ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା ଛକ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଚାଲୁଥିବା ଗଜଲକ୍ଷ୍ମୀ ପୂଜାର ଗେଟ୍ ହଠାତ୍ ଭାଙ୍ଗି ଯାଇ ରାସ୍ତାରେ ପଡ଼ିଛି।୧ ଫଳରେ ଏହି ସମୟରେ ଯାଉଥିବା ଏକ ଓଟୋ, କାର୍, ବୋଲେରୋ ତଳେ ଚାପି ହୋଇଯାଇଛି। ଫଳରେ ଏହି ରାସ୍ତାରେ ବର୍ତ୍ତମାନ ଯାତାୟାତ ଠପ୍ ହୋଇଯାଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ବି ଅଞ୍ଚଳରେ ଜୋର୍ ବର୍ଷା ସହ ପବନ ଜାରି ରହିଛି।

