CORONAVIRUS UPDATE: ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା, ଅଛନ୍ତି ୨ ପୁରୁଷ, ଜଣେ ଯୁବତୀ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୩ ନୂଆ କରୋନା ପଜିଟିଭ୍‌ଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। କେନ୍ଦୁଝର ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ପଞ୍ଚପଲ୍ଲୀ ଅଞ୍ଚଳର। ସେହିଭଳି ଦେଓଗଡ଼ ଜିଲାର ଆକ୍ରାନ୍ତ ୩୪ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ବାସୁଦେବପୁର ଅଞ୍ଚଳର। ସେହିଭଳି ଝାରସୁଗୁଡ଼ା ଆକ୍ରାନ୍ତ ହେଉଛନ୍ତି ୧୮ ବର୍ଷୀୟ ଯୁବତୀ ଏବଂ ସେ ବ୍ରଜରାଜନଗରର। ସମସ୍ତଙ୍କ ନିକଟରେ ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ନମୂନା ପରୀକ୍ଷା ପରେ ତାଙ୍କର ପଜିଟିଭ୍‌ ଆସିବା ଜଣାପଡ଼ିଛି।

ପ୍ରକାଶ ଯେ,ଆଜି ସୁଦ୍ଧା ରାଜ୍ୟରେ ୨୯୧୦୮ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୧୨୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୩ ଆକ୍ଟିଭ କେସ୍‌ ରହିଛି। ସେହିଭଳି ୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ପୂର୍ବରୁ ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ଼ା ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ପୁଣି ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଏହି ତାଲିକାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ନବମ ଦିବସ:ଗୁଡ୍‌ମର୍ନିଂ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୪।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ସୋମବାର ନବମ ମ୍ୟାଚ୍‌ ଗୁଡ୍‌ମର୍ନିଂ କ୍ଲବ...

ଅଫ୍‌ଲାଇନରେ ହେବ ସିବିଏସ୍‌ଇ ପରୀକ୍ଷା: ଏପ୍ରିଲ ୨୬ରୁ ଦଶମ, ଦ୍ୱାଦଶ ଟର୍ମ-୨ ଆରମ୍ଭ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ ମୋଡ୍‌ରେ ହେବ। ଏପ୍ରିଲ ୨୬...

ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି...

ଦେବଦମ୍ପତିଙ୍କ ବିବାହ ଆଜି

ସମ୍ବଲପୁର,୪ା୬ (ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଛି। ମାତା ପାର୍ବତୀ ଓ ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୩ଜଣଙ୍କ ଜୀବନ ନେଇଛି। ଏଥିସହ...

କଣ୍ଟିଲୋ: ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ

ଖଣ୍ଡପଡ଼ା,୨୬ା୫(ସ୍ବ.ପ୍ର.)-ସମ୍ପ୍ରତି ଟାଣ ଖରା ସମୟରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଅଞ୍ଚଳରେ ଇଟାଭାଟି ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଭାଟିରୁ ନିର୍ଗତ ଧୂଆଁ ପରିବେଶକୁ...

ସନ୍ତୋଷ ଷଡ଼ଙ୍ଗୀ ବୈଦେଶିକ ବାଣିଜ୍ୟ ଡିଜି

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ବିଭାଗ ମହାନିର୍ଦ୍ଦେଶକ (ଡିଜି) ଭାବେ...

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ବର୍ତ୍ତମାନ...

Advertisement
Archives

Model This Week