Posted inଖେଳ

ନିରପେକ୍ଷ ଭେନ୍ୟୁରେ ଖେଳାଯିବ ଏସିଆ କପ୍‌: ପିସିବି ସ୍ବୀକାର କଲା

କରାଚୀ,୭।୩(ପି.ଟି.)- ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ଶନିବାର ସ୍ବୀକାର କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ଏହଶାନ ମାନି। ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ସୁରକ୍ଷାଗତ କାରଣରୁ ପାକିସ୍ତାନରେ ଭାରତ ଖେଳିପାରିବ ନାହିଁ। ଏଣୁ ଏସିଆ କପ୍‌ ୟୁଏଇଠାରେ ଖେଳାଯିବ। ସେତେବେଳେ ଏହାକୁ ଅସ୍ବୀକାର କରିଥିଲେ ମାନି। କିନ୍ତୁ ଶନିବାର ପିସିବି ମୁଖ୍ୟ ନିଜ ମନ୍ତବ୍ୟ ବଦାଳାଇ ଦେଇଛନ୍ତି। ଆମକୁ ଏସିଆନ କ୍ରିକେଟ କାଉନ୍ସିଲ(ଏସିସି)ର ସମସ୍ତ ଆସୋସିଏଟ୍‌ ସଦସ୍ୟଙ୍କ ଲାଭ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ। ପାକିସ୍ତାନ ଗସ୍ତ ଲାଗି ଭାରତ ରାଜି ନ ଥିବାରୁ ଆମେ ଏସିଆ କପ୍‌ ଆୟୋଜନ କରିବା ଉଚିତ ହେବ ନାହିଁ। ଏଣୁ ନିରପେକ୍ଷ ଭେନ୍ୟୁ ହିଁ ଏକମାତ୍ର ବିକଳ୍ପ। ମାତ୍ର ଏ ସମ୍ପର୍କରେ ଏସିସି ସଦସ୍ୟ ନିଷ୍ପତ୍ତି ନେବେ ବୋଲି ମାନି କହିଛନ୍ତି। ସୂଚନାଥାଉକି, ୨୦୧୮ ଏସିଆ କପ୍‌ ଭାରତରେ ଆୟୋଜନ ହେବାର ଥିଲା। କିନ୍ତୁ ପାକିସ୍ତାନ ଯୋଗୁ ଏହା ୟୁଏଇକୁ ସ୍ଥାନାନ୍ତର ହୋଇଥିଲା। କେଉଁଠାରେ ଏସିଆ କପ୍‌ ଆୟୋଜନ ହେବ ବୋଲି ପ୍ରଶ୍ନ କରାଯିବାରୁ ମାନି କହିଛନ୍ତି, ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହା ୟୁଏଇ କିମ୍ବା ବାଂଲାଦେଶରେ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏସିସି ବୈଠକ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାର ଥିଲା। ହେଲେ କରୋନା ଭାଇରସ ଯୋଗୁ ବୈଠକକୁ ବାତିଲ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ସଂକ୍ରମିତ

ଇସ୍ତାନବୁଲ୍‌, ୨୪ା୩ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଇସ୍ତାନବୁଲ୍‌ର ବଡ଼ ଫୁଟ୍‌ବଲ କ୍ଲବ ଗାଲାଟାସାରେର ମ୍ୟାନେଜର ଅଛନ୍ତି।...

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ଇନ୍ଦୋର,୨।୩: ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆର ଅଶ୍ୱିନ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ...

ବଢିଲା ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ

ନୂଆଦିଲ୍ଲୀ,୨୧।୧୨: ଆଇପିଏଲ ଆଉ ଏକ ବଡ ସଫଳତା ହାସଲ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହାର ବ୍ରାଣ୍ଡ ମୂଲ୍ୟ ୭୫ ପ୍ରତିଶତ ବୃଦ୍ଧି ପାଇଛି।...

ଫିଫାର ସମସ୍ତ ଦାବିକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ, ୨୨ା୮ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂଗଠନ ‘ଫିଫା’ର ବାସନ୍ଦ ଦଣ୍ଡକୁ ହଟାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର...

ବଟଲରଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୧୮।୪: ସ୍ଥାନୀୟ ବ୍ରାବୋର୍ନେ ଷ୍ଟାଡିୟମରେ ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଫୁଲ ଫର୍ମରେ ଥିବା ଜୋସ ବଟଲର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ...

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି...

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ...

‘ରାହାନେଙ୍କୁ ବସେଇ ଦିଅ’

କାନପୁର,୨୮।୧୧: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମୁମ୍ବାଇରେ ଆସନ୍ତା ୩ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବସେଇ ଦେବା ଉଚିତ ହେବ...

Advertisement
Archives

Model This Week