ନିମ୍ନ ମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ଦାରିଙ୍ଗବାଡି, ୧୨ା୯ (ଅରୁଣ ସାହୁ):ଲଘୁଚାପଜନିତ ଲଗାଣ ବର୍ଷାରେ ମଙ୍ଗଳବାର ଦାରିଙ୍ଗବାଡିରେ ନିର୍ମାଣାଧୀନ ରାସ୍ତା ଧୋଇହୋଇଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡିଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଚାରି ଛକଠାରୁ ପ୍ଳିହେରି ଓ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଲଘୁଚାପଜନିତ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର ଘଣ୍ଟାଏ ବର୍ଷାରେ ରାସ୍ତାରୁ ଗୋଡ଼ି ଉଠିଯିବାରୁ ଯାତାୟାତ ସମସ୍ୟା ଦେଖାଯାଇଛି। ରାସ୍ତା ଧୋଇହୋଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଦାରିଙ୍ଗବାଡି ବସ ଷ୍ଟାଣ୍ଡ ନିକଟ କଲେଜ ରାସ୍ତା ଏଭଳି ଧୋଇ ହୋଇଯାଇଛି। ସେହିପରି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ମଧ୍ୟ ରାସ୍ତା ଧୋଇ ହୋଇଯାଇଛି। ଫଳରେ କାର୍ଯ୍ୟାଳୟକୁ ଲୋକ ଆସି ହଇରାଣ ଭୋଗିବା
ସହ କାର୍ଯ୍ୟାଳୟ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ହଇରାଣ ହୋଇଛନ୍ତି। ନିମ୍ନ ମାନର କାର୍ଯ୍ୟ କରାଯିବା ସହ ଦୀର୍ଘଦିନ ହେଲା ସମ୍ପ୍ରସାରଣ କାର୍ଯ୍ୟ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକ
ବହୁ ହଇରାଣ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri