ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକଭାବେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦ୍ଦେର୍ଶକଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅନୁଷ୍ଠାନର ସାଧାରଣ ସଂପାଦକ ଦିଲୀପ କୁମାର ଦାସ ଏବଂ ଅନୁଷ୍ଠାନର ଲୋକସମ୍ପର୍କ ବିଭାଗର ସମ୍ପାଦକ କମଳାକାନ୍ତ ଦାଶ ସୋମବାର ସେଠୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଗତ ୧୫ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ଅନୁଷ୍ଠାନର ୧୯ତମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସେ ଅନୁପସ୍ଥିତ ଥିବା ଯୋଗୁ ତାଙ୍କୁ ଭୁବନେଶ୍ୱରରେ ସ୍ବତନ୍ତ୍ରଭାବେ ୨୦୧୯ ମସିହା ଲାଗି ଶ୍ରେଷ୍ଠ ପ୍ରଶାସକଭାବେ ପୁରସ୍କୃତ କରାଯାଇଥିଲା। ଜଗତ୍‌ସିଂହପୁର ଜିଲା ବାଲିକୁଦାସ୍ଥିତ ଡୋଭାଳ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେଠୀ ୧୯୮୮ରୁ ଓଡ଼ିଶା ସୂଚନା ସେବାରେ ଯୋଗଦେଇଥିଲେ। ଏହା ପରଠାରୁ ଜଣେ ନିଷ୍ଠାପର ଅଧିକାରୀ ଭାବେ ସେ ଆଜି ପର୍ଯ୍ୟନ୍ତ କାମ କରୁଛନ୍ତି। ଜଣେ ସୁପ୍ରଶାସକ ସହ ଜଣେ ସୁଲେଖକଭାବେ ମଧ୍ୟ ତାଙ୍କ ଖ୍ୟାତି ରହିଛି। ‘ସକାଳ ମଧ୍ୟାହ୍ନ ଓ ଅପରାହ୍ନ’ ଏବଂ ‘ଶୂନ୍ୟମୋହ’ ଭଳି ସଂକଳନ ସହ ‘ମାଟିର ମାନଚିତ୍ର’ ଭଳି ସାମାଜିକ ଉପନ୍ୟାସ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

ବର୍ଷା ସତ୍ତ୍ୱେ ଜନଜାତି ଗାଁରେ ନିଆରା ଢଙ୍ଗରେ ପାଳନ ହେଉଛି ରଥଯାତ୍ରା: ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):ଲଘୁଚାପ ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ତେବେ…

ପୋଲିସ ଷ୍ଟେଶନରେ ଭୟଙ୍କର ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri