ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଏହି ଭିଡିଓରେ ବିଧାୟକ କହିଛନ୍ତି  ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ସେ କାମ କରିବେନି। ଯଦି ସେମାନେ ପୂର୍ବଭଳି ତାଙ୍କ ଦଳରେ ସାମିଲ ହେବେ ବୋଲି ତାଙ୍କୁ କହିବେ ଏବଂ ଆସନ୍ତା ୨୦୨୨ରେ ହେବାକୁ ରହିଥିବା ପଞ୍ଚାୟତ ନିର୍ବାଚନରେ ସେମାନେ ଜିଲାପରିଷଦ ସଦସ୍ୟଙ୍କ ଜିତାଇବାରେ ସାହାଯ୍ୟ କରିବେ ସେ ସେମାନଙ୍କ ପାଇଁ କାମ କରିବେ ବୋଲି ବିଧାୟକ କହିଛନ୍ତି। ଏଭଳି ଉକ୍ତି ରଖିବା ସହ ସେ ଏବେ ଦଳକୁ ସଜାଡ଼ିବା ପାଇଁ କାମ କରୁଥିବା କହିଥିବା ଭିଡିଓ ଭାଇରାଲ ହେଉଛି। ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଭୋଟର ଭାଇଭଉଣୀମାନେ ତାଙ୍କୁ ବହୁତ ବିଶ୍ୱାସ ରଖି ଚଳିତ ନିର୍ବାଚନରେ ତାଙ୍କୁ ଜିତାଇଛନ୍ତି। ପୂର୍ବରୁ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ରହିଥିବାରୁ ତାଙ୍କୁ ଅଞ୍ଚଳବାସୀ ଏବଂ ଦଳୀୟକର୍ମୀ ଭରସା କରି ଜିତାଇଛନ୍ତି। ଏଣୁ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଭରସାକୁ ରଖି ସେ କାମ କରିବେ ବୋଲ ଉକ୍ତ ଭିଡିଓରେ କହିଛନ୍ତି ା ଏଭଳି ଭିଡିଓ ଭାଇରାଲ ଘଟଣାରେ ବିଧାୟକ ସାଲୁଗା ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚଳିତ ସାଧାରଣ ନିର୍ବାଚନ ପରେ ଦାରିଙ୍ଗବାଡ଼ି ଡୁଲୁରୀ ପାଇନ ବଣରେ ଗତ ଜୁନ ୧୧ରେ ଦଳର ଏକ ସମୀକ୍ଷା ବୈଠକରେ କର୍ମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଯେଉଁ ଦଳୀୟକର୍ମୀମାନେ ଦଳ ପାଇଁ କାମ କରିବା ବଦଳରେ ଦଳରେ ଥାଇ ଅନ୍ୟ ଦଳ ପାଇଁ କାମ କରୁଛନ୍ତି ଏବଂ ଦଳ ସହ ଧୋକାବାଜି କରୁଛନ୍ତି ସେମାନଙ୍କୁ ସଜାଡ଼ିବା ପାଇଁ ସେ କିଛି ପରାମର୍ଶ ଦେଇଥିଲେ। କିନ୍ତୁ ସମ୍ପୁର୍ଣ୍ଣ ଭିଡିଓକୁ ଭାଇରାଲ ନ କରି ମିଥ୍ୟା ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ଆଗରେ ତାଙ୍କୁ ବଦନାମ କରାଯିବାକୁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri