ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି ଓ ମଣ୍ଡିର ଅବ୍ୟବସ୍ଥା ଯୋଗୁ ଧାନର ଅଭାବୀ ବିକ୍ରି ହେଉଥିବା ଚାଷୀମାନେ କହିଛନ୍ତି।
ସମବାୟ ସମିତି ଅଧୀନରେ ଥିବା ୨୨ ଗୋଟି ଗ୍ରାମର ପ୍ରାୟ ୧୮୦୦ ପଞ୍ଜୀକୃତ ଚାଷୀ ରହିଥିବା ବେଳେ ଗତ ତିନିବର୍ଷ ହେଲା ପ୍ରାୟ ୭ ହଜାରରୁ ୮ ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ ଦେଉଥିଲେ । ଗତ ବର୍ଷଗୁଡିକରେ ବହୁ ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ଦେବା ପାଇଁ ଚାଷୀମାନଙ୍କ ଭିଡ ଲାଗି ରହିଥିଲା । ଏପରି କି ଚାଷୀମାନେ ସମବାୟ ସମିତିକୁ ଧାନ ଦେବା ପାଇଁ ମଣ୍ଡିରେ ଶୀତ କାକର ଖାଇ ପଡି ରହୁଥିଲେ ମଧ୍ୟ ଗାଁ ସମବାୟ ସମିତି ଅଧୀନରେ ଧାନ ମଣ୍ଡି ଖୋଲିଥିବା ଯୋଗୁଁ ଚାଷୀମାନେ ସୁବିଧାରେ ଧାନ ଦେଇପାରୁଥିଲେ । କିନ୍ତୁ ଚଳିତ ବର୍ଷ ନୂଆଗାଁ ସମବାୟ ସମିତିକୁ କାଟି ମହିତମା ସମବାୟ ସମିତି ଅଧୀନରେ ଧାନ ମଣ୍ଡି ରଖିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ ମଣ୍ଡିରେ ଚାଷୀମାନଙ୍କ ରହିବା ପାଇଁ ଘରର ବ୍ୟବସ୍ଥା, ପାଣିର ବ୍ୟବସ୍ଥା, ଚାଷୀ ମଣ୍ଡିକୁ ଆଣୁଥିବା ଧାନ ସୁରକ୍ଷିତ ଭାବେ ରଖିବା ବ୍ୟବସ୍ଥା ଯୋଗାଣ ବିଭାଗ କରିବାର ନିୟମ ରହିଥିବା ବେଳେ ମଣ୍ଡିରେ ସେସବୁ କରାଯାଉ ନାହିଁ । ତେଣୁ ଅନ୍ୟ ସମବାୟ ସମିତି ଅଧୀନରେ ଥିବା ମଣ୍ଡିକୁ ଧାନ ନେଇ ହଇରାଣ ହରକତ ହେବା ଅପେକ୍ଷା ବେପାରୀମାନଙ୍କୁ କମ ଦରରେ ଧାନ ବିକ୍ରି କରିଦେବା ଭଲ ବୋଲି ଅନେକ ଚାଷୀ କହିଛନ୍ତି। ସମିତିର କିଛି କର୍ମକର୍ତ୍ତା, କେତେକ ଅସାଧୁ ଧାନ ବ୍ୟବସାୟୀ ଓ ଯୋଗାଣ ବିଭାଗ କର୍ମଚାରୀଙ୍କ ସ୍ବାର୍ଥ ଯୋଗୁଁ ଆଜି ଚାଷୀ ତଥା ସମବାୟ ସମିତିର ସଦସ୍ୟମାନେ ଅଂଶ ଧନ ହରାଇବା ସହ କଷ୍ଟ ଭୋଗୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ କିଛି ଅସାଧୁ ଧାନ ବ୍ୟବସାୟୀ ମଣ୍ଡିରେ ଧାନ ରଖିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀଙ୍କ ନଜରରେ ପଡିଥିଲା । ତେଣୁ ବିନା ଟୋକନଧାରୀ ଚାଷୀ ଧାନ ଦେଉଥିବା ଜାଣି ଚଳିତବର୍ଷ ନୂଆଗାଁ ଧାନ ମଣ୍ଡି ବନ୍ଦ କରି ଦିଆଯାଇଛି । ଧାନ ବ୍ୟବସାୟୀଙ୍କ ସହ ସଂପୃକ୍ତ ସମିତିର କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ମଣ୍ଡି ବନ୍ଦ କରିଦେବା ଉଚିତ ନୁହେଁ ବୋଲି କହିଛନ୍ତି ଚାଷୀ । ଚାଷୀମାନଙ୍କୁ ଏପରି ହଇରାଣ କରି ଯୋଗାଣ ବିଭାଗ ଅଧିକାରୀମାନେ ପରୋକ୍ଷ ଭାବେ ଅସାଧୁ ଧାନ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି। ଫଳରେ ଯୋଗାଣ ବିଭାଗର ଏପରି ନୀତିର ଫାଇଦା ଉଠାଉଛନ୍ତି ଅସାଧୁ ଧାନ ବ୍ୟବସାୟୀ । ଏଥିଯୋଗୁ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟବସାୟୀମାନଙ୍କୁ କମ ଦରରେ ଧାନ ବିକ୍ରି କରୁଥିବା ଜଣାଯାଇଛି। ଫଳରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ତେବେ ଯୋଗାଣ ବିଭାଗ ନିରୀକ୍ଷକଙ୍କ ନିକଟରେ ଏହାର ଅଭିଯୋଗ ନ ଥିବା କହିଛନ୍ତି ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ରଚିତା ପଣ୍ଡା । ଧାନର ଅଭାବୀ ବିକ୍ରି ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ସମବାୟ ସମିତି ସମ୍ପାଦକଙ୍କୁ ଜଣାଇ ଦେଉଛି । ସେ ଘଟଣା ସ୍ଥଳରେ ପହଞ୍ଚତ୍ ଧାନ ଗାଡିକୁ ଅଟକାଇବା ସହ ଅଭାବୀ ବିକ୍ରି ସୃଷ୍ଟି ନ କରିବା ପାଇଁ ଚାଷୀଙ୍କୁ ବୁଝାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri