ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୩୨ଟି ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବକେୟା ବିଦ୍ୟୁତ୍ ବିଲ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରାଯାଇଛି। ବୁଧବାର ସୁଦ୍ଧା ୪ ଦିନରେ ୨୦, ୨୨୧ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୫ କୋଟି ୩୭ଲକ୍ଷ ୨୭ହଜାର ଟଙ୍କା ଆଦାୟ ହୋଇଛି। ୩୭୩୨ ଜଣ ଉପଭୋକ୍ତାଙ୍କର ୭ କୋଟି ୩୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
ବାଲେଶ୍ୱର ଜିଲାର ୩୮ଟି ସ୍କ୍ବାଡ଼ ମାଧ୍ୟମରେ ୩୫୭୫ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୯୪ଲକ୍ଷ ୮୯ହଜାର ଟଙ୍କା ଆଦାୟ ହୋଇଛି। ୧୨୮୬ ଉପଭୋକ୍ତାଙ୍କର ୧କୋଟି ୫୪ଲକ୍ଷ ୨୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ସେହିପରି ଭଦ୍ରକରେ ୨୪ଟି ସ୍କ୍ବାଡ଼୍ ମାଧ୍ୟମରେ ୧୭୭୯ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୭୫ଲକ୍ଷ ୬୫ହଜାର ଟଙ୍କା ଆଦାୟ ହୋଇଛି। ୬୮୩ ଉପଭୋକ୍ତାଙ୍କର ୧କୋଟି ୪୦ଲକ୍ଷ ୩୨ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ଯାଜପୁରରେ ୨୦ଟି ସ୍କ୍ବାଡ଼୍ ମାଧ୍ୟମରେ ୧୩୭୮ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୯୮ଲକ୍ଷ ୮୭ହଜାର ଟଙ୍କା ଆଦାୟ ହୋଇଛି। ୩୦୦ ଉପଭୋକ୍ତାଙ୍କର ୭୦ଲକ୍ଷ ୧୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ମୟୂରଭଞ୍ଜରେ ୨୭ଟି ସ୍କ୍ବାଡ଼ ମାଧ୍ୟମରେ ୧୧୦୬୮ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୧କୋଟି ୮୫ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଛି। ୬୭୭ ଉପଭୋକ୍ତାଙ୍କର ୧କୋଟି ୮୮ଲକ୍ଷ ୪୬ ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। କେନ୍ଦୁଝରରେ ୨୩ଟି ସ୍କ୍ବାଡ଼ ମାଧ୍ୟମରେ ୨୪୨୧ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୮୨ଲକ୍ଷ ୩୮ହଜାର ଟଙ୍କା ଆଦାୟ ହୋଇଛି। ୭୮୬ ଉପଭୋକ୍ତାଙ୍କର ୧କୋଟି ୪୭ଲକ୍ଷ ୧୩ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ନେସ୍କୋର ବକେୟା ବିଦ୍ୟୁତ୍ ବିଲ ଆଦାୟ, ସଂଯୋଗ ବିଚ୍ଛିନ୍ନ ଅଭିଯାନ: ୪ ଦିନରେ ଆଦାୟ ହେଲା ୫କୋଟି ୩୭ଲକ୍ଷ
Posted inଆମ ଜିଲା ଖବର, ବାଲେଶ୍ୱର View All
ବରଗଡ଼ ଆସୁଛନ୍ତି ଓଏସସିପିସିଆର୍ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…
ରାଜପଥରେ ଲୁଟ୍ପାଟ୍: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍ ଭେସେଲ୍) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…
ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…
ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..
ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…
ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ
କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…
ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି
ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…
ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ
କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…
କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ
ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…
Archives

