ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାରିଶୂଆ ପାହାଡରୁ ଆସୁଥିବା ଲଘୁ ଖଣିଜ ଦ୍ରବ୍ୟ, ବନ୍ୟଜାତ ସାମଗ୍ରୀ ଇତ୍ୟାଦି ଯାଞ୍ଚ କରିବା ସହ ଖିଲାପକାରୀଙ୍କ ବିରୋଧରେ ଚାଲାଣ କାଟିବାକୁ ୧୯୫୭ ମସିହାରେ ଏହି ଚେକ ଗେଟ ସ୍ଥାପନ କରାଯାଇଥଲା। ନିକଟରେ କୁପାରୀ ଶାରୀଶୂଆ ପାହାଡ ତଳି ଇଲାକାରେ ମହୁଲୀମଦ ବାସନରେ ଆସୁଥିବା ହାତୀଙ୍କ ଯାତାୟାତକୁ ନିୟନ୍ତ୍ରିତ କରିବାକୁ ଭାଟିବନ୍ଦ ଉଦ୍ଦେଶ୍ୟରେ ମଦ ଧରପଗଡ ଆରମ୍ଭ କରାଯିବାରୁ ଏଠାରେ କାର୍ଯ୍ୟରତ ଫରେଷ୍ଟରଙ୍କୁ କୁପାରୀରୁ ବଦଳି କରାଯାଇଥିଲା। ଫରେଷ୍ଟର ପଦବୀ ଖାଲି ପଡିବାର କିଛିଦିନ ମଧ୍ୟରେ ଗେଟ ରାତିଅଧିଆ ଉଠିଯିବା ଘଟଣା ସମସ୍ତଙ୍କୁ ଚକିତ କରଛି। ଏସମ୍ପର୍କରେ ସୋର ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କୁ ପଚାରିବାରୁ ସେ ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଲା ଗେଟ ଜଗିବା ପାଇଁ କୌଣସି ଷ୍ଟାଫ ନାହାନ୍ତି। ଦ୍ୱିତୀୟଟି ହେଲା ଗେଟ ଯୋଗୁଁ ଅନେକ ସମସ୍ୟା ଉପୁଜୁଛି ଏବଂ ଜଙ୍ଗଲ ବିଭାଗ ବଦନାମ ହେଉଛି। ଉଭୟ ରାଜସ୍ବ ଓ ଜଙ୍ଗଲବିଭାଗ ତରଫରୁ କର୍ମଚାରୀ ଦିଆଗଲେ ପୁନଃ ଗେଟ ସ୍ଥାପନ କରାଯିବ ବୋଲି ପ୍ରଧାନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଖଣି ଚୋର ଓ ଜଙ୍ଗଲ ବିଭାଗର କେତେକ କର୍ମଚାରୀଙ୍କ ସଲାସୁତୁରା ଯୋଗୁଁ ଗେଟ ଉଠିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri