ନୂଆ ଷ୍ଟ୍ରେନ୍‌ରୁ ଲକ୍‌ଡାଉନ ଚର୍ଚ୍ଚା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌। ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ତତ୍ପର ହୋଇ ଉଠିଥିବାବେଳେ ଓଡ଼ିଶାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ରବିବାର ଭୁବନେଶ୍ୱରରେ ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ୪ ବର୍ଷୀୟା ଶିଶୁକନ୍ୟାଙ୍କ ମା’ ଓ ବାପାଙ୍କର ପୁନର୍ବାର ଆର୍‌ଟିପିସିଆର ନମୁନା ସଂଗ୍ରହ କରାଯାଇଥିଲା। ତେବେ ତାଙ୍କ ବାପାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହାକୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୩ଜଣ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ଶନିବାର ବ୍ରିଟେନ୍‌ ଫେରନ୍ତା ଓ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ ୩୯ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବାବେଳେ ରବିବାର ଆଉ ୩୯ଜଣ ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଛି।

ଯେଉଁ ବ୍ରିଟେନ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ସେମାନଙ୍କର ଜିନ୍‌ ଅନୁଶୀଳନ ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଏ ପରିପ୍ରେକ୍ଷୀରେ ରାଜଧାନୀରେ ପୂର୍ବରୁ ଚିହ୍ନଟ ହୋଇଥିବା ୩୪ ବର୍ଷୀୟ ଯୁବକ ଓ ୪ ବର୍ଷୀୟା ଶିଶୁକନ୍ୟାଙ୍କ ନମୁନା ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ଏପର୍ଯ୍ୟନ୍ତ ଦୁହିଁଙ୍କ ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ରେ ମଧ୍ୟ ଜିନ୍‌ ଅନୁଶୀଳନ ହୋଇପାରିବ ବୋଲି ଆଇସିଏମ୍‌ଆର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିନ୍ତୁ ଚିହ୍ନଟ ନୂଆ ସଂକ୍ରମିତଙ୍କ ନମୁନା ପୁଣେ ପଠାଯିବ କି ଆଇଏଲ୍‌ଏସ୍‌ରେ ଏହାର ଜିନ୍‌ ଅନୁଶୀଳନ ହେବ, ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।
ସେପଟେ ଗତ ପ୍ରାୟ ୧ ମାସ ଭିତରେ ଓଡ଼ିଶାକୁ ବ୍ରିଟେନ୍‌ରୁ ୧୮୧ଜଣ ଲୋକ ଫେରିଛନ୍ତି। ଏଥିରେ ଭୁବନେଶ୍ବରରୁ ସର୍ବାଧିକ ୮୮ଜଣ ରହିଥିବା କୁହାଯାଉଛି। ରାଜଧାନୀକୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶକୁ ଟ୍ରେସିଂ କରିବା ଏବେବି ମଧ୍ୟ ସମ୍ଭବ ହୋଇପାରିନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରକୁ ଚାଲିଯାଇଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ଟ୍ରେଣ୍ଡ୍‌ ତଳକୁ ଖସୁଥିବାରୁ ଲୋକମାନେ ଟିକେ ଆଶ୍ୱସ୍ତି ଅନୁଭବ କରୁଥିବାବେଳେ ପୁଣି କରୋନାର ନୂଆ ଷ୍ଟ୍ରେନ୍‌ ଭୟର ବାତାବରଣ ସୃଷ୍ଟି କରିଛି। ପୂର୍ବଭଳି କୋଭିଡ୍‌ କଟକଣା ମାନି ଚଳିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏପଟେ ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ: ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟବହାର କରିବେ ଦୁଇ ଚକିଆ ଯାନ

କଟକ ଅଫିସ, ୧୦।୩: ପାଦ ଚଲା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଯୋଗୁ ବାଇକ୍‌ ବ୍ୟବହାର କଟକଣାକୁ କୋହଳ କରିବା ପାଇଁ ଗୁରୁବାର...

କାର୍‌ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା...

CORONAVIRUS UPDATE: ରାଜ୍ୟରେ ୩୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୪୯୯ ଚିହ୍ନଟ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଶୁକବ୍ରାର ଆଉ ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍‌

କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ...

୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯାଇଛି। ରାଜ୍ୟର ୬ଟି ସ୍ଥାନରେ...

ଅସହିଷ୍ଣୁତାର ସମାଜ ଗଢ଼ୁଛେ

ବ୍ରିଟେନ୍‌ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଗତ ମାସ...

ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ :ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା

ଭଞ୍ଜନଗର, ୧୯ା୫(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ବାରୁଡ଼ାର ସତ୍ୟବାନ ସ୍ବାଇଁଙ୍କୁ ସୁରାଟ ପୋଲିସ ଗତ ଗୁରୁବାର ପିଟି ପିଟି ମାରି ଦେବା ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ଦୋଷୀଙ୍କ...

ଶିମିଳିପାଳରେ କ୍ରମଶଃ ତାପମାତ୍ରା ହ୍ରାସ: ବରଫର ଆସ୍ତରଣ ଦୃଶ୍ୟମାନ

ବାରିପଦା ଅଫିସ,୭।୧: ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। କ୍ରମାଗତ ୪ ଦିନ ହେଲା ପାରଦ ଖସିବା ସହିତ ହାଡ଼ଭଙ୍ଗା ଶୀତ ଅନୁଭୂତ...

Advertisement
Archives

Model This Week