ନୋଡାଲ ହାଇସ୍କୁଲରେ ଅବ୍ୟବସ୍ଥା

ବଡ଼ସାହି,୧୨ା୮(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ବୈଦନାଥ ନୋଡ଼ାଲ ହାଇସ୍କୁଲରେ ଶିକ୍ଷକ ଓ କର୍ମଚାରୀ ପଦବୀ ଖାଲି ଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ସପ୍ତାହକ ପୂର୍ବେ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଥିବା ବେଳେ ଜିଲାପାଳଙ୍କୁ ଜନଶୁଣାଣି ଶିବିରରେ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ଅଭିଯୋଗପତ୍ରର ନକଲ ଗଣଶିକ୍ଷା ମନ୍ତ୍ରୀ, ସଚିବ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଅବଗତି ନିମନ୍ତେ ମଧ୍ୟ ପ୍ରଦାନ କରିଛନ୍ତି ା
ଶିକ୍ଷାବିଭାଗର ନିଷ୍ପତ୍ତିି ଅନୁଯାୟୀ ଏହି ହାଇସ୍କୁଲ ସହିତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମିଶ୍ରଣ ପରେ ନୋଡ଼ାଲ ହାଇସ୍କୁଲର ମାନ୍ୟତା ମିଳିଛି ା ଏହି ବିଦ୍ୟାଳୟରେ ଚଳିତ ବର୍ଷ ୧ମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ୧୨ବର୍ଷ ହେଲା ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଜଣେ ବିଜ୍ଞାନ ଶିକ୍ଷକ (ପିସିଏମ୍‌) ଦାୟିତ୍ୱରେ ରହିଛନ୍ତି ା ମାସର ବିଭିନ୍ନ ଦିନରେ ଅଫିସ କାର୍ଯ୍ୟ ପାଇଁ ସେ ବ୍ୟସ୍ତ ରହୁଥିବାରୁ ପିଲାଙ୍କୁ ଠିକ୍‌ ଭାବେ ପାଠ ପଢ଼ାଇପାରୁ ନାହାନ୍ତି। ସେହିପରି ୭ବର୍ଷ ହେଲା ଜଣେ କଳା ଟିଜିଟି ଶିକ୍ଷକ ପଦବୀ ଖାଲି ଥିବାରୁ ସ୍କୁଲର ଖେଳ ଶିକ୍ଷୟିତ୍ରୀ ସାମାଜିକ ବିଜ୍ଞାନର ଉଭୟ ଇତିହାସ ଓ ଭୂଗୋଳ ବିଷୟ ପଢ଼ାଉଛନ୍ତି। ଭାଷା ସାହିତ୍ୟ ବିଷୟ ସ୍କୁଲର ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ପାଳି କରି ପଢ଼ାଉଛନ୍ତି । ଅନ୍ୟପକ୍ଷେ ହିନ୍ଦୀ ଶିକ୍ଷକଙ୍କୁ ସପ୍ତାହରେ ୩ଦିନ ପାଇଁ ନିକଟସ୍ଥ ବି.ସି ହାଇସ୍କୁଲକୁ ଡ଼େପୁଟେସନ ଦାୟିତ୍ୱ ମିଳିଥିବାରୁ ଛୁଟି ଦିନକୁ ବାଦ୍‌ ଦେଲେ ବାକି ଦିନମାନଙ୍କରେ ନିଜ ବିଷୟ ପଢ଼ାଇ ଅତିରିକ୍ତ କ୍ଲାସ ନେବା ତାଙ୍କ ପକ୍ଷରେ ଅସମ୍ଭବ ହେଉଛି ା ସେହିପରି ସ୍କୁଲରେ ୨ଟି ପିଅନ ପଦବୀ ଖାଲି ଥିବା ବେଳେ ସ୍ବାସ୍ଥ୍ୟଗତ କାରଣରୁ କିରାଣୀ ଜଣଙ୍କ ଛୁଟିରେ ରହିଛନ୍ତି ା ସ୍କୁଲ କମ୍ପ୍ୟୁଟର ସଂଯୋଜିକାଙ୍କର ଚାକିରି ଅବଧି ପୂରଣ ପରେ ଛଟେଇ ହେବାରୁ କମ୍ପ୍ୟୁଟର ପାଢ଼ପଢ଼ା ଓ ସ୍କୁଲର ଇ-କାର୍ଯ୍ୟକ୍ରମ ବ୍ୟାହତ ହୋଇପଡ଼ିଛି। ଯାହା ଫଳରେ ଏମାନଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ସ୍କୁଲର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅତିରିକ୍ତ ଦାୟିତ୍ୱ ନେବାକୁ ପଡୁଛି। ଏଥିନେଇ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଭାପତି ରଣଜିତ କୁମାର ପଣ୍ଡା କୁହନ୍ତି, ବଡ଼ସାହି ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁୁଡି ପଡିଥିବା ବେଳେ ଅଭିଭାବକ ସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠପଢାଇବାକୁ ଆଉ ଉଚିତ ମଣୁନାହାନ୍ତି ା ଆମ ସ୍କୁଲର ଅଭିଭାବକ ଓ ପରିଚାଳନା କମିଟିର ମିଳିତ ବୈଠକରେ ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ପ୍ରଦାନ ପାଇଁ ସର୍ବ ସମ୍ମତି ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛୁ ା ଯଥାଶୀଘ୍ର ଖାଲି ପଡ଼ିଥିତ୍ବା ପଦବୀ ପୂରଣ ପାଇଁ କର୍ତ୍ତୃୃର୍ପକ୍ଷ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ସେହିପରି ଅଭିଭାବକ ଅଶ୍ୱିନୀ ସିଂ କୁହନ୍ତି, ଶିକ୍ଷକ ଅଭାବ ପାଇଁ ପିଲାଙ୍କୁ ଉଚିତ ଶିକ୍ଷା ଦିଆଯାଇ ପାରୁନାହିଁ ା ସରକାର ଶିକ୍ଷାର ବିକାଶ ପାଇଁ ପର୍ଯ୍ୟାପ୍ତ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବାସ୍ତବତା ଆମ ସ୍କୁଲକୁ ଆସି ଦେଖିଯାଆନ୍ତୁ ବୋଲି କହିଛନ୍ତି। ନୋଡାଲ ସ୍କୁଲ ଘୋଷଣା ସତ୍ତ୍ୱେ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ହୋଇ ନ ଥିବାରୁ ସ୍କୁଲରେ ଅବ୍ୟବସ୍ଥା ଲାଗି ରହିଛି। ଏହାର ସମାଧାନ କରାନଗଲେ ଅଭିଭାବକଗଣ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଦେବବ୍ରତ ବାରିକଙ୍କୁ ସ୍କୁଲ ସମସ୍ୟା ନେଇ ପଚାରିବାରୁ ଅଭିଯୋଗ ପାଇବା ପରେ ସେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି ଓ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?