Posted inଜାତୀୟ

ନିର୍ଭୟା ଦୋଷୀଙ୍କୁ ମିଳିଲା ଆଉ ମାସେ ସମୟ: ୨୪ ଜାନୁୟାରୀରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୯।୧୨: ନିର୍ଭୟା ମାମଲାର ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆସନ୍ତା ଜାନୁୟାରୀ ୨୪କୁ ଘୁଞ୍ଚାଇ ଦେଇଛନ୍ତି। ପଓ୍ବନଙ୍କ ଓକିଲ ନୂଆ ଦଲିଲ ଉପସ୍ଥାପନ ପାଇଁ ସମୟ ମାଗିଥିଲେ ଯାହାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ଏବେ ଅନୁମାନ କରାଯାଉଛି କି ଆସନ୍ତା ଜାନୁୟାରୀ ୨୪ ପର୍ଯ୍ୟନ୍ତ ଆଉ ପଓ୍ବନଙ୍କୁ ଫାଶୀ ଦିଆଯାଇ ପରିବ ନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପଓ୍ବନ ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବାର ଥିଲା। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା...

ଦିଲ୍ଲୀ-ଏନ୍‌ସିଆରରେ ପ୍ରବଳ ବର୍ଷା: ସଂସଦ ବାହାରେ ଜଳାର୍ଣ୍ଣବ

ନୂଆଦିଲ୍ଲୀ,୬।୮: ଦିଲ୍ଲୀରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ସହରର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ...

ଉତ୍ତର ପରେ ଏବେ ଦକ୍ଷିଣ ଭାରତ ପାଳି: କର୍ନାଟକ,କେରଳରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୨।୧୦: ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିବା ପରେ ଏବେ ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ନାଟକ, କେରଳ...

ତାଲିବାନ ସଙ୍କଟକୁ ନେଇ ମନ୍ଥନ: ଆଫଗାନ ସମସ୍ୟାକୁ ନେଇ ଦିଲ୍ଲୀରେ ହେବ ଏନ୍‌ଏସ୍‌ଏର ବୈଠକ

ନୂଆଦିଲ୍ଲୀ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଆମେରିକା, ରୁଷିଆ, ଚାଇନା ଭଳି ବଡ ବଡ ଦେଶ ଏହାକୁ ନେଇ ଲାଗାତାର ବୈଠକ...

ମୋଦିଙ୍କ ସାତମନ୍ତ୍ରର ସପ୍ତପଦୀ: ଉଷୁମ ପାଣି-ହର୍ବାଲ ଚା କାଢ଼ା ପିଇବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।...

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ...

ଏଣିକି ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା

ନୂଆଦିଲ୍ଲୀ,୨୩।୫: ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ରେଷ୍ଟୁରାଣ୍ଟ ଖାଇବା ପରେ ଆଉ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ।...

ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ

ଚେନ୍ନାଇ,୪।୧: ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଏଆଇଏଡିଏମ୍‌କେ ନେତା ପିଏଚ୍‌ ପାଣ୍ଡିଆନଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ...

Advertisement
Archives

Model This Week