ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ ଅବା କୌଣସି ଆର୍ଟିଫିସିଆଲ୍‌ ଜୁଏଲେରି। ତେବେ ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲେରି ଏକ ନୂଆ ଟ୍ରେଣ୍ଡ୍‌ ଭାବେ ଉଭା ହୋଇଛି। ଏକ୍ସପର୍ଟଙ୍କ ମତରେ ଏହା ଏକପ୍ରକାର ମାଟିରେ ତିଆରି ହ୍ୟାଣ୍ଡମେଡ୍‌ ଜୁଏଲେରି। ଦିନ ଥିଲା, ଏହି ଜୁଏଲେରିରେ କେବଳ ଦେବଦେବୀ ତଥା ରାଜା ମହାରାଜାମାନଙ୍କର ପ୍ରତିଛବି ହିଁ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ନାନାଦି ରଙ୍ଗର ପଶୁପକ୍ଷୀ, ଫୁଲ, କାର୍ଟୁନ ତଥା ବିଭିନ୍ନ ଜ୍ୟାମିତିକ ଡିଜାଇନ୍‌ର ମଡର୍ନ ଟେରାକୋଟା ଜୁଏଲେରି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଫଳରେ ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।

 

କେମିତି ତିଆରି ହୁଏ ଏହି ଜୁଏଲେରି
ଏକ୍ସପର୍ଟଙ୍କ ମତରେ, ଟେରାକୋଟା ଜୁଏଲେରିରେ ଏକପ୍ରକାର ଚିକଣିଆ ମାଟି ବ୍ୟବହାର କରାଯାଇଥାଏ। ଏହି ମାଟିକୁ ଅଟା ଚକଟିଲା ଭଳି ପ୍ରଥମେ ଭଲ ଭାବେ ଚକଟାଯାଇ ତା’ପରେ ଏହାକୁ ବିଭିନ୍ନ ପ୍ରକାର ଜୁଏଲେରି ଶେପ୍‌ରେ ତିଆରି କରାଯାଇଥାଏ। ଏହାପରେ ଏହାକୁ ଖରାରେ ଶୁଖାଯାଏ। ଭଲଭାବେ ଶୁଖିଗଲା ପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ପ୍ରକାର ମେଟାଲ୍‌, ସିଲ୍କ କପଡ଼ା ଆଉ ରଙ୍ଗର ବ୍ୟବହାର କରି ବେଶ୍‌ ଆକର୍ଷଣୀୟ ଭାବେ ଏହି ଜୁଏଲେରି ତିଆରି କରାଯାଇଥାଏ। ତେଣୁ ଏହାକୁ ତିଆରି କରିବା ପାଇଁ ସମୟ ଟିକେ ଅଧିକ ଲାଗିଥାଏ।

ଏହାର କ’ଣ ସବୁ ଡିଜାଇନ୍ସ ରହିଛି
ସାଧାରଣତଃ ଟେରାକୋଟାର ଇୟର ରିଂ, ଝୁମୁକା, ପେଣ୍ଡେଣ୍ଟ, ମୁଦି, ବ୍ରେସ୍‌ଲେଟ୍‌, ଚୁଡି ତଥା ନେକ୍‌ଲେସ୍‌ ଇତ୍ୟାଦି ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ, ପିନ୍ଧିଲେ ସେମିତି ମଡର୍ନ ଲୁକ୍‌ ମିଳିଥାଏ। ଖାସ୍‌ କରି ଏହି ଜୁଏଲେରି ସବୁକୁ ଅନାରକଲି କୁର୍ତ୍ତା, ଶାଢ଼ି କିମ୍ବା ଲେହେଙ୍ଗା ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ସେହିପରି ଯଦି କେହି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଏହି ଜୁଏଲେରିକୁ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏଥିପାଇଁ ସିମ୍ପଲ୍‌ ଡିଜାଇନ୍‌ବାଲା ଟେରାକୋଟା ଜୁଏଲେରି ଚୟନ କରିବା ଠିକ୍‌ ହେବ। ସେହିପରି ଏହି ଜୁଏଲେରିକୁ ଯେକୌଣସି ସ୍କିନ୍‌ ଟାଇପ୍‌ର ଯୁବତୀ ବା ନାରୀ ଆରାମରେ ପିନ୍ଧିପାରିବେ। କାରଣ ଏହି ଜୁଏଲେରିକୁ ପିନ୍ଧିଲେ ସ୍କିନ୍‌ରେ ଆଲର୍ଜି ହେବାର ସମ୍ଭାବନା ସେତେ ବେଶୀ ନ ଥାଏ।

