Posted inକଟକ

ନିରତାରରେ କ୍ୱାରାଣ୍ଟାଇନ ବ୍ୟବସ୍ଥା ନ କରିବାକୁ କେନ୍ଦ୍ରୀୟ ସଚିବଙ୍କ ଅନୁରୋଧ

କଣ୍ଟାପଡା,୨୬ା୩(ଡି.ଏନ୍‌.ଏ.)- କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ରରେ କ୍ୱାରାଣ୍ଟାଇନ କ୍ୟାମ୍ପ ନ କରିବାକୁ କେନ୍ଦ୍ରୀୟ ବିଭାଗୀୟ ସଚିବ ଶକୁନ୍ତଳା ଡି କ୍ୟାମଲିନ ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ବୁଧବାର ଅନୁରୋଧ କରିଛନ୍ତି। ଗତ ମଙ୍ଗଳବାର କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ ଓ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରତାରରେ ପହଞ୍ଚି ଏକ ବୈଠକ କରିଥିଲେ। ରାଜ୍ୟରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ବଢ଼ୁଥିବାରୁ କ୍ୱାରାଣ୍ଟାଇନ ଓ୍ବାର୍ଡ ସଂଖ୍ୟା କମ ଥିବାରୁ ନିର୍‌ତାରରେ ଏକ ଅସ୍ଥାୟୀ କ୍ୟାମ୍ପ କରିବା ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ଆସିଥିବା ଅଧିକାରୀମାନେ ନିରତାର ବୈଷୟିକ ଉପନିର୍ଦ୍ଦେଶକ ଡା. କିଶୋରଚନ୍ଦ୍ର ମହାପାତ୍ର ଓ ପିଏମ୍‌ଆର୍‌ଡି ମୁଖ୍ୟ ଡା. ପବିତ୍ର ମୋହନ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେବାସହ ବୁଧବାର ଏଥିପାଇଁ ୬ଟି ୱାର୍ଡ ଖାଲି କରିଥିଲେ। ମାତ୍ର ଦିବ୍ୟାଙ୍ଗଙ୍କ ଚିକିତ୍ସା ପାଇଁ ଏହି ଅନୁଷ୍ଠାନ ଏକମାତ୍ର ବିକଳ୍ପ ହୋଇଥିବାରୁ କ୍ୱାରାଣ୍ଟାଇନ କ୍ୟାମ୍ପ କରାଗଲେ ସେମାନଙ୍କ ଚିକିତ୍ସା ଓ ଥଇଥାନ ସମ୍ପୂର୍ଣ୍ଣ ବ୍ୟାହତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ସଚିବ କ୍ୟାମଲିନ ନିରତାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଦିବ୍ୟାଙ୍ଗମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାରୁ ନିରତାରକୁ ବାଦ ଦେବାପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଏଲ୍‌ଇଡି ଲାଇଟ୍‌ କିଣାରେ ଅନିୟମିତତା: ୭୨ ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

କଟକ ସଦର,୩ା୨(ଡି.ଏନ୍‌.ଏ.): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକୁ ଉଲ୍ଲଂଘନ କରି କଟକସଦର ସମେତ ଜିଲାର ଅଧିକାଂଶ ବ୍ଲକରେ ଏଲ୍‌ଇଡି ଲାଇଟ୍‌ କିଣାଯାଇଥିଲା। ଏ...

ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ: ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଛତିଆ,୧୨।୯(ଡି.ଏ.ଏନ.): ଯାଜପୁର ଜିଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀ ପାଟଣା ଗଁ।ର ଏକ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଉକ୍ତ...

୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ...

ଏସ୍‌ସିବି ମେଡିକାଲ : କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା

କଟକ ଅଫିସ,୧।୧୧: ଏସ୍‌ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍‌ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା...

କଟକ ସହରରେ ଆଜି ପୁଣି ୪ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି

କଟକ ଅଫିସ,୧୫ା୭: ବୁଧବାର କଟକ ସହରରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି ପାଇଥିବା...

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି...

କଟକ ସହରରୁ ୧୬୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୩।୧୦-କଟକ ସହରରୁ ଶନିବାର ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୯୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯...

Advertisement
Archives

Model This Week