Posted inଖେଳ

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ସ୍ପାନିଶ କ୍ଲବ ରିୟଲ ମାଡ୍ରିଡ୍‌। ନେମାରଙ୍କୁ ଦଳରେ ସାମିଲ କରିବା ଲାଗି ମାଡ୍ରିଡ୍‌ ତା’ର ଅନ୍ୟତମ ସଫଳ ଷ୍ଟ୍ରାଇକର ଗାରେଥ ବାଲେ, ଆଟାକିଂ ମିଡ୍‌ଫିଲ୍ଡର ଜେମ୍ସ ରୋଡ୍ରିଗୁଏଜ ଓ ଗୋଲକିପର କିଲୋର ନାଭାସଙ୍କ ସହ ୧୦୦ ନିୟୁତ ୟୁରୋ ଅର୍ଥ ଦେବା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ଏଭଳି ଏକ ବଡ଼ ପ୍ରସ୍ତାବକୁ ଲିଗ୍‌ ଓ୍ବାନ କ୍ଲବ ପିଏସ୍‌ଜି ପ୍ରତ୍ୟାଖ୍ୟାନ କରି ଦେଇଥିବା ଫ୍ରେଞ୍ଚ ଖବରକାଗଜ ଏଲକୁଇପେର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ମାଡ୍ରିଡ୍‌ ବ୍ୟତୀତ ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା ଓ ସିରି ଏ’ ଚାମ୍ପିୟନ ଜୁଭେଣ୍ଟସ ମଧ୍ୟ ନେମାରଙ୍କ ପାଇଁ ଇଚ୍ଛୁକ ଥିବା ଦର୍ଶାଯାଇଛି। ଜୁଭେଣ୍ଟସ ପାଉଲୋ ଡିବାଲାଙ୍କ ସହ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଦେବା ପାଇଁ ପ୍ରସ୍ତାବ ଦେଇଛି। ସେହିଭଳି ବାର୍ସିଲୋନା ନେମାରଙ୍କୁ ଚଳିତ ସିଜନରେ ଲୋନ ଆକାରରେ ନେବାକୁ ଚାହୁଁଛି। ଯାହା ଫଳରେ ସ୍ପାନିଶ ଦଳକୁ ୨୦୨୦-୨୧ ସିଜନରେ ବ୍ରାଜିଲ ଷ୍ଟାରଙ୍କୁ ୧୫୦ ନିୟୁତ ୟୁରୋ ଦେବାକୁ ପଡ଼ିବ। ଏହି ୩ କ୍ଲବଙ୍କ ନିକଟରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ଏହାପରେ କୌଣସି ଦଳର ଖେଳାଳିଙ୍କ ସହ ଟ୍ରାନ୍ସଫର ଲାଗି ଚୁକ୍ତି ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri