Posted inରାଜ୍ୟ

ନିର୍ମାଣ ଅଧା ରଖି ବିଲ୍‌ କରିନେଲେ ସ୍ବେଚ୍ଛାସେବୀ : କାମରେ ଲାଗୁନି ପାଇଖାନା

ନାଉଗାଁ,୨୧ା୭(ସ୍ବ.ପ୍ର.): ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନାଉଗାଁ ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ବ୍ଲକ ତିରୁଣା ପଞ୍ଚାୟତ ଦହିପାଳ ଗ୍ରାମର ହରିଜନ ସାହିରେ ପାଇଖାନା ନିର୍ମାଣ ଦାୟିତ୍ୱ ସ୍ବେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା। ୧୬ ଏପ୍ରିଲ ୨୦୧୮ରେ ଏହି ସାହିରେ ୧୦ରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ବିଲ୍‌ କରାଯାଇଛି। ହେଲେ ସେଥିମଧ୍ୟରୁ ଗୋଟିଏ ବି ପାଇଖାନା ବ୍ୟବହାର ହୋଇପାରୁନି। ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ପୂର୍ବରୁ ସେସବୁ ପାଇଖାନା ଭାଙ୍ଗିରୁଜି ଗଲାଣି। ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ଅର୍ଥ ଆମତ୍ସାତ କରିଥିବାବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ହିତାଧିକାରୀ। ଏହି ସାହିର ଟାଙ୍ଗୁରୀ ଭୋଇ, ପ୍ରଦୀପ ଭୋଇ, ଭରତ ଭୋଇ, ଚଗଲି ଭୋଇ, ରାଜ କିଶୋର ଭୋଇ, କାଳନ୍ଦୀ ଭୋଇ, ରମେଶ ଭୋଇ, ଟୁନି ଦେଇ, ବାବୁଲି ଭୋଇ, ପାର୍ବତୀ ବଓ୍ବୋ, ନେଳୀ ବଓ୍ବୋ ପ୍ରମୁଖଙ୍କ ପାଇଖାନା ନିର୍ମାଣ ଶେଷ ହୋଇ ବିଲ୍‌ କରାଯାଇଛି। କିନ୍ତୁ ଅଧିକାଂଶ ପାଇଖାନାରେ ପ୍ୟାନ୍‌ ବସିନାହିଁ କି ଟାଙ୍କି ନାହିଁ। ସେହିପରି କେତେଜଣଙ୍କ ପାଇଖାନା କବାଟ ମଧ୍ୟ ଅଳ୍ପଦିନରେ ଭାଙ୍ଗିଗଲାଣି। ନିୟମାନୁସାରେ ପାଇଖାନା ନିର୍ମାଣ ପରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ବିଲ୍‌ ପ୍ରଦାନ କରାଯିବା କଥା। ତେଣୁ ଏଠାକୁ କେଉଁ ପ୍ରଶାସନିକ ଅଧିକାରୀ ତଦନ୍ତ କରିବାକୁ ଯାଇ ବିଲ୍‌ ପ୍ରଦାନ କରିଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ହିତାଧିକାରୀମାନେ କହିଛନ୍ତି। ବର୍ତ୍ତମାନ ବର୍ଷାଦିନ ଆସିଯାଇଥିବାରୁ ଚାରିଆଡେ ପାଣି, କାଦୁଅ ହୋଇଯିବ। ତେଣୁ କେହି ବାହାରକୁ ଶୌଚ ହେବାକୁ ଯାଇପାରିବେ ନାହିଁ। ଏଭଳି ସ୍ଥିତିରେ ପାଇଖାନା ଜରୁରୀ ହୋଇପଡିଥିବା ବେଳେ ତାହା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। କେବଳ ଏଠାରେ ନୁହେଁ, ବ୍ଲକର ୧୬ ପଞ୍ଚାୟତରେ ସମାନ ସମସ୍ୟା ଦେଖାଦେଇଛି। ଅନେକ ପାଇଖାନା ଅଧାପନ୍ତରିଆ ହୋଇ ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ବେଚ୍ଛାସେବୀମାନେ ପାଇଖାନା ନିର୍ମାଣ କରିଥିଲେ। ସେ ବିଷୟରେ କ’ଣ ହୋଇଛି, ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri