Posted inଜାତୀୟ

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ୧୯୯୭ରେ କୌଣସି ନିର୍ବାଚନ ନ ଲଢ଼ି ରାଜ୍ୟର କ୍ଷମତା ହାସଲ କରିଥିଲେ। ଗୋଖାଦ୍ୟ ଦୁର୍ନୀତିରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଇସ୍ତଫା ପରେ ରାବ୍ରୀ ଏହି ପଦ ସମ୍ଭାଳି ଥିଲେ। ସେହିପରି ୨୦୦୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏହା ପୂର୍ବରୁ ସେ କୌଣସି ନିର୍ବାଚନ ଲଢ଼ି ନ ଥିଲେ। ଭାଜପା ପକ୍ଷରୁ ଏଠାରେ କେଶୁଭାଇ ପଟେଲ୍‌ଙ୍କୁ ହଟାଯାଇ ମୋଦିଙ୍କ ହାତରେ ଶାସନ ଡୋରି ଦିଆଯାଇଥିଲା। ମୋଦି ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ଏହାର ପୁନରାବୃତ୍ତି ମହାରାଷ୍ଟ୍ରରେ ହେବାକୁ ଯାଉଛି। ଉଦ୍ଧବ ୨୦୦୦ ପର୍ଯ୍ୟନ୍ତ ରାଜନୀତିଠାରୁ ଦୂରରେ ଥିଲେ। ତେବେ ବାଲ୍‌ ଠାକ୍‌ରେଙ୍କ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୦୨ରେ ତାଙ୍କ ନେତୃତ୍ୱରେ ଶିବସେନା ମୁମ୍ବାଇ ମ୍ୟୁନିସପାଲିଟି ନିର୍ବାଚନରେ ବେଶ୍‌ ସଫଳ ରହିଥିଲା। ୨୦୦୩ରେ ସେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ। ଫଳରେ ଦଳରେ ବିବାଦ ଦେଖାଦେବାରୁ ତାଙ୍କ ଦାଦା ପୁଅ ରାଜ୍‌ ଠାକ୍‌ରେ ୨୦୦୬ରେ ଶିବସେନାଠାରୁ ଅଲଗା ହୋଇ ନୂଆ ଦଳ ଗଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି: ବିଧାନସଭା ନିର୍ବାଚନକୁ ନେଇ ହେଉଛି ଆଲୋଚନା

ନୂଆଦିଲ୍ଲୀ,୭ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି । ରବିବାର ସକାଳେ ଏହା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ...

୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି

କୋଲକାତା,୨୬।୯:ନବରାତ୍ର ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ବତନ୍ତ୍ରତା ବଜାୟ...

ଭାରତରେ କେବେ ମିଳିବ କରୋନା ଟିକା: ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭ ।୯: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର କରୋନା ଟିକା ଉପରେ । ବିଭିନ୍ନ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ୫ ଗାଡି ଧକ୍କା, ୩ ମୃତ

ନୂଆଦିଲ୍ଲୀ,୨୯ ।୧୨: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୋମବାର ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩...

ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଧର ଜିଲାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ନର୍ମଦା ନଦୀରେ ଖସିପଡିଛି। ଏହି ଦୁର୍ଘଟଣାରେ...

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର...

ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି।...

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୯(ପି.ଟି.): ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଲାଗି ସମ୍ବିଧାନର ୧୦୩ତମ ସଂଶୋଧନର...

Advertisement
Archives

Model This Week