ନିଲମ୍ବନର ପ୍ରତିବାଦ: ଗୁରୁଦିବସରେ ଆତ୍ମ ଉତ୍ସର୍ଗ କରିବେ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଖୋର୍ଦ୍ଧା ଅଫିସ, ୩।୯: ନିଲମ୍ବନର ପ୍ରତିବାଦ କରି ଗୁରୁଦିବସରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିତା ନନ୍ଦ ଖାଡଙ୍ଗା ଆତ୍ମ ଉତ୍ସର୍ଗ କରିବେ ବୋଲି ଚେତାବନୀ ଦେଇଛନ୍ତି। କଳଙ୍କ ଓ ବଦନାମରୁ ମୁକ୍ତି ପାଇଁ ପ୍ରଧାନ ଶିକ୍ଷକ ଏ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ମଙ୍ଗଳବାର କହିଛନ୍ତି।

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ, ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖାଡଙ୍ଗା ଓ ସହକାରୀ ଶିକ୍ଷକ ବିଦୂ ଭୂଷଣ କରଙ୍କୁ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନିଲମ୍ବନ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଅଗଷ୍ଟ ୨୧ରେ ଡିପିସି ଜାଗୁଳାଇପାଟଣା ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ତେବେ ତଦନ୍ତ ବେଳେ ଅନୁପସ୍ଥିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପରେ ବିଳମ୍ବରେ ସ୍କୁଲକୁ ଆସିଥିଲେ। ଅନ୍ୟପକ୍ଷେ ନିୟମିତ ବିଦ୍ୟାଳୟକୁ ଉଭୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବିଳମ୍ବରେ ଆସୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏ ସମ୍ପର୍କରେ ଡିପିସି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଦ୍ୱୟଙ୍କ ଅଭ୍ୟାସଗତ ଅନୁପସ୍ଥିତ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ବ୍ଲ୍ଳକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଥିବା ଡିପିସି ଅମିତା ପଟ୍ଟନାୟକ ସୂଚନା ଦେଇଥିଲେ। ନିଲମ୍ବନ ପରେ ପ୍ରଧାନ ଶିକ୍ଷକ ଖାଡଙ୍ଗା କହିଛନ୍ତି, ଡିପିସି ତଦନ୍ତ କରିବା ଦିବସରେ ସେ ସ୍କୁଲ କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ବିଳମ୍ବର କାରଣ ପଚରା ଯାଇ ନ ଥିଲା। ଏପରି କି ବିଳମ୍ବର କାରଣ ନେଇ କାରଣ ଦର୍ଶାଅ ନୋଟିସ୍‌ କରାଯାଇ ନ ଥିଲା। ତେବେ ଗଣମାଧ୍ୟମରୁ ନିଲମ୍ବନ ନେଇ ଜାଣିଲି। ପରେ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିୟୋଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ, କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା, ହୋମଯଜ୍ଞ

ଅମରପାଲି,୩୦ା୭(ଡ଼ି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା ଓ ହୋମଯଜ୍ଞ କରାଯାଇଛି। ଚଳିତବର୍ଷ ବିଳମ୍ବ ବର୍ଷା ସହିତ ଅନାବୃଷ୍ଟି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧.୭୦ ଲକ୍ଷ ଦାନ

ନୟାଗଡ ଅଫିସ,୯ା୪: କରୋନା ମହାମାରୀର ମୁକାବିଲା ପାଇଁ ନୟାଗଡ ଜିଲା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୧.୭୦...

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ...

ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା ଅଫିସ,୮ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ...

ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: କଳାହାଣ୍ଡିରେ ବନ୍ଦ ହେବ ୧୮ ପ୍ରାଥମିକ ସ୍କୁଲ

ଭବାନୀପାଟଣା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଦଶ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲଗୁଡିକରେ ନାମ ଲେଖାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ...

୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା...

ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ...

ଗୁଣିଗାରେଡ଼ି ସନ୍ଦେହରେ କଟୁରିରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ଟେନ୍‌ସା,୨୯ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଳ ଗ୍ରାମରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର କାରଣ ଗୁଣି ଗାରେଡ଼ି ସନ୍ଦେହ ବୋଲି...

Advertisement
Archives

Model This Week