Posted inଜାତୀୟ

ନିର୍ଭୟା ମାମଲାର ଦୋଷୀଙ୍କୁ ପଚରା ଗଲା ଶେଷ ଇଚ୍ଛା!

ନୂଆଦିଲ୍ଲୀ,୨୩।୧: ନିର୍ଭୟା ଗଣ ବଳାତ୍କାରର ୪ ଦୋଷୀଙ୍କୁ ଫାଶୀ ଦେବାର ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି। ଏମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜେଲ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇ ପଚରା ଯାଇଥିବା ଜଣାପଡିଛି। ଶେଷ ସମୟରେ ଏମାନେ କାହାକୁ ଦେଖା କରିବାକୁ ଚାହୁଁଛନ୍ତି, ସେମାନଙ୍କ ନାଁରେ ଯଦି କିଛି ସମ୍ପତ୍ତି ରହିଛି ତାକୁ କାହା ନାମକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, କିଛି ଧାର୍ମିକ ପୁସ୍ତକ ପଢିବାକୁ ଚାହୁଁଛନ୍ତି ଅବା କଣସି ଧର୍ମଗୁରୁଙ୍କୁ ଡାକିବାକୁ ଚାହୁଁଛନ୍ତି ଇତ୍ୟାଦି। ଯଦି ଏମାନେ ଚାହାଁନ୍ତି ତେବେ ଫେବୃୟାରୀ ୧ ପୂର୍ବରୁ ଏହାକୁ ପୂରଣ କରାଯିବ ବୋଲି ଜେଲ ପ୍ରଶାସନ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଫେବୃୟାରୀ ୧ ସକାଳ ୬ଟାରେ ଏମାନଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଶୁଣିବାକୁ ମିଳିଛି କି ଫାଶୀ ଦେବା ଏକ ପ୍ରକାର ନିଶ୍ଚିତ ହୋଇଯିବା ପରେ ଉକ୍ତ ୪ ଦୋଷୀ ଖାଦ୍ୟ ଖାଇବା ଏକ ପ୍ରକାର ଛାଡି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ନ ହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା, ଚେତାବନୀ ଦେଇ…

କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ସଭାପତି ମହେଶ କୁମାର ବଂଶଲ ରାଜ୍ୟ ସରକାରଙ୍କୁ ୯ଦଫା ସମ୍ବଳିତ ଦାବିକୁ ନେଇ ଦୀର୍ଘ ଦୁଇବର୍ଷରୁ ଦାବି…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

‘ପ୍ରତି ସିଲିଣ୍ଡର ପ୍ରାୟ ୭ଶହ ଟଙ୍କା କ୍ଷତି’: ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଉପରେ ସରକାରଙ୍କ ବିବୃତ୍ତି , ପାକିସ୍ତାନ-ଆମେରିକା ସହ ତୁଳନା

ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୯ଟଙ୍କା ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିକୁ ସମର୍ଥନ କରି ସରକାର ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି…

ଚାନ୍ଦବାଲିରେ ପ୍ରଥମ ଅଂଶୁଘାତରେ ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୭ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲିରେ ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଭୁଁଇବୁର୍ତ୍ତି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର…

ସ୍ତ୍ରୀ, ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ

ବ୍ରହ୍ମପୁର,୭।୬(ସୁବାସ ଚନ୍ଦ୍ର ପାଢ଼ୀ): ମୋ ପୁଅକୁ ତା’ ସ୍ତ୍ରୀ ଓ ସମ୍ପର୍କୀୟମାନେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ପୋଡ଼ିହୋଇ…

ଆଗାମୀ ୫ ବର୍ଷ ମଧ୍ୟରେ ଇସ୍ରାଏଲ ୫୦ ହଜାର ଭାରତୀୟଙ୍କୁ ଚାକିରି ଯୋଗାଇବ

ତେଲ ଅଭିଭ,୭।୬: ତେଲ ଅଭିଭ ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଏକ ଅନନ୍ୟ ଦୃଶ୍ୟ ସୱାଗତ କରେ। ଦୁବାଇ କିମ୍ବା ଆବୁଧାବିର ବିମାନବନ୍ଦରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri