ନିର୍ବାଚନରେ ପରାଜିତ ହେବା ପରେ ଭୋଟରଙ୍କୁ ଉପହାର ଫେରାଇବାକୁ କହିଲେ ପ୍ରାର୍ଥୀ

ରାୟପୁର, ୩୦।୧: ଭୋଟରଙ୍କୁ ହାତେଇବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବା ପ୍ରାର୍ଥୀମାନେ ବେଳେବେଳେ କେତେକ ଉପହାର ଦେଇଥାନ୍ତି। କିନ୍ତୁ ନିର୍ବାଚନରେ ପରାଜିତ ହେବାପରେ ଏହାକୁ ଭୋଟରଙ୍କଠାରେ ଫେରାଇ ନେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ଏକ ଘଟଣା ଛତିଶଗଡ଼ ରାୟପୁରରେ ଘଟିଛି। ଏଠାରେ ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରାର୍ଥୀ ହାରିବା ପରେ ଭୋଟରଙ୍କୁ ଦେଇଥିବା ଉପହାର ଫେରାଇବାକୁ କହିଥିଲେ। ଏହା ଶୁଣି ଭୋଟରମାନେ ସମସ୍ତ ଉପହାରକୁ ସ୍ଥାନୀୟ ଏକ ଛକରେ ଆଣି ଜମା କରିଥିଲେ। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ମନ୍ଦିରହସୌଦର ଭାନସୋଜ୍‌ ପଞ୍ଚାୟତରେ ନିର୍ବାଚନରେ ଚନ୍ଦ୍ରହାସ ଦେବାଙ୍ଗନ ଏବଂ ମନୋହର ଦେବାଙ୍ଗନ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ଏଥିରେ ମନୋହର ପରାଜିତ ହୋଇଥିଲେ। ଭୋଟରେ ଜିଣିବା ପାଇଁ ସେ ଭୋଟରଙ୍କୁ ପ୍ରେସର କ୍ରୁକର, ଗ୍ରାଇଣ୍ଡର, ପ୍ୟାଣ୍ଟ-ଶର୍ଟ, ମଦ ବୋତଲ ଆଦି ଦେଇଥିଲେ। ତେବେ ହାରିବା ପରେ ସେ ଲୋକଙ୍କୁ ଧମକ ଚମକ ଦେଇ ଏସବୁ ଫେରାଇବାକୁ କହିଥିଲେ। ଲୋକେ ଏସବୁକୁ ଆଣି ସ୍ଥାନୀୟ ବସ୍‌ଷ୍ଟାଣ୍ଡ୍‌ ଛକରେ ଜମା କରିଥିଲେ। ଳୋକଙ୍କୁ ଧମକ ଚମକ ଦେଇଥିବାରୁ ମନୋହରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ପାଲଟିବେ ପ୍ରାଣୀଙ୍କ ଖାଦ୍ୟ

ବର୍ଲିନ୍‌,୧୬ା୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୯୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପରିବହନ...

ଫଡ୍‌ନବିସଙ୍କ ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ହେବାର ଗୁମର ଫିଟିଲା: କେନ୍ଦ୍ରର ୪୦ ହଜାର କୋଟି ସୁରକ୍ଷିତ !

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କର ଶାସନ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥାଇ ମଧ୍ୟ କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ବିବାଦ ସମାଧାନର ବିକଳ୍ପ ବାଛ

ନୂଆଦିଲ୍ଲୀ, ୫।୧୨(ଆଇଏଏନ୍‌ଏସ୍‌): ବିବାଦ ସମାଧାନ ଲାଗି କୋର୍ଟ କଚେରି ନ ଧାଇଁ ମଧ୍ୟସ୍ଥତା, ବୁଝାମଣା ଭଳି ବିକଳ୍ପ ବ୍ୟବସ୍ଥା ବାଛିବା ଲାଗି ଭାରତର ପ୍ରଧାନ ବିଚାରପତି...

ଘୋଡ଼ାକୁ ଗେଲ କରୁଥିଲେ ଯୁବତୀ, ଆଉ ତା’ ପରେ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ଲୋକେ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି। ପଶୁମାନଙ୍କୁ...

ଅକବରୁଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ସାନଭାଇଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅପିଲ୍‌ କଲେ ଓଓ୍ବେସୀ

ହାଇଦ୍ରାବାଦ,୧୧।୬: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ...

ରିମ୍ସରେ ହେବ ଲାଲୁଙ୍କ ଚିକିତ୍ସା

ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ...

ବିନା ସର୍ତ୍ତରେ ଟିଏମ୍‌ସିରେ ସାମିଲ ହୋଇଛି: ସୁସ୍ମିତା

କୋଲକତା,୧୭।୮: କଂଗ୍ରେସର ପୂର୍ବତନ ନେତ୍ରୀ ସୁସ୍ମିତା ଦେବ ନିକଟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ, ବିନା ସର୍ତ୍ତରେ ତୃଣମୂଳ କଂଗ୍ରେସ...

ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି

ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର...

Advertisement
Archives

Model This Week