ନୂଆ ଜଙ୍ଗଲ ଏବଂ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ

ଭାରତୀୟ ଜଙ୍ଗଲ ସର୍ଭେ ତରଫରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଣିଦେଇଛି। ଦେଶରେ ନୂତନ ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ରିପୋର୍ଟ ପ୍ରକାଶ କରିଛି। ଦେଶରେ ନୂତନ ଭାବେ ସୃଷ୍ଟି ହୋଇଥିବା ୫୮୭୧ ବର୍ଗ କିଲୋମିଟର ଜଙ୍ଗଲ ମଧ୍ୟରୁ ୧୪୪୪ ବର୍ଗ କିଲୋମିଟର କେବଳ ଓଡ଼ିଶାର। ତେବେ ପ୍ରଥମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ। ନୂତନ ଭାବେ ସୃଷ୍ଟି ହୋଇଥିବା ଜଙ୍ଗଲର ପ୍ରାୟ ୬୪ ପ୍ରତିଶତ (୩୮୧୦ ବର୍ଗ କିଲୋମିଟର) ପଶ୍ଚିମବଙ୍ଗର ରହିଛି। ପଶ୍ଚିମବଙ୍ଗରେ ଏତେ ପରିମାଣରେ ନୂତନ ଜଙ୍ଗଲ ସୃଷ୍ଟି ହେବା ପଛରେ ରାଜ୍ୟ ଜଙ୍ଗଲ ପରିଚାଳନା କମିଟିର ବିଭିନ୍ନ ପଦକ୍ଷେପ ସହିତ ଅଞ୍ଚଳବାସୀଙ୍କ ବଡ଼ ହାତ ରହିଛି ବୋଲି ତଥ୍ୟ ପ୍ରକାଶ ପାଇଛି।
ପଶ୍ଚିମବଙ୍ଗରେ ଛୋଟ ଛୋଟ ଗଛରେ ସୃଷ୍ଟ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲ ମଧ୍ୟରେ ବୃକ୍ଷରୋପଣ, ବୈଷୟିକ ବୃକ୍ଷ ରୋପଣ ଏବଂ ଚା ବଗିଚା ମଝିରେ ରହିଥିବା ବଡ଼ ବଡ଼ ଗଛ ନୂତନ ଜଙ୍ଗଲ ସୃଷ୍ଟି କରିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଦେଶର ଜନବହୁଳ ରାଜ୍ୟ ପଶ୍ଚିମବଙ୍ଗରେ ମାତ୍ର ୧୮.୯୩ ପ୍ରତିଶତ ଜଙ୍ଗଲ ରହିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ସାମ୍‌ନାକୁ ଆସିଛି। ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ମଣିପୁର ଭଳି ଉତ୍ତର-ପୂର୍ବ ରାଜ୍ୟ ସବୁବେଳେ ସବୁଜିମାରେ ପରିପୂର୍ଣ୍ଣ। ଏହି ରାଜ୍ୟଗୁଡ଼ିକର ସମୁଦାୟ ଜଙ୍ଗଲ ପରିମାଣ ସର୍ବଦା ୭୫ପ୍ରତିଶତରୁ ଊର୍ଦ୍ଧ୍ୱ ରହିଆସିଛି। କିନ୍ତୁ ରିପୋର୍ଟ ଅନୁଯାୟୀ ଏଥର ଏହି ରାଜ୍ୟଗୁଡ଼ିକର ଜଙ୍ଗଲ ପରିମାଣ ହ୍ରାସ ପାଇଛି। ପ୍ରାୟ ୬୨୭ ବର୍ଗ କିଲୋମିଟର ଜଙ୍ଗଲ ହ୍ରାସ ଘଟିଥିବା ଆକଳନରୁ ଜଣାପଡ଼ିଛି। ତେବେ ଏପରି ହେବାର କାରଣ କ’ଣ? ଏହିସବୁ ରାଜ୍ୟର ହେଉଥିବା ଝୁମ୍‌ ଚାଷ ବା ସ୍ଥାନାନ୍ତୀକରଣ ଚାଷ ଏବଂ ଜୈବିକ ଚାପ ଯୋଗୁ ଜଙ୍ଗଲ ପରିମାଣ ହ୍ରାସ ପାଇଥିବାର ଏହି ରିପୋର୍ଟରେ ଦର୍ଶାଯାଇଛି। ଆନ୍ଧ୍ରପ୍ରଦେଶରେ ୧୬.୭୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ। କିନ୍ତୁ ଏଥର ଜଙ୍ଗଲ ପରିମାଣ ୨୭୩ ବର୍ଗକିଲୋମିଟର ହ୍ରାସ ପାଇଛି। ମଧ୍ୟପ୍ରଦେଶରେ ୧୭୬ ଏବଂ ଛତିଶଗଡ଼ରେ ୫୩ ବର୍ଗକିଲୋମିଟର ଜଙ୍ଗଲ ହ୍ରାସ ପାଇଛି। କିନ୍ତୁ ବିହାରରେ ୪୪୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଥିବାବେଳେ, ଝାଡ଼ଖଣ୍ଡରେ ୪୯୬ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ଭାରତରେ ଜଙ୍ଗଲ ପରିମାଣ କେତେ ହ୍ରାସ ପାଇଛି କିମ୍ବା ବୃଦ୍ଧି ଘଟିଛି ସେହି ପରିବର୍ତ୍ତନକୁ ଜାଣିବା ପାଇଁ ସାଟେଲାଇଟ-ବେସ୍‌ଡ ରିମୋଟ ସେନ୍ସିଙ୍ଗ ତଥ୍ୟ ବ୍ୟବହୃତ ହୋଇଥିଲା। ଏହି ତଥ୍ୟ ଅନୁଯାୟୀ ବିଗତ ଦୁଇ ବର୍ଷ ପୂର୍ବେ ଯେଉଁ ଆକଳନ ହୋଇଥିଲା ତାହା ତୁଳନାରେ ଏଥର ଘଞ୍ଚ ଜଙ୍ଗଲ ପରିମାଣରେ ୩୧ବର୍ଗ କିଲୋମିଟର ବୃଦ୍ଧି ହୋଇଥିଲା। ସାମାନ୍ୟ ଘଞ୍ଚ ଜଙ୍ଗଲର ପରିମାଣ ୧୯୯୧ବର୍ଗ କିଲୋମିଟର ହ୍ରାସ ପାଇଛି। ଖୋଲା ଜଙ୍ଗଲ ପରିମାଣ ୭୮୯୧ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ତେବେ ସମୁଦାୟ ଜଙ୍ଗଲର ପରିମାଣ ୫୮୭୧ ବର୍ଗ କିଲୋମିଟର ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କିଛି ଅଞ୍ଚଳରେ ଜଙ୍ଗଲର ପରିମାଣ ବଢ଼ିଥିବାବେଳେ କିଛି ଅଞ୍ଚଳରେ କମିଛି। ଶିଳ୍ପାୟନ, ପରିବେଶଜନିତ କାରଣ ପରି ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତି ଜଙ୍ଗଲ ସମ୍ପଦ ଅଭିବୃଦ୍ଧିରେ ବାଧକ ହେଉଛି। ତେବେ ଆମ ସମସ୍ତଙ୍କ ଭିତରେ ଗଛକୁ ଭଲପାଇବାର ଚିନ୍ତନ ଏକ ଜାଗରଣର ରୂପ ନେଲେ ତାହା ନିଶ୍ଚିନ୍ତ ଭାବରେ ଜଙ୍ଗଲ ସମ୍ପଦକୁ ବଢ଼ିବାରେ ସାହାଯ୍ୟ କରିପାରନ୍ତା।
ନିଜର ସବୁଜ ଘଞ୍ଚ ଓ ବିଭିନ୍ନ ଔଷଧୀୟ ବୃକ୍ଷକୁ ନେଇ ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଜଙ୍ଗଲ ସମ୍ପଦର ସ୍ଥାନ ଅତୁଳନୀୟ। ଆସନ୍ତା ଜୁନ୍‌ ମାସ ଭିତରେ ରାଜ୍ୟରେ ଦୁଇଲକ୍ଷ ହେକ୍ଟର ବନୀକରଣ କରିବା ପାଇଁ ଜଙ୍ଗଲ ବିଭାଗ ଲକ୍ଷ୍ୟ ରଖିଛି। ନୂଆ ବନୀକରଣ ସହ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଓ ରାସ୍ତାକଡ଼ରେ ବନୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ଯେଉଁଥିରେ ଏକ ଲକ୍ଷ ଲୋକ ନିଯୁକ୍ତ ହେବେ। ବନୀକରଣ ପାଇଁ ଆସନ୍ତା ତିନିମାସରେ ୧୦୦କୋଟି ଟଙ୍କା ମଜୁରି ବାବଦରେ ପ୍ରଦାନ କରାଯିବ। ସେପ୍ଟେମ୍ବର ମାସ ବେଳକୁ ଏଥିରେ ନିୟୋଜିତ ୧ଲକ୍ଷ ଲୋକଙ୍କୁ ୨୦୦ କୋଟି ଟଙ୍କା ମଜୁରି ପ୍ରଦାନ କରାଯିବ। ଗତବର୍ଷ ୫କୋଟି ଚାରା ରୋପଣ କରାଯାଇଥିଲା। ୨୦/୨୧ ବର୍ଷରେ ୧୫କୋଟି ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି। କରୋନା ମହାମାରୀ ସତ୍ତ୍ୱେ ଏ ପର୍ଯ୍ୟନ୍ତ ୧୨କୋଟି ଚାରା ସୃଷ୍ଟି କରାଯାଇଛି। ରାଜ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ନର୍ସରି ଏଥିପାଇଁ କାମରେ ଲାଗିଥିବା ବେଳେ ଏ ବାବଦରେ ୫୦କୋଟି ଟଙ୍କା ମଜୁରି ପ୍ରଦାନ କରାଯାଇଛି। କାମ ସମୟରେ କୋଭିଡ୍‌ ସତର୍କତା ପାଇଁ ତାଲିମ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟରେ ବସବାସ କରୁଥିବା ଅନେକ ଜନଜାତିଙ୍କ ଜୀବିକା ଜଙ୍ଗଲ ଉପରେ ନିର୍ଭରଶୀଳ। ରାଜ୍ୟର ଗରିବ ଶ୍ରେଣୀର ଲୋକମାନେ କେନ୍ଦୁପତ୍ର ସଂଗ୍ରହରେ ନିୟୋଜିତ ହୋଇଥାନ୍ତି। ଦେଶରେ କେନ୍ଦୁପତ୍ର ପ୍ରୋସେସିଂ ବା ପ୍ରକ୍ରିୟାକରଣ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ। କେନ୍ଦୁପତ୍ର ସଂଗ୍ରହ ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୁସ୍‌ କଟିଂ କାର୍ଯ୍ୟ ଶେଷ ହୋଇଛି। ପ୍ରାୟ ଦୁଇଲକ୍ଷ ଲୋକ ଏଥିପାଇଁ କାର୍ଯ୍ୟ କରିବା ସହ ୨୬ କୋଟି ଟଙ୍କା ମଜୁରି ବାବଦରେ ପ୍ରଦାନ କରାଯାଇଛି। ଚଳିତ ଜୁନ୍‌ ଶେଷ ସୁଦ୍ଧା ୩ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ପ୍ରାୟ ୬ ଲକ୍ଷ କେନ୍ଦୁପତ୍ର ତୋଳାଳି ଥିବାବେଳେ ୧୭୦ କୋଟି ଟଙ୍କା ସେମାନଙ୍କୁ ମଜୁରି ବାବଦରେ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଏହା ସହ କେନ୍ଦୁପତ୍ର ସଂଗ୍ରହ ପରେ ଫଡ଼ିରେ ମଧ୍ୟ ୧୮ ହଜାର ଋତୁକାଳୀନ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ଗତ କିଛି ବର୍ଷ ଧରି ଜଙ୍ଗଲରେ ବୃଦ୍ଧି ଘଟିଛି। ୨ବର୍ଷରେ ୯୫୦ ବର୍ଗକିମି ଜଙ୍ଗଲ ରାଜ୍ୟରେ ବଢ଼ିଛି। ଏହି ବୃଦ୍ଧି ଜଙ୍ଗଲ ଭିତରେ, ବାହାରେ ଓ ପ୍ରତ୍ୟେକ ଜିଲାରେ ହୋଇଛି। ଜଙ୍ଗଲର ସୁରକ୍ଷା ପାଇଁ ୧୪ ହଜାରରୁ ଅଧିକ ବନ ସୁରକ୍ଷା ସମିତି କାର୍ଯ୍ୟ କରୁଛନ୍ତି। ଏହାସହ ବିଭାଗର ୭ହଜାର କର୍ମଚାରୀ ମିଳିତ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ପ୍ରୟାସରତ ରହିଛନ୍ତି। ବର୍ତ୍ତମାନର କରୋନା ସମୟରେ ସବୁଜ ପରିବେଶ ଉପରେ ସମସ୍ତେ ଦୃଷ୍ଟି ଦେଉଛନ୍ତି, ଏହା ଏକ ଶୁଭ ଲକ୍ଷଣ।
ରାୟଗଡ଼ା ବନ୍ୟ ଡିଭିଜନ, ରାୟଗଡ଼ା
ମୋ- ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri