ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି ଓ ମଣ୍ଡିର ଅବ୍ୟବସ୍ଥା ଯୋଗୁ ଧାନର ଅଭାବୀ ବିକ୍ରି ହେଉଥିବା ଚାଷୀମାନେ କହିଛନ୍ତି।
ସମବାୟ ସମିତି ଅଧୀନରେ ଥିବା ୨୨ ଗୋଟି ଗ୍ରାମର ପ୍ରାୟ ୧୮୦୦ ପଞ୍ଜୀକୃତ ଚାଷୀ ରହିଥିବା ବେଳେ ଗତ ତିନିବର୍ଷ ହେଲା ପ୍ରାୟ ୭ ହଜାରରୁ ୮ ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ ଦେଉଥିଲେ । ଗତ ବର୍ଷଗୁଡିକରେ ବହୁ ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ଦେବା ପାଇଁ ଚାଷୀମାନଙ୍କ ଭିଡ ଲାଗି ରହିଥିଲା । ଏପରି କି ଚାଷୀମାନେ ସମବାୟ ସମିତିକୁ ଧାନ ଦେବା ପାଇଁ ମଣ୍ଡିରେ ଶୀତ କାକର ଖାଇ ପଡି ରହୁଥିଲେ ମଧ୍ୟ ଗାଁ ସମବାୟ ସମିତି ଅଧୀନରେ ଧାନ ମଣ୍ଡି ଖୋଲିଥିବା ଯୋଗୁଁ ଚାଷୀମାନେ ସୁବିଧାରେ ଧାନ ଦେଇପାରୁଥିଲେ । କିନ୍ତୁ ଚଳିତ ବର୍ଷ ନୂଆଗାଁ ସମବାୟ ସମିତିକୁ କାଟି ମହିତମା ସମବାୟ ସମିତି ଅଧୀନରେ ଧାନ ମଣ୍ଡି ରଖିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ ମଣ୍ଡିରେ ଚାଷୀମାନଙ୍କ ରହିବା ପାଇଁ ଘରର ବ୍ୟବସ୍ଥା, ପାଣିର ବ୍ୟବସ୍ଥା, ଚାଷୀ ମଣ୍ଡିକୁ ଆଣୁଥିବା ଧାନ ସୁରକ୍ଷିତ ଭାବେ ରଖିବା ବ୍ୟବସ୍ଥା ଯୋଗାଣ ବିଭାଗ କରିବାର ନିୟମ ରହିଥିବା ବେଳେ ମଣ୍ଡିରେ ସେସବୁ କରାଯାଉ ନାହିଁ । ତେଣୁ ଅନ୍ୟ ସମବାୟ ସମିତି ଅଧୀନରେ ଥିବା ମଣ୍ଡିକୁ ଧାନ ନେଇ ହଇରାଣ ହରକତ ହେବା ଅପେକ୍ଷା ବେପାରୀମାନଙ୍କୁ କମ ଦରରେ ଧାନ ବିକ୍ରି କରିଦେବା ଭଲ ବୋଲି ଅନେକ ଚାଷୀ କହିଛନ୍ତି। ସମିତିର କିଛି କର୍ମକର୍ତ୍ତା, କେତେକ ଅସାଧୁ ଧାନ ବ୍ୟବସାୟୀ ଓ ଯୋଗାଣ ବିଭାଗ କର୍ମଚାରୀଙ୍କ ସ୍ବାର୍ଥ ଯୋଗୁଁ ଆଜି ଚାଷୀ ତଥା ସମବାୟ ସମିତିର ସଦସ୍ୟମାନେ ଅଂଶ ଧନ ହରାଇବା ସହ କଷ୍ଟ ଭୋଗୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ କିଛି ଅସାଧୁ ଧାନ ବ୍ୟବସାୟୀ ମଣ୍ଡିରେ ଧାନ ରଖିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀଙ୍କ ନଜରରେ ପଡିଥିଲା । ତେଣୁ ବିନା ଟୋକନଧାରୀ ଚାଷୀ ଧାନ ଦେଉଥିବା ଜାଣି ଚଳିତବର୍ଷ ନୂଆଗାଁ ଧାନ ମଣ୍ଡି ବନ୍ଦ କରି ଦିଆଯାଇଛି । ଧାନ ବ୍ୟବସାୟୀଙ୍କ ସହ ସଂପୃକ୍ତ ସମିତିର କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ମଣ୍ଡି ବନ୍ଦ କରିଦେବା ଉଚିତ ନୁହେଁ ବୋଲି କହିଛନ୍ତି ଚାଷୀ । ଚାଷୀମାନଙ୍କୁ ଏପରି ହଇରାଣ କରି ଯୋଗାଣ ବିଭାଗ ଅଧିକାରୀମାନେ ପରୋକ୍ଷ ଭାବେ ଅସାଧୁ ଧାନ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି। ଫଳରେ ଯୋଗାଣ ବିଭାଗର ଏପରି ନୀତିର ଫାଇଦା ଉଠାଉଛନ୍ତି ଅସାଧୁ ଧାନ ବ୍ୟବସାୟୀ । ଏଥିଯୋଗୁ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟବସାୟୀମାନଙ୍କୁ କମ ଦରରେ ଧାନ ବିକ୍ରି କରୁଥିବା ଜଣାଯାଇଛି। ଫଳରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ତେବେ ଯୋଗାଣ ବିଭାଗ ନିରୀକ୍ଷକଙ୍କ ନିକଟରେ ଏହାର ଅଭିଯୋଗ ନ ଥିବା କହିଛନ୍ତି ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ରଚିତା ପଣ୍ଡା । ଧାନର ଅଭାବୀ ବିକ୍ରି ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ସମବାୟ ସମିତି ସମ୍ପାଦକଙ୍କୁ ଜଣାଇ ଦେଉଛି । ସେ ଘଟଣା ସ୍ଥଳରେ ପହଞ୍ଚତ୍ ଧାନ ଗାଡିକୁ ଅଟକାଇବା ସହ ଅଭାବୀ ବିକ୍ରି ସୃଷ୍ଟି ନ କରିବା ପାଇଁ ଚାଷୀଙ୍କୁ ବୁଝାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ...

ର଼୍ୟାଗିଂରେ ସାମିଲ ଥିଲେ ଅଧ୍ୟାପକ

ବଲାଙ୍ଗୀର ଅଫିସ,୬ା୫: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ମେଡିକାଲ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାଂଘାତିକ...

ଭିକ୍ଷାବୃତ୍ତି ଛାଡ଼ି ସ୍କୁଲ ଯିବେ ୪ ଭଉଣୀଭାଇ

ଖଇରା, ୮।୧୨: ସମସ୍ତଙ୍କର ବୟସ ଥିଲା ୪ରୁ ୮ବର୍ଷ ମଧ୍ୟରେ। ରାତି ପାହିଲେ ଭିକ୍ଷା ଥାଳ ଧରି ଗାଁ ଗାଁ ବୁଲୁଥିଲେ। ସନ୍ଧ୍ୟା ବେଳକୁ ଯାହା...

ପାଇପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଗଲା

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍‌ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଯାଇଛି। ଖବର ପାଇ...

୬୩ ବର୍ଷରେ ଝାରସୁଗୁଡ଼ା-ପୁରୀ ପଦଯାତ୍ରା: ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ

ଲଖନପୁର,୬।୧(ଡି.ଏନ.ଏ.): ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଆଗେଇ ଆସିଛନ୍ତି ୬୩ ବର୍ଷୀୟ ଅବସରପ୍ରାପ୍ତ ବିଦ୍ୟୁତ୍‌ କର୍ମଚାରୀ ଅଭିରାମ ସତପଥୀ। ଅଭିରାମଙ୍କ ଘର ଝାରସୁଗୁଡ଼ା...

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ଖୁଣ୍ଟୁଣୀ/ ଚୌଦ୍ୱାର, ୧୯।୧୨(ଡି.ଏନ୍‌.ଏ.):ଖୁଣ୍ଟୁଣୀ ଥାନା ଅଧୀନ ଡାଳଭାଗ ଓ ତଳଗଡ଼ ଗ୍ରାମରେ ହାତୀପଲ ପଶି ଫସଲ ନଷ୍ଟ କରିବା ସହ ଧାନ, ପନିପରିବା ଖାଇଦେଇଛନ୍ତି। ଡାଳଭାଗ...

ଭୀମ୍‌ସାରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ପୁରୀ ଅଫିସ, ୩୦ା୧୦:ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଭୀମ୍‌ସାରରେ ଗତ ସୋମବାର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଦନ୍ତ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଥିଲା।...

ରିଲିଫ୍‌ ଫଣ୍ଡକୁ ସହାୟତା

ରେମୁଣା, ୨୧।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଅଧୀନ ମାଳ ଗ୍ରାମ ନିକଟସ୍ଥ ରସିକପୁର ଗ୍ରାମର କେତେକ ଅନୁଷ୍ଠାନପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ କରୋନା...

Advertisement
Archives

Model This Week