ନୂଆ ଷ୍ଟ୍ରେନ୍‌ରୁ ଲକ୍‌ଡାଉନ ଚର୍ଚ୍ଚା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌। ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ତତ୍ପର ହୋଇ ଉଠିଥିବାବେଳେ ଓଡ଼ିଶାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ରବିବାର ଭୁବନେଶ୍ୱରରେ ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ୪ ବର୍ଷୀୟା ଶିଶୁକନ୍ୟାଙ୍କ ମା’ ଓ ବାପାଙ୍କର ପୁନର୍ବାର ଆର୍‌ଟିପିସିଆର ନମୁନା ସଂଗ୍ରହ କରାଯାଇଥିଲା। ତେବେ ତାଙ୍କ ବାପାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହାକୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୩ଜଣ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ଶନିବାର ବ୍ରିଟେନ୍‌ ଫେରନ୍ତା ଓ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ ୩୯ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବାବେଳେ ରବିବାର ଆଉ ୩୯ଜଣ ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଛି।

ଯେଉଁ ବ୍ରିଟେନ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ସେମାନଙ୍କର ଜିନ୍‌ ଅନୁଶୀଳନ ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଏ ପରିପ୍ରେକ୍ଷୀରେ ରାଜଧାନୀରେ ପୂର୍ବରୁ ଚିହ୍ନଟ ହୋଇଥିବା ୩୪ ବର୍ଷୀୟ ଯୁବକ ଓ ୪ ବର୍ଷୀୟା ଶିଶୁକନ୍ୟାଙ୍କ ନମୁନା ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ଏପର୍ଯ୍ୟନ୍ତ ଦୁହିଁଙ୍କ ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ରେ ମଧ୍ୟ ଜିନ୍‌ ଅନୁଶୀଳନ ହୋଇପାରିବ ବୋଲି ଆଇସିଏମ୍‌ଆର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିନ୍ତୁ ଚିହ୍ନଟ ନୂଆ ସଂକ୍ରମିତଙ୍କ ନମୁନା ପୁଣେ ପଠାଯିବ କି ଆଇଏଲ୍‌ଏସ୍‌ରେ ଏହାର ଜିନ୍‌ ଅନୁଶୀଳନ ହେବ, ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।
ସେପଟେ ଗତ ପ୍ରାୟ ୧ ମାସ ଭିତରେ ଓଡ଼ିଶାକୁ ବ୍ରିଟେନ୍‌ରୁ ୧୮୧ଜଣ ଲୋକ ଫେରିଛନ୍ତି। ଏଥିରେ ଭୁବନେଶ୍ବରରୁ ସର୍ବାଧିକ ୮୮ଜଣ ରହିଥିବା କୁହାଯାଉଛି। ରାଜଧାନୀକୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶକୁ ଟ୍ରେସିଂ କରିବା ଏବେବି ମଧ୍ୟ ସମ୍ଭବ ହୋଇପାରିନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରକୁ ଚାଲିଯାଇଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ଟ୍ରେଣ୍ଡ୍‌ ତଳକୁ ଖସୁଥିବାରୁ ଲୋକମାନେ ଟିକେ ଆଶ୍ୱସ୍ତି ଅନୁଭବ କରୁଥିବାବେଳେ ପୁଣି କରୋନାର ନୂଆ ଷ୍ଟ୍ରେନ୍‌ ଭୟର ବାତାବରଣ ସୃଷ୍ଟି କରିଛି। ପୂର୍ବଭଳି କୋଭିଡ୍‌ କଟକଣା ମାନି ଚଳିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏପଟେ ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?