କେମିତି ନେବେ ଏହି ଜୁଏଲେରିର ଯତ୍ନ
ଏହି ଜୁଏଲେରିକୁ ଖୁବ୍‌ ସାବଧାନତାର ସହ ଯତ୍ନ ନେବାକୁ ହୋଇଥାଏ। କାରଣ ଅଜାଣତରେ ଏହା କେଉଁଠି ମାଡ଼ ହୋଇଗଲେ କିମ୍ବା ପଡ଼ିଗଲେ ଜୁଏଲେରି ଭାଙ୍ଗିଯିବାର ସମ୍ଭାବନା ଥାଏ। ସେହିପରି ପାଣି ସଂସ୍ପର୍ଶରେ ଏହି ଜୁଏଲେରିକୁ ଯେତେ କମ୍‌ ଆଣିବେ, ଏହା ସେତେ ଅଧିକ ଦିନ ଲାଷ୍ଟିଂ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ଓ ରୋଟାଭାଇରସ ଇନ୍‌ଫେକ୍‌ଶନ

ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍‌ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍‌ଫେକ୍‌ଶନ ମଧ୍ୟ ଟାଇପ-୧ ଡାଇବେଟିସ୍‌ ପାଇଁ ଦାୟୀ। ଏପରି ଇନ୍‌ଫେକ୍‌ଶନକୁ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ରସ

ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ ଅଁଳା ବ୍ୟବହାର କରାଯାଉଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌...

ମୁଁ ବି କହିପାରିବି

ଅନେକ ଯୁବତୀଯୁବକ ଭଲ ପାଠ ପଢ଼ନ୍ତି, ଅଧିକ ନମ୍ବର ରଖନ୍ତି, ଆଉ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ରିଟିନ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ବି ହୁଅନ୍ତି। ହେଲେ ଇଣ୍ଟରଭ୍ୟୁ...

ଗଜାମୁଗ ତରକାରି

ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍‌, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ-...

ଛଡ଼ାନ୍ତୁ ଦାଗ

କପଡ଼ାରେ କୌଣସି ପ୍ରକାରର ପେଣ୍ଟିଂ ରଙ୍ଗ ଲାଗିଗଲେ ତାକୁ ଛଡ଼ାଇବା ପାଇଁ କିରୋସିନ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ କିରୋସିନ ପକାଇ କିଛି ସମୟ...

ଓଜନକୁ ପ୍ରଭାବିତ କରେ ମୃଦୁ ପାନୀୟ

ଆଜିକାଲି ମୃଦୁ ପାନୀୟର ଚାହିଦା କାହିଁରେ କେତେ। ବିଶେଷଭାବରେ ଯୁବପିଢ଼ିଙ୍କ ଦ୍ୱାରା ଏପରି ପାନୀୟ କେତେ ଆଦୃତ ତାହା କହିବା ଅନାବଶ୍ୟକ। ଏବେ ତ ବିବାହ,...

ଶୀତଦିନେ ଖାଆନ୍ତୁ ପାଳଙ୍ଗ

ପାଳଙ୍ଗ ଶାଗ ଶୀତଦିନେ ବହୁ ପରିମାଣରେ ମିଳୁଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଏଥିରେ ରହିଛି ଭିଟାମିନ୍ ଏ, ବି,...

ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଅଦାପାଣି

ଅଦାରେ ଅନେକ ଉପକାରୀ ଗୁଣ ରହିଛି। ଅନେକେ ଅଦା ଚା’ ପିଇବାକୁ ଭଲପାଆନ୍ତି। ରୋଷେଇରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଉଥିବା ବେଳେ ଆୟୁର୍ବେଦରେ ବିଭିନ୍ନ...

Advertisement
Archives

Model This Week