୁ ନେଇ ବ୍ୟସ୍ତ ରହୁଛନ୍ତି, ସେତେବେଳେ ସୁପ୍ରିମ୍‌କୋର୍ଟ ମଧ୍ୟ ସରକାରଙ୍କର ସଂଖ୍ୟାଗୁରୁବାଦକୁ ବଳବତ୍ତର ରଖିବା ବିପଜ୍ଜନକ। ଭାରତରେ ସଂଖ୍ୟାଲଘୁମାନେ ସୁରକ୍ଷିତ ବୋଲି ସୁନାମ ରହିଆସିଥିବା ବେଳେ ମୋଦି ଓ ତାଙ୍କ ସରକାର ଏହାକୁ ବିଘ୍ନିତ କରିଚାଲିଛନ୍ତି। ୟୁରୋପ ପାର୍ଲାମେଣ୍ଟର ସଂଖ୍ୟାଗରିଷ୍ଠ ସଦସ୍ୟ ଭାରତର ଏକ ଆଇନ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିବା ଅଭାବନୀୟ। କିନ୍ତୁ ଆଉ କିଛି ଦିନ ଭିତରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଯେତେବେଳେ ବ୍ରସେଲ୍‌ସ ଯିବେ ସେତେବେଳେ ତାଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କୁ ଅଟକମୁକ୍ତ କରିବା ଓ କଶ୍ମୀରବାସୀଙ୍କୁ ତାଙ୍କ ଇଣ୍ଟରନେଟ ସେବା ଫେରାଇଦେବା ପାଇଁ ଏକ ପ୍ରସ୍ତାବକୁ ଆମେରିକା କଂଗ୍ରେସର ୫୯ ସଦସ୍ୟ ସମର୍ଥନ କରିବା ମଧ୍ୟ ଏକ ଅଭାବନୀୟ ଘଟଣା। କିନ୍ତୁ ତାହା ମଧ୍ୟ ଘଟିଛି।
ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯୫୦ରେ ୮ ଥିବାବେଳେ ୨୦୦୮ ସୁଦ୍ଧା ତାକୁ ୩୧କୁ ବୃଦ୍ଧି କରାଯାଇଥିଲା ଏବଂ ବର୍ତ୍ତମାନ ୩୩ ଜଣ ବିଚାରପତି ଅଛନ୍ତି। ସୁପ୍ରିମ୍‌କୋର୍ଟରେ ଏବେ ପ୍ରଧାନବିଚାରପତିଙ୍କୁ ନେଇ ଏକ ତିନିଜଣିଆ ବେଞ୍ଚ୍‌ ରହିଥିବା ବେଳେ ୧୩ ବା ୧୪ଟି ଦୁଇଜଣିଆ ବିଚାରପତିଙ୍କ ବେଞ୍ଚ୍‌ ରହିଛି। ଏହି ବେଞ୍ଚ୍‌ଗୁଡ଼ିକ ୧୩ ବା ୧୪ଟି କୋର୍ଟରୁମ୍‌ରେ ନିୟମିତ ବସନ୍ତି। ଅନ୍ୟ କୌଣସି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇଜଣିଆ ବିଚାରପତିଙ୍କୁ ନେଇ ୧୩ ବା ୧୪ଟା କୋର୍ଟ ଚାଲେ ନାହିଁ, ଯେପରି ଭାରତରେ ଚାଲିଛି। ଆମେରିକାର ସୁପ୍ରିମ୍‌କୋର୍ଟ, ଯାହାର ଢାଞ୍ଚାରେ ଭାରତର ସୁପ୍ରିମ୍‌କୋର୍ଟ ଗଢ଼ା ହୋଇଛି, ସେଥିରେ ୧୨ ଜଣ ବିଚାରପତିଙ୍କୁ ନେଇ ମାତ୍ର ଗୋଟିଏ ବେଞ୍ଚ୍‌ ରହିଛି। କିନ୍ତୁ ଭାରତର ସୁପ୍ରିମ୍‌କୋର୍ଟରେ ଏତେ ବେଞ୍ଚ୍‌ ଥାଇ ଲୋକଙ୍କୁ ନ୍ୟାୟ ମିଳୁଛି କି? ଏହାର ଉତ୍ତର ସେହି ଲୋକମାନଙ୍କଠାରୁ ମିଳିବ, ଯେଉଁମାନେ ସରକାରଙ୍କ ନୃଶଂସତାର ଶିକାର ହେଉଛନ୍ତି। ଭାରତର ମୁସଲମାନମାନେ କ’ଣ ଭାବୁଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁଛି? ମୁଁ ସେମାନଙ୍କ ତରଫରୁ କିଛି କହିପାରିବି ନାହିଁ କିନ୍ତୁ ମୋର ଯାହା ଅନୁମାନ ସେମାନଙ୍କଠାରୁ ଯେଉଁ ଉତ୍ତର ଆସିବ ତାହା ହେବ ‘ନା’।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri