ପୂଜା ପୂର୍ବରୁ କମିଟିକୁ ସେସୁର ଚେତାବନୀ : ହୁକ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଭିନ୍ନ ପୂଜାପର୍ବରେ ବେଆଇନ ଭାବେ ବିଦ୍ୟୁତ୍‌ ସଂଯୋଗ ନିଆଯାଉଥିବା ଅଭିଯୋଗ ଆସୁଛି। ଆଗକୁ ଦୁର୍ଗାପୂଜା ଓ ଗଜକ୍ଷ୍ମୀ ପୂଜା ରହିଥିବାବେଳେ ଏହାପୂର୍ବରୁ ସେସୁ ପୂଜା କମିଟିଗୁଡିକୁ ସତର୍କ କରାଇବା ସହ ଚେତାବନୀ ଦେଇଛି। ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ନିର୍ଦ୍ଦେଶନାମା ଜାରି କରିଛି। ଏହାର ତଦାରଖ କରିବା ଲାଗି ସେସୁ ପକ୍ଷରୁ ଡି-ହୁକିଂ ସ୍କ୍ବାଡ୍‌ ଗଠନ କରାଯାଇଛି। କୌଣସି ବିଦ୍ୟୁତ୍‌ ଜନିତ ଦୁର୍ଘଟଣାକୁ ଏଡ଼ାଇବା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଇନ ସମ୍ମତ ସଂଯୋଗ ନେବାକୁ ପୂଜା ମଣ୍ଡପଗୁଡ଼ିକ ସେସୁର ସହାୟତା ନେବା ସହ ପୂଜାକୁ ଠିକ୍‌ ଢଙ୍ଗରେ ପରିଚାଳନା କରନ୍ତୁ ବୋଲି ସେସୁ ଅନୁରୋଧ କରିଛି।
ଉଲ୍ଲେଖଥାଉ କି, ପୂଜାବେଳେ ଆଲୋକ ସଜ୍ଜା ପାଇଁ ମଣ୍ଡପଗୁଡ଼ିକ ହୁକ ପକାଇ ବିଦ୍ୟୁତ୍‌ ଚୋରି କରିଥାନ୍ତି। ଏଥିରେ ନିଅଁା ଲାଗିଯିବା, ଟ୍ରାନ୍ସଫର୍ମର ପୋଡିଯିବା ଭଳି ଘଟଣା ଘଟିଥାଏ। ଏଥିପାଇଁ ଏବେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରିଥିଲେ ବିଦ୍ୟୁତ୍‌ ଆଇନ୍‌ ୨୦୦୩, ଧାରା ୧୩୫ ଓ ୧୪୦ ଅସୁନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂଜା ସମୟରେ ଅସ୍ଥାୟୀ ବିଦ୍ୟୁତ୍‌ ସେବା ନେବା ଲାଗି ପୂଜାମଣ୍ଡପଗୁଡିକୁ ନିକଟସ୍ଥ ବିଦ୍ୟୁତ୍‌ ସେକ୍ସନ ଓ ସବ୍‌ଡିଭିଜନରେ ଆବେଦନ କରିବାକୁ କୁହାଯାଇଛି। ଏହି ସମୟରେ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ତେଣୁ ସେସୁ ପକ୍ଷରୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରାଯାଇଛି। ସବ୍‌ଷ୍ଟେଶନ ଲାଇନ ଗୁଡିକର ମରାମତି ସହ ଅତ୍ୟାବଶକ ବିଦ୍ୟୁତ୍‌ ସାମଗ୍ରୀ ଗଚ୍ଛିତ ରଖାଯାଇଛି। ପୂଜା ସମୟରେ ବିଦ୍ୟୁତ୍‌ ଖର୍ଚ୍ଚ କାଟ କରିବା ଲାଗି ଏଲ୍‌ଇଡି ଲାଇଟ ଓ ଏନର୍ଜି ସେଭିଙ୍ଗ ଲାଇଟ୍‌ ବ୍ୟବହାର କରିବାକୁ ସେସୁ ପକ୍ଷରୁ କମିଟିଗୁଡିକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?