ନୀରବ ବିକ୍ରମ

”ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା । ବିଗତ ଅଭିଯାନ ସବୁରୁ ସୂଚନା ମିଳେ ଯେ, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏଭଳି କିଛି ଗହ୍ବରମାନ ଅଛି ଯେଉଁଠି ସୂର୍ଯ୍ୟାଲୋକ ଆଦୌ ପଡ଼ି ନ ପାରି ସର୍ବଦା ଛାୟାଚ୍ଛନ୍ନ ରହିଥାଏ। ବିକ୍ରମ ଚନ୍ଦ୍ରପୃଷ୍ଠର ଏଭଳି ଅଭାବନୀୟ ଅଞ୍ଚଳରେ ଅବତରଣ କରି ସେଠାକାର ଗଠନ ଅନୁଧ୍ୟାନ କରିବା ସହିତ ବରଫ ଅବସ୍ଥାରେ ଗଚ୍ଛିତ ଜଳର ପରିମାଣ ଆକଳନ କରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଥିଲେ।“

ସେପ୍ଟେମ୍ବର ୭ ତାରିଖ ମଧ୍ୟରାତ୍ର। ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ନିୟନ୍ତ୍ରଣ କକ୍ଷରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ଭାରତୀୟ ସମୟ ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ରେ ସ୍ଥାନିତ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଆଉ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ଗଡ଼ିଯିବ ଏକ ପରିଭ୍ରମଣଶୀଳ ଯନ୍ତ୍ରଯାନ ପ୍ରଜ୍ଞା। ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟ୍‌ଓ୍ବର୍କ କେନ୍ଦ୍ରଠାରେ ଦେଶର ବଛାବଛା ୬୦ଜଣ ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଉପସ୍ଥିତ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବତରଣ ସମୟ ପାଖେଇ ଆସୁଥାଏ ଏବଂ ବୈଜ୍ଞାନିକମାନେ ଅପଲକ ନୟନରେ କମ୍ପ୍ୟୁଟରର ପର୍ଦ୍ଦାକୁ ଚାହିଁ ରହିଥାନ୍ତି। ବିକ୍ରମ ଧୀର ମନ୍ଥର ଗତିରେ ଚନ୍ଦ୍ର ଆଡକୁ ଖସି ଯାଉଥାଏ। ବେଳେବେଳେ ନିର୍ଦ୍ଧାରିତ ପଥରୁ ସାମାନ୍ୟ ବିଚ୍ୟୁତ ହୋଇ ପୁଣି ଠିକ୍‌ ରାସ୍ତାକୁ ଫେରି ଆସୁଥାଏ। ୧୫ ମିନିଟ୍‌ କାଳର ଏହି ଅବତରଣର ପ୍ରଥମ ଦୁଇଟି ପର୍ଯ୍ୟାୟ ବିକ୍ରମ ସଫଳତାର ସହିତ ସମାପ୍ତ କରି ତୃତୀୟ ଓ ଶେଷ ପର୍ଯ୍ୟାୟରେ ପ୍ରବେଶ କରିଗଲା। ଅବତରଣ ପାଇଁ ବାକି ମାତ୍ର କେଇ ମିନିଟ୍‌। ଏହା ସମ୍ଭବ ହେଲେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ। ମାତ୍ର ହାୟ! ହଠାତ୍‌ ବିକ୍ରମରୁ ଆସୁଥିବା ସଙ୍କେତ ବନ୍ଦ ହୋଇଯାଇ ବିକ୍ରମ ସବୁଦିନ ପାଇଁ ନୀରବ ହୋଇଗଲା। ସମସ୍ତଙ୍କ ହୃଦୟରେ ସତେ ଯେପରି ବଜ୍ରପାତ ହେଲା।
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ। ଏଥିରେ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ସମୁଦାୟ ତିନୋଟି ଅଂଶ ସ୍ଥାନିତ ଥିଲା। ସେଗୁଡ଼ିକ ହେଲା: ଚନ୍ଦ୍ର ପରିକ୍ରମାକାରୀ ଯାନ, ବିକ୍ରମ ଅବତରକ ଏବଂ ପ୍ରଜ୍ଞା ପରିଭ୍ରମଣଶୀଳ ଯାନ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠର ଗଠନ ଅନୁଧ୍ୟାନ କରି ବରଫ ଅବସ୍ଥାରେ ଗଚ୍ଛିତ ଜଳର ସନ୍ଧାନ କରିବା।
ଏହି ଅଭିଯାନ ଗତ ଜୁଲାଇ ୨୨ ତାରିଖ ଦିନ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟ୍‌ ଦ୍ୱାରା ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ ହୋଇଥିଲା। ଏହା ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ବିକ୍ରମ ଅବତରକର ଚନ୍ଦ୍ରପୃଷ୍ଠରେ ଅବତରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଗୋଟିଏ ଚାନ୍ଦ୍ର ଦିନ (ପୃଥିବୀର ଦୁଇ ସପ୍ତାହ) ପାଇଁ କାର୍ଯ୍ୟ କରିବା କଥା। ମାତ୍ର ମୂଳଯାନରୁ ଅଲଗା ହୋଇ ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଯୋଜନା ମତେ ଆଗେଇ ଯାଉଥିଲା ବେଳେ ଚନ୍ଦ୍ରପୃଷ୍ଠରୁ ୨.୧ କି.ମି. ଉଚ୍ଚତାରେ ଅକସ୍ମାତ ଅବତରଣର କେଇ ମିନିଟ୍‌ ପୂର୍ବରୁ ନିଜ ଗତିପଥରୁ ବିଚ୍ୟୁତ ହୋଇ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା।
ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା। ବିଗତ ଅଭିଯାନ ସବୁରୁ ସୂଚନା ମିଳେ ଯେ, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏଭଳି କିଛି ଗହ୍ବରମାନ ଅଛି ଯେଉଁଠି ସୂର୍ଯ୍ୟାଲୋକ ଆଦୌ ପଡ଼ି ନ ପାରି ସର୍ବଦା ଛାୟାଚ୍ଛନ୍ନ ରହିଥାଏ। ବିକ୍ରମ ଚନ୍ଦ୍ରପୃଷ୍ଠର ଏଭଳି ଅଭାବନୀୟ ଅଞ୍ଚଳରେ ଅବତରଣ କରି ସେଠାକାର ଗଠନ ଅନୁଧ୍ୟାନ କରିବା ସହିତ ବରଫ ଅବସ୍ଥାରେ ଗଚ୍ଛିତ ଜଳର ପରିମାଣ ଆକଳନ କରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଥିଲେ।
ଚନ୍ଦ୍ରପୃଷ୍ଠରେ ବିକ୍ରମର ସ୍ଥିତି ସମ୍ପର୍କରେ ଘୋର ସନ୍ଦେହ ପ୍ରକାଶ ପାଇଥିଲାବେଳେ ଚନ୍ଦ୍ରଯାନ-୨ର ଚନ୍ଦ୍ର ପରିକ୍ରମାକାରୀ ଯାନ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରିବାକୁ ସକ୍ଷମ ହୋଇଛି। ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂମିରେ ଅଣେଇ ହୋଇ ପଡ଼ିଥିବାର ସନ୍ଧାନ ମିଳିଛି। ଇସ୍ରୋ ନିଜର ପ୍ରଚେଷ୍ଟା ସତ୍ତ୍ୱେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇନାହିଁ।
ବିକ୍ରମର ଆୟୁଷ ମାତ୍ର ୧ ଚାନ୍ଦ୍ର ଦିନ ଅର୍ଥାତ୍‌ ପୃଥିବୀର ଦୁଇ ସପ୍ତାହ ହୋଇଥିବାରୁ ଇସ୍ରୋ ନିକଟରେ ବିକ୍ରମ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସମୟ ସୀମିତ ଥିଲା। ଚଳିତ ଚାନ୍ଦ୍ର ଦିିନ ସେପ୍ଟେମ୍ବର ୨୧ ତାରିଖରେ ସମାପ୍ତ ହୋଇଥିବାରୁ ତା’ପରେ ଚନ୍ଦ୍ରପୃଷ୍ଠରେ ରାତି ଘୋଟି ଆସିଛି ଏବଂ ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ବିକ୍ରମର ସୌରଫଳକର ଶକ୍ତି ଆହରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁତରାଂ ସେପ୍ଟେମ୍ବର ୨୧ ତାରଖ ପରେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ଅସମ୍ଭବ ହୋଇପଡ଼ିଛି।
ଚନ୍ଦ୍ରପୃଷ୍ଠରେ ବିକ୍ରମ ଅଣେଇ ହୋଇ ପଡ଼ିଥିବା ଘଟଣାରୁ ସୂଚନା ମିଳୁଛି ଯେ, ଯାନଟି ଧୀର ଅବତରଣ ପରିବର୍ତ୍ତେ ଗତିଶୀଳ ଅବସ୍ଥାରେ ଖସିଛି। ଫଳରେ ଏହା ଚନ୍ଦ୍ରପୃଷ୍ଠରେ ପିଟି ହୋଇ ସଂଲଗ୍ନ ଯୋଗାଯୋଗ ବ୍ୟବସ୍ଥା ନଷ୍ଟ ହୋଇଯାଇଛି ବୋଲି ବିଶ୍ୱାସ କରାଯାଏ।
ଯଦିଓ ୧୯୬୦ ମସିହା ପରଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଦ୍ୱାରା ଚନ୍ଦ୍ରପୃଷ୍ଠକୁ ଅନେକ ଅଭିଯାନ ପ୍ରେରଣ କରାଯାଇଛି। ଚନ୍ଦ୍ରପୃଷ୍ଠରେ ଅବତରଣ ଏକ କଷ୍ଟକର କାର୍ଯ୍ୟ ରୂପେ ସାବ୍ୟସ୍ତ ହୋଇଛି। ଅବତରଣ ସମୟରେ ଯାନରେ ଖଞ୍ଜାଥିବା ପ୍ରତି ରକେଟ୍‌ ସବୁ ଠିକ୍‌ ସମୟରେ କାର୍ଯ୍ୟ କରି ଗତିଶୀଳ ଯାନର ଅଗ୍ରଗାମୀ ଗତିକୁ ଯଥେଷ୍ଟ ମନ୍ଦିତ କଲେ ଯାଇ ଯାନଟି ନିରାପଦ ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିବ। ଏକ ମତବାଦ ଅନୁଯାୟୀ, ବିକ୍ରମ ଅବତରଣ ସମୟରେ ଭାରସାମ୍ୟ ହରେଇ ହଠାତ୍‌ ଓଲଟି ପଡ଼ିବାରୁ ଏହାର ପ୍ରତି ରକେଟ ସବୁର ଦିଗ ଉପରକୁ ହୋଇଯାଇଥିଲା। ଫଳରେ ଯାନର ବେଗ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରୁ ତାହା ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୋଇ ନ ଥିଲା।
ବିକ୍ରମର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଅଭିଯାନର ଅଧିକାଂଶ ଯନ୍ତ୍ରପାତି ବହନ କରୁଥିବା ଚନ୍ଦ୍ର ପରିକ୍ରମାକାରୀ ଯାନ ଏବେ ବି ସକ୍ରିୟ ଅବସ୍ଥାରେ ଅଛି। ଏହା ଚନ୍ଦ୍ର ଚାରିପଟେ ଘୂରି ଘୂରି ପୃଷ୍ଠଦେଶର ତ୍ରିବିମୀୟ ନକ୍ସା ପ୍ରସ୍ତୁତ କରିବା ସହିତ ବିଭିନ୍ନ ଖଣିଜ ପଦାର୍ଥ ଏବଂ ବିଶେଷକରି ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ ଦେବ। ପୁନଶ୍ଚ ଉତ୍‌କ୍ଷେପଣ ସମୟରେ କିଛି ଇନ୍ଧନ ସଞ୍ଚୟ ହୋଇପାରିଥିବାରୁ ଏହି ପରିକ୍ରମାକାରୀ ଯାନର କାର୍ଯ୍ୟକାଳକୁ ଅଧିକ ଅନୁସନ୍ଧାନ ନିମନ୍ତେ ୧ ବର୍ଷରୁ ବଢ଼ାଇ ୭ ବର୍ଷ କରାଯାଇଛି।
ଆଗାମୀ ଦିନରେ ଇସ୍ରୋ ସୂର୍ଯ୍ୟ ଓ ଶୁକ୍ରକୁ ଯାନ ପଠାଇବା ସହିତ ଅନ୍ତରୀକ୍ଷରେ ଏକ ସ୍ଥାୟୀ ଷ୍ଟେଶନ ସ୍ଥାପନ କରିବାକୁ ଯୋଜନା ରଖିଛି। ଇସ୍ରୋ ମଧ୍ୟ ଆଗାମୀ ୨୦୨୨ ମସିହା ବେଳକୁ ନିଜର ଗଗନଯାନ ଅଭିଯାନ ଜରିଆରେ ମହାକାଶକୁ ମନୁଷ୍ୟ ପ୍ରେରଣ କରିବାକୁ ଆଶା ବାନ୍ଧିଛି। ଚନ୍ଦ୍ରଯାନ-୨ର ଅନେକ ସଫଳତା ସତ୍ତ୍ୱେ ବିକ୍ରମର ଧୀର ଅବତରଣ କ୍ଷେତ୍ରରେ ବିଫଳତା ଏବଂ ପ୍ରଜ୍ଞା ପରିଭ୍ରମଣଶୀଳ ଯାନ କାର୍ଯ୍ୟକାରୀ ନ ହୋଇ ପାରିବା ଘଟଣା ଇସ୍ରୋର ଅନ୍ତରୀକ୍ଷରେ ପରାକାଷ୍ଠା ପ୍ରଦର୍ଶନ କ୍ଷେତ୍ରରେ କିଛିଟା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ବାଭାବିକ। ମାତ୍ର ଆଗାମୀ ଦିନରେ ଆମର ବୈଜ୍ଞାନିକମାନେ ଏହି ପ୍ରତିବନ୍ଧକକୁ ଅତିକ୍ରମ କରି ଅନ୍ତରୀକ୍ଷରେ ନିଜର ଜୟଯାତ୍ରା ଅବ୍ୟାହତ ରଖିବେ ବୋଲି ଆଶା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ...

ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି...

ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ...

ଚକୋଲେଟ୍‌ କାଜୁ କଟ୍‌ଲୀ

ଆବଶ୍ୟକ ସାମଗ୍ରୀ: ୪.୫ କପ୍‌ କାଜୁ, ୨ କପ୍‌ ଚିନି, ୨୦୦ ମିଲି ପାଣି, ୨ କପ୍‌ ମିଲ୍କ ଚକୋଲେଟ୍‌ କିମ୍ବା ଡାର୍କ ଚକୋଲେଟ୍‌। ପ୍ରସ୍ତୁତି...

ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି।...

ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ...

ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ଅମ୍ଳଜାନର ପରିମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ

”ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ...

ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ...

Play 250+ Trending Games
Archives

Model This Week

Why Dharitri