ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ ଥିବା ୪୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କାରଖାନାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ଫଳରେ ସକାଳ ୮ଟାରୁ କାରଖାନାକୁ କାମ କରିବାକୁ ଆସୁଥିବା କର୍ମଚାରୀ ଓ ଶ୍ରମିକମାନେ ପ୍ରବେଶ କରି ନ ପାରି ଫେରିଯିବାରୁ ଦିନତମାମ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଏହି କାରଖାନାଟି ହେବା ପୂର୍ବରୁ ଜନଶୁଣାଣି ଦ୍ୱାରା ଘଣ୍ଟିଖାଲ ଓ ରାଧେଶ୍ୟାମପୁର ଗ୍ରାମର ଲୋକମାନଙ୍କୁ ନିଯୁକ୍ତି ଓ ବିଭିନ୍ନ ସୁବିଧା, ପଦକ୍ଷେପରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨୦୧୭ରେ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ୪୦ ପରିବାରଙ୍କଠାରୁ ଜମି ନେଇଥିଲେ। ପରମୁହୂର୍ତ୍ତରେ କାରଖାନା ନିର୍ମାଣ ହୋଇ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ଏ ନେଇ କାରଖାନା ବିରୋଧରେ ବାରମ୍ବାର ଅଭିଯୋଗ, ଧାରଣା ଦିଆଯାଇଥିଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ। ବାହାର ଲୋକଙ୍କୁ ନିଯୁକ୍ତି ଏବଂ କାରଖାନା ନିଜ ଲାଭ କଥା ଚିନ୍ତା କରୁଥିବାରୁ ବାଧ୍ୟ ହୋଇ ଧାରଣା ଦେଲୁ ବୋଲି ଗ୍ରାମର ସନ୍ତୋଷ ବେହେରା, ଅନାଥ ବେଉରା, ରାଜେଶ ବିଶ୍ୱାଳ, ବଳରାମ ବେଉରା, ସନାତନ ଦାସ, ଗୁଣ୍ଡିଚା ବେହେରା, ଆଶୁତୋଷ ମିଶ୍ର ପ୍ରମୁଖ ୪୦ ପରିବାର ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଖବରପାଇ ପୋଲିସ ପହଞ୍ଚତ୍ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ନ ଆସିବାରୁ ବସି ରହିଥିଲେ। ଅପରାହ୍ନ ୫ଟା ପର୍ଯ୍ୟନ୍ତ କେହି ନ ଆସିବା ସହ କୁହୁଡ଼ି ପଡ଼ିବାରୁ ଧାରଣା ପ୍ରତ୍ୟାହୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ…

ଗଛରୁ ଡ଼ାଳ ହାଣୁଥିଲେ, ଅସାବଧାନତା ଯୋଗୁ ଖସି ପଡ଼ି ଚାଲିଗଲା…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ବୁଧବାର ସକାଳେ ଗଛରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି।ମୃତକ…

ସିବିଏସଇ ଦଶମ ପରୀକ୍ଷାଫଳ: ଭଞ୍ଜନଗର କେଭିର ପାସ୍ ହାର ୧୦୦ ପ୍ରତିଶତ; ବ୍ୟୋମକେଶ ୯୭%, ଶ୍ରେୟା ୯୫%…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri