ନିଲମ୍ବିତ ଏସ୍‌ଆଇ ରାକେଶ ଗିରଫ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚୋରା ଗାଡ଼ି କାରବାର ସହ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା କରି ଗର୍ଭପାତ କରାଇବା ଘଟଣାରେ ସମ୍ପୃକ୍ତ କ୍ୟାପିଟାଲ ଥାନା ନିଲମ୍ବିତ ସବ୍‌ ଇନ୍ସପେକ୍ଟର ରାକେଶ ସାମଲଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପ୍ରାୟ ୨ମାସ ଧରି ବିଭାଗର ବିନାନୁମତିରେ କାର୍ଯ୍ୟରେ ଯୋଗ ଦେଉ ନଥିବା ଅଭିଯୁକ୍ତ ଏସ୍‌ଆଇ ରାକେଶଙ୍କୁ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ରାଉରକେଲାରୁ ଗିରଫ କରିଛି। ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ତାଙ୍କୁ ପଚରାଉଚରା ପରେ ଭୁବନେଶ୍ବର ଅଣାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଗୁରୁବାର ତାଙ୍କୁ ଭୁବନେଶ୍ୱରରେ ତଦନ୍ତକାରୀ ଅଧିକାରୀମାନେ ଜେରା କରି ତଥ୍ୟ ସଂଗ୍ରହ ପରେ କୋର୍ଟ ଚାଲାଣ କରାଯିବ। ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାକତ୍ାର କରି ଗର୍ଭପାତ ଘଟଣା ସହ ଚୋରାଗାଡ଼ି କାରବାରରେ କମିଶନରେଟ ପୋଲିସର ସମ୍ପୃକ୍ତି ନେଇ ରହିଥିବା ସଙ୍ଗିନ ଅଭିଯୋଗ ଉପରୁ ମଧ୍ୟ ପରଦା ଉଠିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ରାକେଶଙ୍କ ସହ କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ଏବେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚୋରା ଗାଡି କେଉଁଠାରୁ କିପରି ଆଣୁଥିଲେ, ଏହି ସଙ୍ଗିନ କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ। ଏପରି କି ଆରଟିଓ ଅଫିସରେ ଜାଲ୍‌ କାଗଜପତ୍ର ତିଆରି କରିବାରେ ଅନ୍ୟ ପୋଲିସ ଅଧକାରୀ ସେମାନଙ୍କୁ ସହଯୋଗ କରୁଥିବା ନେଇ ଯେଉଁ ଅଡିଓ କ୍ଲିପ ଭାଇରାଲ୍‌ ହୋଇଛି ତା’ର ମଧ୍ୟ ତଦନ୍ତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାକେଶଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଆଇପିସି ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ଡିସିପି ଅଫିସରେ ଥିବା ଇନ୍‌ଭେଷ୍ଟିଗେଟିଭ ୟୁନିଟ ଫର୍‌ କ୍ରାଇମ୍‌ ଏଗ୍‌ନେଷ୍ଟ ଓମେନ୍‌(ଆଇୟୁସିଏଡବ୍ଲ୍ୟୁ) ସେଲ୍‌ ଅଧିକାରୀ ସୁଜାତା ଜେନା ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି: ଶିମିଳିପାଳରେ କମିଛି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି। ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ...

ସ୍ମିତାରାଣୀ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବିରେ ୩୧ରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ...

ପଞ୍ଚପଲି ପୋଲରେ କ୍ରିକ୍‌ ନିର୍ମାଣରେ ବିଳମ୍ବ : ଚାଷୀ ନିରାଶ

ଏରସମା,୧୯ା୭(ସ୍ବ.ପ୍ର.): ଏରସମା ବ୍ଲକ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲି ପୋଲରେ କ୍ରିକ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ଲୋକ...

୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର...

ଋଷିକୁଲ୍ୟା ମୁହାଣରେ ହେନ୍ତାଳ ଚାରା ପୋତିଲେ ସୌମ୍ୟ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ପାଇଁ ସମୁଦ୍ରତଟ ବା ବେଳାଭୂମି ଅବକ୍ଷୟ ହେବାକୁ ଲାଗିଛି। ଏହା ମଧ୍ୟରେ ଗଞ୍ଜାମ ଜିଲାର ଋଷିକୁଲ୍ୟା ବେଳାଭୂମି ରହିଛି। ଏଠାରେ...

ୟୁଜି ନାମଲେଖା: ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ, ୨୨।୩: ସାରା ଦେଶରେ ଏଣିକି କଲେଜରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ...

ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ...

କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା...

Advertisement
Archives

Model This Week