ନୀଳମାଧବ ପୀଠରେ ଦେବ ଦୀପାବଳି ଉତ୍ସବ

ଖଣ୍ଡପଡ଼ା,୨୮ା୧୧(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସିଂହଦ୍ୱାର ନିକଟରେ ସମବେତ ହୋଇ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ। ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ୩ଦିନ ବ୍ୟାପୀ ପାରମ୍ପରିକ ରୀତିରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ସନ୍ଧ୍ୟା ଆଳତି ଓ ଧୂପ ପରେ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ହାନ୍ଦୋଳାରେ ସିଂହଦ୍ୱାର ନିକଟ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ। ପୂଜାର୍ଚ୍ଚନା ପରେ ଠାକୁରଙ୍କ ପକ୍ଷରୁ ପୂଜାରୀ ଓ ସେବାସୀମାନେ କୃଷ୍ଣଙ୍କ ମାତାପିତା ଦେବକୀ, ବାସୁଦେବ ଓ ଯଶୋଦା, ନନ୍ଦ ତଥା ଜଗତର ନାଥ ଜଗନ୍ନାଥ, ରାମ ଭାବରେ ଦଶରଥ ଓ ମା’ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ଜୀଉ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିପରି ପଥରଚକଡା ପଞ୍ଚାୟତର ମା’ ନାରାୟଣୀ ମନ୍ଦିର, କେନ୍ଦୁପଲ୍ଲୀ ପଞ୍ଚାୟତର ଗୋପୀନାଥ ଜୀଉ ମନ୍ଦିର ଓ ସିଧାମୂଳା ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁ ଘିଅ ବଳିତା ଧରି ଠାକୁରଙ୍କ ପିତୃ ପୁରୁଷଙ୍କ ନିମନ୍ତେ ଆଲୋକ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri