Posted inଜାତୀୟ

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ଜଣାଥିଲା ବୋଲି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ମିନିଟ୍‌ ୧୯ ସେକେଣ୍ଡର ଏକ ଭିଡ଼ିଓ ଶେୟାର କରାଯାଇଛି। ମନୋଜ ତିଓ୍ବାରୀ ଏନେଇ ଏକ ସାକ୍ଷାତ୍‌କାରରେ ୨୦୧୯ ଡିସେମ୍ବର ୨୧ରେ ସୂଚନା ଦେଇଥିଲେ। ଏଏପି ପକ୍ଷରୁ ଭିଡ଼ିଓ ଭାଇରାଲ ହେବା ପରେ ମନୋଜ କହିଛନ୍ତି ଯେ ୨୦୧୫ରେ ଫେବୃୟାରୀ ୭ରେ ଭୋଟିଂ ହୋଇଥିଲା। ତେଣୁ ଚଳିତ ଥର ଫେବୃୟାରୀ ୮ରେ ହେବ ବୋଲି ସେ ଅନୁମାନ କରି କହିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ କର୍ନାଟକ ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ଏନେଇ ଟୁଇଟ୍‌ କରିଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୩୦ା୯(ପି.ଟି.): ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସୌଦି ଆରବ ଭାରତର ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି ସେକ୍ଟରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ...

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା: ଲୋକ ସଭା ପ୍ରାର୍ଥୀ ୯୫ ଲକ୍ଷ, ବିଧାନସଭା ପ୍ରାର୍ଥୀ ୪୦ ଲକ୍ଷ ଯାଏ ବ୍ୟୟ କରିପାରିବେ

ନୂଆଦିଲ୍ଲୀ,୭ା୧: ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି...

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା...

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ...

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

ଓ୍ବାୟନାଡରେ ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲେ ରାହୁଲ

ଓ୍ବାୟନାଡ:୧୨।୮: କଂଗ୍ରେସ ନେତା ଓ ଓ୍ବାୟନାଡ ଏମ୍‌ପି ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି। କେରଳ ଓ୍ବାୟନାଡରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ...

Advertisement
Archives

Model This Week