ନିର୍ମାଣର ବର୍ଷକରେ ରାସ୍ତା ମରଣଯନ୍ତା

ବାଲିକୁଦା,୨ା୭(ସ୍ବ.ପ୍ର.): ବାଲିକୁଦା ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତ କୁଶୁପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। କିଛିଦିନ ତଳେ ନିର୍ମାଣ ହୋଇଥିବା ଏକ ଢଳେଇ ରାସ୍ତା କାମରେ କିଭଳି ଭାବେ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଛି, ତାହାର ଉଦାହରଣ ଏବେ ଦେଖିବାକୁ ମିଳିଛି। ନୂଆ କରି ନିର୍ମାଣ ହୋଇଥିବା ରାସ୍ତା ଭୁଶୁଡ଼ି ପଡ଼ିବା ସହ ୨ ଫୁଟର ଖାଲ ସୃଷ୍ଟି ହୋଇଛି। ଏଥିପାଇଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରକାଶ ଯେ, କୁଶୁପୁର ପଞ୍ଚାୟତର ଦଣ୍ଡାବେଦୀ-ନେନ୍ଧେରା ରାସ୍ତା ନିର୍ମାଣ ୧ ବର୍ଷ ହୋଇ ନ ଥିବାବେଳେ ପିଚୁ ସମ୍ପୂର୍ଣ୍ଣ ଉଠିଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟ କଥା ହେଲା, ଢଳେଇ ରାସ୍ତା ନିମ୍ନମାନର ହୋଇଥିଲେ ରାସ୍ତାରେ ଫାଟ ସୃଷ୍ଟି ହୁଏ। ମାତ୍ର ଏଠାରେ ରାସ୍ତା ଭୁଶୁଡ଼ି ପଡି ୨ଫୁଟ ଖାଲ ସୃଷ୍ଟି ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ କେତେକ ସ୍ଥାନରେ ମରାମତି କରାଯାଇଛି। ମାତ୍ର ଅବସ୍ଥାରେ ସୁଧାର ଆସୁନାହଁ। ଫଳରେ ନେନ୍ଧେରା, ଆଠଗରିଆ, ଦେକଣି ଆଦି ଗ୍ରାମର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବାଦ୍‌ ବାହାର ଅଞ୍ଚଳର ଧାନଚାଷୀ ଓ ମାଛଚାଷୀ ଏହି ରାସ୍ତା ଉପରେ ନିର୍ଭରଶୀଳ। ସ୍କୁଲ କଲେଜ ପିଲାମାନେ ମଧ୍ୟ ସାଇକେଲ ନେଇ ଗଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ପରିସ୍ଥିତିରେ ଏହି ରାସ୍ତାରେ ଆମ୍ବୁଲନ୍ସ ଯାଇପାରୁନାହିଁ। ଫଳରେ ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବାଲିକୁଦା ଗ୍ରାମ୍ୟ ଉନ୍ନୟନ ବିଭାଜନ କାଯର୍‌ୟାଳୟର ଯନ୍ତ୍ରୀ ସୁବାସ ରାଉତଙ୍କୁ ପଚାରିବାରୁ ଉକ୍ତ ରାସ୍ତା ମୋ ସମୟରେ ନିର୍ମାଣ ହୋଇନାହିଁ। ତଥାପି ପ୍ରତିକାର ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ହଜାର ପିଲାଙ୍କ ପାଇଁ ୮୮ ପରୀକ୍ଷା କେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୩୦ା୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ମେ ୨ ତାରିଖ...

ଟ୍ରାଙ୍କୁଲାଇଜ୍‌ ଜରିଆରେ ହନୁ ଧରାପଡ଼ିଲା

କୁଜଙ୍ଗ, ୨୨।୫(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ଦିନକୁ ଦିନ ମାଙ୍କଡଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ବ୍ଲକ ଅନ୍ତର୍ଗତ ସନ୍ତରା ଗ୍ରାମରେ ମାଙ୍କଡ...

ପାଇପ୍‌ ଲାଇନ ବିଛା ଆଳରେ ଖୋଳାଚାଲିଛି ରାସ୍ତା

ନାଉଗାଁ,୨୬ା୯(ସ୍ବ.ପ୍ର): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରଠାରୁ ରୋହିଆକୁ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। କିଛିଦିନ ତଳେ ଏହି ରାସ୍ତା ପାର୍ଶ୍ୱକୁ ଖୋଳାଯାଇଛି। ଫଳରେ...

ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ଅନ୍ୟତମ ଅଭିଯୁକ୍ତ ଗିରଫ

ପାରାଦୀପ,୬ା୧୧(ସ୍ବ.ପ୍ର.): ରାଜ୍ୟର ବହୁଚର୍ଚ୍ଚିତ ଅର୍ଥ ତତ୍ତ୍ୱ(ଏଟି ଗ୍ରୁପ୍‌)ଚିଟ୍‌ଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ପବିତ୍ର ଦାସଙ୍କୁ ମଙ୍ଗଳବାର ପାରାଦୀପ ଅଭୟଚାନ୍ଦପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।...

ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ

କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍‌ପି ତଥା ଭାଜପା...

ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ

ଜଗତସିଂହପୁର ଅଫିସ,୨୨ା୬: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ...

ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା...

ପୋଲିସ ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ,୧।୧୨(ସ୍ବ.ପ୍ର.): ଜଗତସିଂହପୁର ଜିଲା ଏରସମା ମାହାଳରେ ସୀମା ନିର୍ଦ୍ଧାରଣ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାହାଳକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ମାପଚୁପ ଚାଲିଥିବା...

Advertisement
Archives

Model This Week