Posted inଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୧୯।୩: ନିଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ଘଟଣା ସମୟରେ ସେ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କରିଥିଲେ। ଏବେ ନିର୍ଭୟା ମାମଲାର ୪ଦୋଷୀଙ୍କ ସମସ୍ତ ନ୍ୟାୟିକ ବ୍ୟବସ୍ଥା ସମାପ୍ତ ହୋଇଥିବାରୁ ଶୁକ୍ରବାର ଅର୍ଥାତ୍‌ ୨୦ ତାରିଖ ଭୋର ୫ଟା ୩୦ରେ ଏମାନଙ୍କୁ ନିଶ୍ଚିତ ଭାବେ ଫାଶୀ ଦିଆଯିବ ବୋଲି ଅନୁମାନ କରାଯାଉଛି। ଏହାପରେ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଫାଶୀ ଘୁଞ୍ଚାଇବାକୁ ଦୋଷୀ ଯେତେପ୍ରକାର ଚାଲ୍‌ କରିଥିଲେ ତାହା କୋର୍ଟ ବୁଝିପାରିଛନ୍ତି। ଏବେ ମାର୍ଚ୍ଚ ୨୦ରେ ନିର୍ଭୟାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ ରାଜଧାନୀ ଦିଲ୍ଲୀରେ ହୋଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏମାନଙ୍କୁ ଫାଶୀ ଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଭିନ୍ନ ପ୍ରକାର ଆଳ ଦେଖାଇ ଏମାନେ ଦୁଇଥର ଫାଶୀ ତାରିଖ ଘୁଞ୍ଚାଇ ଦେଇଥିବା ବେଳେ ତୃତୀୟ ଥରଲାଗି ମାର୍ଚ୍ଚ ୨୦ରେ ଏମାନଙ୍କୁ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣରୁ ମୁକ୍ତି: ମନ୍ଦିରରେ ମୂର୍ତ୍ତିଙ୍କଠାରେ ବନ୍ଧାଗଲା ମାସ୍କ୍‌

ବାରାଣସୀ,୬।୧୧: ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସାଧାରଣ ଲୋକେ ମୁହଁରେ ମାସ୍କ୍‌ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର...

୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର...

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି...

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି...

ସ୍ବାଭାବିକ ହେବ ଅର୍ଥନୀତି: ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୧୨।୧୧: କରୋନା ମହାମାରୀରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍‌ ଘୋଷଣା...

କର୍ନାଟକରେ ଭାଜପା-କଂଗ୍ରେସ କଳି ପହଞ୍ଚିଲା କୋର୍ଟରେ, ଭାଜପା ଦାୟର କଲା ମାନହାନି ମାମଲା

ବେଙ୍ଗାଲୁରୁ,୯।୫: କର୍ନାଟକରେ ବୁଧବାର ଅର୍ଥାତ୍‌ ମେ ୧୦ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହେଲେ...

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି।...

Advertisement
Archives

Model This Week