Posted inରାଜ୍ୟ

ନିର୍ମାଣ ଅଧା ରଖି ବିଲ୍‌ କରିନେଲେ ସ୍ବେଚ୍ଛାସେବୀ : କାମରେ ଲାଗୁନି ପାଇଖାନା

ନାଉଗାଁ,୨୧ା୭(ସ୍ବ.ପ୍ର.): ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନାଉଗାଁ ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ବ୍ଲକ ତିରୁଣା ପଞ୍ଚାୟତ ଦହିପାଳ ଗ୍ରାମର ହରିଜନ ସାହିରେ ପାଇଖାନା ନିର୍ମାଣ ଦାୟିତ୍ୱ ସ୍ବେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା। ୧୬ ଏପ୍ରିଲ ୨୦୧୮ରେ ଏହି ସାହିରେ ୧୦ରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ବିଲ୍‌ କରାଯାଇଛି। ହେଲେ ସେଥିମଧ୍ୟରୁ ଗୋଟିଏ ବି ପାଇଖାନା ବ୍ୟବହାର ହୋଇପାରୁନି। ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ପୂର୍ବରୁ ସେସବୁ ପାଇଖାନା ଭାଙ୍ଗିରୁଜି ଗଲାଣି। ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ଅର୍ଥ ଆମତ୍ସାତ କରିଥିବାବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ହିତାଧିକାରୀ। ଏହି ସାହିର ଟାଙ୍ଗୁରୀ ଭୋଇ, ପ୍ରଦୀପ ଭୋଇ, ଭରତ ଭୋଇ, ଚଗଲି ଭୋଇ, ରାଜ କିଶୋର ଭୋଇ, କାଳନ୍ଦୀ ଭୋଇ, ରମେଶ ଭୋଇ, ଟୁନି ଦେଇ, ବାବୁଲି ଭୋଇ, ପାର୍ବତୀ ବଓ୍ବୋ, ନେଳୀ ବଓ୍ବୋ ପ୍ରମୁଖଙ୍କ ପାଇଖାନା ନିର୍ମାଣ ଶେଷ ହୋଇ ବିଲ୍‌ କରାଯାଇଛି। କିନ୍ତୁ ଅଧିକାଂଶ ପାଇଖାନାରେ ପ୍ୟାନ୍‌ ବସିନାହିଁ କି ଟାଙ୍କି ନାହିଁ। ସେହିପରି କେତେଜଣଙ୍କ ପାଇଖାନା କବାଟ ମଧ୍ୟ ଅଳ୍ପଦିନରେ ଭାଙ୍ଗିଗଲାଣି। ନିୟମାନୁସାରେ ପାଇଖାନା ନିର୍ମାଣ ପରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ବିଲ୍‌ ପ୍ରଦାନ କରାଯିବା କଥା। ତେଣୁ ଏଠାକୁ କେଉଁ ପ୍ରଶାସନିକ ଅଧିକାରୀ ତଦନ୍ତ କରିବାକୁ ଯାଇ ବିଲ୍‌ ପ୍ରଦାନ କରିଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ହିତାଧିକାରୀମାନେ କହିଛନ୍ତି। ବର୍ତ୍ତମାନ ବର୍ଷାଦିନ ଆସିଯାଇଥିବାରୁ ଚାରିଆଡେ ପାଣି, କାଦୁଅ ହୋଇଯିବ। ତେଣୁ କେହି ବାହାରକୁ ଶୌଚ ହେବାକୁ ଯାଇପାରିବେ ନାହିଁ। ଏଭଳି ସ୍ଥିତିରେ ପାଇଖାନା ଜରୁରୀ ହୋଇପଡିଥିବା ବେଳେ ତାହା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। କେବଳ ଏଠାରେ ନୁହେଁ, ବ୍ଲକର ୧୬ ପଞ୍ଚାୟତରେ ସମାନ ସମସ୍ୟା ଦେଖାଦେଇଛି। ଅନେକ ପାଇଖାନା ଅଧାପନ୍ତରିଆ ହୋଇ ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ବେଚ୍ଛାସେବୀମାନେ ପାଇଖାନା ନିର୍ମାଣ କରିଥିଲେ। ସେ ବିଷୟରେ କ’ଣ ହୋଇଛି, ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା

ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼...

ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ବଚ୍ଛ ପରିବେଶ ବିକାଶ ପାଇଁ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମୁଖ୍ୟ...

କୋରେଇ ଟ୍ରେନ୍‌ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ଯାଜପୁରର କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲ୍‌ବାହୀ ଟ୍ରେନ୍‌ ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ...

ପଦ୍ମ ଧରିଲେ ଅଞ୍ଜଳି

ଭୁବନେଶ୍ବର,୧୮।୧୦(ବ୍ୟୁରୋ) : ଭାଜପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଏକାଦଶ ଶ୍ରେଣୀ ପାଇଁ ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ରବିବାର ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ...

ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ...

ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦ ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।...

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week