Posted inଫୁରସତ

ନେତାଙ୍କୁ ବୁଝାଇଦେଇଥିଲି ଚୋରର ଅର୍ଥ…

ଆଠମଲ୍ଲିକରେ ଏକ ସାହିତ୍ୟ ସଭା ଥାଏ। ବର୍ଷ କି ବାର ଠିକ୍‌ ମନେ ନ ଥିଲେ ବି ଘଟଣା କ’ଣ ଥିଲା ତାହା ଏଯାଏ ମନରେ ଅଛି। କାର୍ଯ୍ୟକ୍ରମରେ ମୁଁ ଥାଏ ମୁଖ୍ୟବକ୍ତା ଓ ରାଜ୍ୟର ଜଣେ ନେତା ଥାନ୍ତି ମୁଖ୍ୟଅତିଥି। କାର୍ଯ୍ୟକ୍ରମକୁ ଯିବା ବାଟରେ ମୋ ଗାଡ଼ି ଖରାପ ହେଲା। ତେଣୁ ଫୋନରେ ଜଣାଇଦେଲି, ଯିବାରେ ବିଳମ୍ବ ହେବ, ଆପଣ କାର୍ଯ୍ୟକ୍ରମ ଆରମ୍ଭ କରି ଦିଅନ୍ତୁ। ସଭାସ୍ଥଳରେ ପହଞ୍ଚିବା ବେଳକୁ କାର୍ଯ୍ୟକ୍ରମ ଚାଲିଥାଏ ଓ ମଞ୍ଚରେ ଥାନ୍ତି ମୁଖ୍ୟଅତିଥି ନେତା ମହୋଦୟ। ତାଙ୍କର ପୂର୍ବରୁ କ’ଣ ଭାଷଣ ଥିଲା ଜାଣିନି ହେଲେ ମୋତେ ଦେଖି ମୋଡ଼ ବଦଳାଇଦେଲେ। ହଠାତ୍‌ କହିବା ଆରମ୍ଭ କଲେ ଆଜିକାଲି ବ୍ୟଙ୍ଗକବିମାନେ ନେତାମାନଙ୍କ ଅବଦାନ, ଉତ୍ସର୍ଗକୁ ବୁଝୁନାହାନ୍ତି। କଦର୍ଯ୍ୟ କରି, ଚିଗୁଲେଇ ନେତାମାନଙ୍କ ବିରୋଧରେ ଲେଖୁଛନ୍ତି। ଏପରିକି ଚୋର ବି କହୁଛନ୍ତି। ସିଧା ନ ହେଲେ ବି ବୁଲେଇକି ସେ ମୋତେ ଗାଳି କରୁଛନ୍ତି ବୋଲି ଲାଗିଲା। ପାଳି ଆସିଲା ମୋର। ମୁଖ୍ୟବକ୍ତା ଭାବେ ମାଇକ ଧରିବା ପରେ ଚୋର ଭଳି ପବିତ୍ର ଅର୍ଥକୁ ନେତାଙ୍କ ନଁାରେ ଯୋଡ଼ିବାର ସାହସ ନାହିଁ ବୋଲି ମୁଁ ଉତ୍ତର ରଖିଥିଲି। ବ୍ରଜେ ଚୋରି କଲୁ ଲହୁଣୀ ସର, ବାସ ହରି ନେଲୁ ଗୋପ ନାରୀର, ସତରେ ଯଦି ତୁ ଏଡିକି ଚୋର, ଚୋରି କରି ନେ ଜନମଜନମ ପାପକୁ ମୋର.. ଏହା ହେଉଛି ମୋର ଏକ ଅନୁବାଦିତ କବିତାରୁ କିଛି। ଏହି ପଦକୁ କହିବା ପରେ ଭଗବାନ କୃଷ୍ଣ ବି କିପରି ଚୋର ଥିଲେ ତାହାର ପ୍ରମାଣ ଦେଇଥିଲି। ପରେ ନେତାଙ୍କ ଉଦ୍ଦେଶ୍ୟରେ କହିଥିଲି, ତୁମେ ପାଣି, ଖଣି, ଡାଲି ଯାହା ପାଉଛ ଚୋରି କର। ଚିଟ୍‌ଫଣ୍ଡ ଟଙ୍କା ବି ହଜମ କରିଦିଅ। ଆମର କିଛି କହିବାର ନାହିଁ। ହେଲେ ଥରେ ଲୋକଙ୍କ ଦୁଃଖକୁ ଚୋରି କର ହେ ନେତା ମହୋଦୟ। ସେତେବେଳେ ଆମେ ତୁମକୁ ଚୋର ଡାକି ପାରି ଖୁସି ହେବୁ। ସଭାସ୍ଥଳ କରତାଳିରେ ଭରି ଉଠିଥିଲା। କିଛି ଦିନ ବୋଧେ ଚୋର ଶବ୍ଦକୁ ନେଇ ଆଲୋଡ଼ନ ହୋଇଥିଲା ସେ ଜାଗାରେ, ସାହିତ୍ୟ ଚର୍ଚ୍ଚାରେ ଓ ଓଡ଼ିଶାରେ ବି। ରାଜ୍ୟର ବେଶ୍‌ ପରିଚିତ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କର ଏହା ଅନୁଭୂତିର ଏକ ଅଂଶ।
ଆଠମଲ୍ଲିକର ମାଧପୁର ଗ୍ରାମରେ ଜ୍ଞାନଙ୍କର ଜନ୍ମ। ୭ ଭାଇ ଓ ୩ ଭଉଣୀ ମଧ୍ୟରୁ ଜ୍ଞାନ ହେଉଛନ୍ତି ସବୁଠୁ ସାନ ଭାଇ। ଏପରିକି ୭ଜଣ ଭାଇଙ୍କର ନାମ ଇଂଲିଶ ଆଲଫାବେଟ୍‌ ଏ ଠାରୁ ଜି ପର୍ଯ୍ୟନ୍ତରେ ନାମକରଣ ହୋଇଛି। ଜ୍ଞାନଙ୍କର ମୂଳନାମ ଜ୍ଞାନାନନ୍ଦ ହୋତା। ହେଲେ ନନ୍ଦ ଓ ହୋତା ଭଳି ଦୁଇଟି ସାଙ୍ଗିଆ ଭିତରେ କଳି ନ ହେଉ, ତେଣୁ ସେ ଜ୍ଞାନ ହୋତା ନାମ ରଖିଛନ୍ତି ବୋଲି ବ୍ୟଙ୍ଗର ସହ କହିଥିଲେ। ବାରବାଟୀ ଷ୍ଟାଡିୟମରେ ହେଉଥିବା ଏକ ପୁସ୍ତକ ମେଳାରେ ଜ୍ଞାନ ପ୍ରଥମେ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ। ପିଲାଟି ବେଳୁ କବିତା ଲେଖିବାର ରୁଚି ନ ଥିଲେ ମଧ୍ୟ ଆପେଆପେ ସେ ଏଥିରେ ଯୋଡ଼ିହୋଇଯାଇଛନ୍ତି। ପିଲା ବେଳେ ଦୁଷ୍ଟାମି କରି ଗାଳି ଓ ଏବେ ଦୁଷ୍ଟାମି କରି ତାଳି ପାଉଛନ୍ତି ବୋଲି ଜ୍ଞାନ କୁହନ୍ତି। ପୁସ୍ତକମେଳାରେ ତାଙ୍କର କବିତା ଶୁଣି ଆକାଶବାଣୀର ବରିଷ୍ଠ ପଦାଧିକାରୀ ସ୍ବର୍ଗତ ଡ. ବ୍ରଜମୋହନ ମହାନ୍ତି ତାଙ୍କୁ ରେଡିଓର ଚହଟା ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଥିଲେ। ସେହିି ସମୟର ଅନୁଭୂତି ସମ୍ପର୍କରେ ଜ୍ଞାନ କୁହନ୍ତି, ଡ. ମହାନ୍ତି କହିଥିଲେ ଜ୍ଞାନ ତୁମେ ଭଲ କବିତା ଲେଖୁଛ। ଆଉ କିଛି କବିତା ଲେଖିଛ ନା ନାହିଁ ବୋଲି ପଚାରିଥିଲେ। ବାହାଦୁରି ମାରି ଆହୁରି କବିତା ଅଛି ବୋଲି ଜ୍ଞାନ କହି ଦେଇଥିଲେ। ହେଲେ ସତ କଥା ହେଉଛି ପୁସ୍ତକ ମେଳାରେ ଆବୃତ୍ତି କରିଥିବା କବିତା ହିଁ ତାଙ୍କର ପ୍ରଥମ ରଚନା ଥିଲା। ପରଦିନ ୩ଟି କବିତା ଆଣି ଆକାଶବାଣୀରେ ଦେଖା କରିବାକୁ ଡ.ମହାନ୍ତି କହିଲେ। ରାତି ଭିତରେ ୩ଟି କବିତା କିପରି ଲେଖିବେ ବୋଲି ଭାବି ଚିନ୍ତା ବଢ଼ିଯାଇଥିଲା। ସକାଳୁ ମିଛରେ ଡ.ମହାନ୍ତିଙ୍କୁ କହିଥିଲେ ଅଜା ଚାଲି ଯାଇଛନ୍ତି ଆଉ ତୁରନ୍ତ ଗାଁକୁ ଯିବାକୁ ହେବ। ୧୦ଦିନ ପରେ ଆସିବି। ଏକଥାରେ ଡ. ମହାନ୍ତି ରାଜି ହେଲେ। ୧୦ଦିନରେ ୩ଟି କବିତା ଲେଖାସାରି ଡ. ମହାନ୍ତିଙ୍କୁ ଦେଖା କରିଥିଲେ। କବିତାଗୁଡ଼ିକ ପ୍ରଶଂସିତ ହେଲା ଏବଂ ଏହି କବିତା ରଚନା ଭିତରେ ରହିଗଲେ ଜ୍ଞାନ।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri